ନୂଆଦିଲ୍ଲୀ,୧୪/୦୫; ଭାଙ୍ଗିଲା ପାକିସ୍ତାନର ଅହଂକାର । କ୍ରିକେଟ ଜଗତରେ କଟିଲା ପାକିସ୍ତାନର ନାକ । ଯେଉଁ ଖେଳାଳିଙ୍କୁ ନେଇ କରୁଥିଲା ଗର୍ବ ତାକୁ ବୋଲ୍ଡ କଲେ ଜଣେ ୯ ବର୍ଷୀୟ ବାଳକ । ପାକିସ୍ତାନ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ସୈମ ଆୟୁବ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ସେ ପାକିସ୍ତାନ ପାଇଁ ଟପ୍ ଅର୍ଡରରେ ବ୍ୟାଟିଂ କରନ୍ତି, କିନ୍ତୁ ସମ୍ପ୍ରତି ତାଙ୍କର ଫର୍ମ ହରାଇ ବସିଛନ୍ତି । ଏହି କାରଣରୁ ତାଙ୍କୁ ବାଂଲାଦେଶ ଗସ୍ତ ପାଇଁ ଟେଷ୍ଟ ଦଳରେ ଚୟନ କରାଯାଇ ନଥିଲା । ଫଳସ୍ୱରୂପ, ସୈମ କମବ୍ୟାକ ପାଇଁ ପରିଶ୍ରମ ଜାରି ରଖିଛନ୍ତି । ସେ ଅଭ୍ୟାସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ତାଙ୍କ ଜଣେ ୯ ବର୍ଷର ବାଳକ ବୋଲିଂ କରୁଛନ୍ତି । ଭାଇରାଲ ଭିଡିଓରେ, ସୈମ ଆୟୁବଙ୍କୁ ଜଣେ ପିଲା କ୍ଲିନ୍ ବୋଲ୍ଡ କରିଥିବା ଦେଖିବାକୁ ମିଳିଛି ୯ ବର୍ଷୀୟ ପିଲା ଆୟୁବଙ୍କୁ ବୋଲ୍ଡ କରିଥିବାରୁ ତାଙ୍କୁ ଉପହାସ କରାଯାଇଛି ।

ସୈମ୍ ଆୟୁବଙ୍କୁ ପାକିସ୍ତାନ ସୁପର ଲିଗ୍ ୨୦୨୬ରେ ଖେଳିବାର ଦେଖାଯାଇଥିଲା । ସେ ଟୁର୍ଣ୍ଣାମେଣ୍ଟରେ ହାଇଦ୍ରାବାଦ କିଙ୍ଗସମେନ୍ ଦଳର ଅଂଶ ଥିଲେ। ଯଦିଓ ହାଇଦ୍ରାବାଦ ଫାଇନାଲରେ ପହଞ୍ଚିଥିଲା, ଦଳ ପାଇଁ ତାଙ୍କର ପ୍ରଦର୍ଶନ ବିଶେଷ ପ୍ରଭାବଶାଳୀ ନଥିଲା। ସାମ୍ ଆୟୁବ ସିଜିନରେ ମୋଟ 1୧୩ ଟି ମ୍ୟାଚ୍ ଖେଳିଥିଲେ, ୧୧୯.୪୪ ଷ୍ଟ୍ରାଇକ୍ ରେଟ୍ ରେ କେବଳ ୨୫୮ ରନ କରିଥିଲେ। ବ୍ୟାଟିଂ ବ୍ୟତୀତ, ସୈମ୍ ଆୟୁବଙ୍କ ବୋଲିଂ ପ୍ରଦର୍ଶନ ମଧ୍ୟ ଖରାପ ଥିଲା। ସେ ସିଜିନରେ ଦଳ ପାଇଁ ୧୨ଟି ଇନିଂସରେ ବୋଲିଂ କରିଥିଲେ, କେବଳ ୫ଟି ୱିକେଟ ନେଇଥିଲେ।

ଏହା ବି ପଢନ୍ତୁ...ଫିଫା ବିଶ୍ୱକପକୁ ଆଉ ୨୮ ଦିନ, ଆର୍ଜେଣ୍ଟିନା ଦଳରେ ବିଶ୍ୱ ପ୍ରସିଦ୍ଧ ଷ୍ଟ୍ରାଇକର ଲିଓନେଲ ମେସି    

ଆୟୁବ ପାକିସ୍ତାନ ପାଇଁ ତିନୋଟି ଫର୍ମାଟରେ ଡେବ୍ୟୁ କରିଛନ୍ତି । ସେ ୮ଟି ଟେଷ୍ଟ, ୧୭ଟି ଦିନିକିଆ ଏବଂ ୬୭ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ସେ ୧୪ଟି ଇନିଂସରେ ୩୬୪ ରନ କରିଛନ୍ତି ଏବଂ ୪ଟି ୱିକେଟ ନେଇଛନ୍ତି । ଏହା ବ୍ୟତୀତ, ଦିନିକିଆରେ ସେ ୭୫୧ ରନ କରିଛନ୍ତି ଏବଂ ୯ଟି ୱିକେଟ ନେଇଛନ୍ତି । ଟି-୨୦ରେ ସେ ୧୨୯୮ ରନ କରିଛନ୍ତି ଏବଂ ୨୯ଟି ୱିକେଟ ନେଇଛନ୍ତି ।