ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ପାକିସ୍ତାନ ସଂସଦରୁ ଆସିଲା ଆଉ ଏକ ଭିଡିଓ, ନିଜ ପ୍ରଧାନମନ୍ତ୍ରୀଙ୍କୁ ଶୃଗାଳ କହିଲେ ସାଂସଦ...

Published By : Prameya | May 9, 2025 2:38 PM

ନୂଆଦିଲ୍ଲୀ: ପାକିସ୍ତାନ ସଂସଦର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ସାଂସଦ ଶାହବାଜ ସରିଫଙ୍କୁ କାପୁରୁଷ ବୋଲି କହିଛନ୍ତି। ପାକିସ୍ତାନୀ ସାଂସଦ ଜଣକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏହି ପାକିସ୍ତାନୀ ସାଂସଦ ହେଲେ ଶାହିଦ ଅହମ୍ମଦ । ସେ ଶାହବାଜ ସରିଫଙ୍କୁ ଏକ ଶୃଗାଳ ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନେବାକୁ ଡରୁଛନ୍ତି।

ସାଂସଦ ଶାହିଦ ଅହମ୍ମଦ ଆହୁରି ମଧ୍ୟ କହିଛନ୍ତି କି,"ମୋତେ ଟିପୁ ସୁଲତାନାଙ୍କ ଏକ ଉକ୍ତି ମନେ ପଡୁଛି, ‘ଯଦି ସିଂହଙ୍କ ସେନାର ନେତୃତ୍ୱ ଏକ ଶୃଗାଳ କରେ, ତେବେ ସେମାନେ ଲଢ଼ିପାରିବେ ନାହିଁ ଏବଂ ସେମାନେ ଯୁଦ୍ଧରେ ହାରିଯାଆନ୍ତି’। ସୀମାରେ ଠିଆ ହୋଇଥିବା ଆମର ସୈନିକ ମାନେ ଆମକୁ ସାହସର ସହିତ ଲଢ଼ିବାକୁ ଆଶା କରନ୍ତି, କିନ୍ତୁ ଯେତେବେଳେ ଆମର ପ୍ରଧାନମନ୍ତ୍ରୀ, ଆମର ନେତା ଜଣେ କାପୁରୁଷ, ଆମର ସୀମାରେ ଲଢ଼ୁଥିବା ଲୋକଙ୍କୁ କ'ଣ ବାର୍ତ୍ତା ଦେବେ?"

ତେବେ ଗତକାଲି ମଧ୍ୟ ଜଣେ ସାଂସଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସାଂସଦ କାନ୍ଦୁଥିବାର ଦେଖାଯାଇଥିଲା। ପାକିସ୍ତାନୀ ସାଂସଦ ତାହିର ଇକବାଲ କହିଥିଲେ,"ହେ ଆଲ୍ଲା, ଆଜି ଆମକୁ ରକ୍ଷା କର।" ଆମେ ପ୍ରାର୍ଥନା କରୁଛୁ ଯେ ଆଲ୍ଲା ଆମ ଦେଶକୁ ରକ୍ଷା କରନ୍ତୁ ଏବଂ ଆମକୁ ଏକତା ଦିଅନ୍ତୁ।'' 

ସୂଚନାଥାଉକି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାର ଶୀର୍ଷରେ ଅଛି। 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ଭାରତ ପାକିସ୍ତାନକୁ ତାର ଘୃଣ୍ୟ କାର୍ଯ୍ୟକଳାପ ପାଇଁ ଉଚିତ୍ ଶିକ୍ଷା ଦେଉଛି। ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ପାକିସ୍ତାନ ଲଗାତାର ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରୁଛି। ସେହି ସମୟରେ, ଭାରତ ପାକିସ୍ତାନର ପ୍ରତ୍ୟେକ ଆକ୍ରମଣର ଉଚିତ ଜବାବ ଦେଉଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.