ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକିସ୍ତାନୀ ‘ଡୋନାଲ୍ଡ ଟ୍ରମ୍ପ’ ରାସ୍ତାରେ ବିକ୍ରି କରୁଛନ୍ତି ଖିରି , ଗାଉଛନ୍ତି ପଞ୍ଜାବୀ ଗୀତ

Published By : Prameya | January 14, 2025 9:19 PM

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରାନ୍ତର ସାହିୱାଲ ଜିଲ୍ଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଅବିକଳ ଜଣେ ବ୍ୟକ୍ତିଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ। ପୂରା ଟ୍ରମ୍ପଙ୍କ ଭଳି ଦେଖାଯାଉ ଥିବା ଏହି ବ୍ୟକ୍ତିଙ୍କୁ ଯିଏବି ପ୍ରଥମେ ଦେଖିବ ଧୋକା ଖାଇଯିବ। ଏହି ବ୍ୟକ୍ତି ପଞ୍ଜାବୀ ଗୀତ ଗାଇ ସଡ଼କରେ ଖିରି ବିକ୍ରି କରୁଛନ୍ତି। ଲୋକଙ୍କ କହିବାନୁସାରେ,ଆମକୁ ଏମିତି ଲାଗୁଛି କି ,ଟ୍ରମ୍ପ ନିଜେ ଆମ ସହରରେ ଖିରି ବିକ୍ରି କରିବାକୁ ଆସିଛନ୍ତି। ଯେବେ ସେ ଖିରି ଖୁଆଇବା ପାଇଁ ଗୀତ ଗାଉଛନ୍ତି ତ ଆମେ ତାଙ୍କ ପାଖକୁ ଚାଲି ଯାଉଛୁ । 

ଏହି ବ୍ୟକ୍ତିଙ୍କ ନାଁ ସଲିମ୍‌ ବଗା। ସଲିମ୍‌ କେବଳ ନିଜର ନିଆରା ଚେହେରା ନୁହେଁ ,ଅଜବ ଗାୟକୀରେ ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ସଂପୃକ୍ତ ଅଞ୍ଚଳର ଜଣେ ନିବାସୀ ମହମ୍ମଦ ୟାସିନ କହିଛନ୍ତି , ଆମକୁ ଏମିତି ଲାଗୁଛି କି ଯେମିତି ଟ୍ରମ୍ପ ଖିରି ବିକ୍ରି କରିବାକୁ ଆସିଛନ୍ତି। ୟାସିନ କହିଛନ୍ତି, ଯେବେ ସେ ଖିରି ବିକ୍ରି କରିବାକୁ ଗାଆନ୍ତି , ତ ଆମେ ତାଙ୍କ ପାଖକୁ ଚାଲି ଆସୁ। 

ବଗା ରଙ୍ଗିନ କାଠର ଗାଡ଼ିରେ ଖିରି ପରସନ୍ତି , ସେ ନିଜକୁ ସର୍ଦ୍ଦିରୁ ବଞ୍ଚାଇବା ପାଇଁ ବେଜ ରଙ୍ଗର ସଲୱାର କମିଜ ଓ କଳା ରଙ୍ଗର ଜ୍ୟାକେଟ୍‌ ପିନ୍ଧନ୍ତି । ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ସେ ପଞ୍ଜାବୀ ଗୀତ ଗାଆନ୍ତି।

ଉଲ୍ଲେଖନୀୟ ଯେ , ନିକଟରେ ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଜିତି ଇତିହାସ ରଚିଥିଲେ। ଟ୍ରମ୍ପ ସେବେଠାରୁ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହେଉଛନ୍ତି। ଏହି ମଧ୍ୟରେ ଟ୍ରମ୍ପଙ୍କ ଭଳି ନଜର ଆସୁଥିବା ସଲିମ ବଗାଙ୍କୁ ପାକିସ୍ତାନରେ ଲୋକେ ପାକିସ୍ତାନୀ ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି।। ଲୋକେ ତାଙ୍କର ଠେଲା ଗାଡ଼ି ପାଖକୁ ଖିରି ଖାଇବାକୁ ଆସନ୍ତି। ସେଲ୍‌ଫି ଉଠାଇବା ସହ ଖୁବ୍‌ ପ୍ରଶଂସା କରନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.