ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ତିନି ବର୍ଷ ଜେଲ୍, ୩ ଲକ୍ଷ ଜରିମାନା କିମ୍ବା ଉଭୟ : ଭାରତ ଛାଡୁନଥିବା ପାକିସ୍ତାନୀଙ୍କ ଉପରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

Published By : Harapriya Biswal | April 27, 2025 8:08 PM

ନୂଆଦିଲ୍ଲୀ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁଥିରେ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  କିଛି ଚାଲିଯାଇଛନ୍ତି ଏବଂ ଆଉ କିଛି ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଦେଶରୁ ଚାଲିଯିବେ। ସେଭଳି ଏହି ନିୟମକୁ ପାଳନ କରୁନଥିବା ପାକିସ୍ତାନୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଅନୁଯାୟୀ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଭାରତ ଛାଡି ନଗଲେ ଯେକୌଣସି ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯିବ। ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ଏବଂ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ହୋଇପାରେ। 

ଉଲ୍ଲେଖନୀୟ ଯେ, ସାର୍କ ଭିସାଧାରୀଙ୍କ ପାଇଁ ଭାରତ ଛାଡିବାର ଶେଷ ତାରିଖ ଏପ୍ରିଲ ୨୬ ଥିଲା। ଯେଉଁମାନେ ମେଡିକାଲ ଭିସାଧାରୀ, ସେମାନଙ୍କ ପାଇଁ ଶେଷ ତାରିଖ ଏପ୍ରିଲ ୨୯ ରହିଛି। ରବିବାର ସୁଦ୍ଧା ଭାରତ ଛାଡିବାକୁ ଥିବା ୧୨ଟି ବର୍ଗର ଭିସାଧାରୀମାନେ ହେଉଛନ୍ତି - ଭିସା ଅନ୍ ଆରାଇଭାଲ୍, ବ୍ୟବସାୟ, ଫିଲ୍ମ, ସାମ୍ବାଦିକ, ଟ୍ରାଞ୍ଜିଟ୍, ସମ୍ମିଳନୀ, ପର୍ବତାରୋହଣ, ଛାତ୍ର, ପରିଦର୍ଶକ, ଗୋଷ୍ଠୀ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏବଂ ଗୋଷ୍ଠୀ ତୀର୍ଥଯାତ୍ରୀ। ୪ ଏପ୍ରିଲରେ କାର୍ଯ୍ୟକାରୀ ହୋଇଥିବା ଇମିଗ୍ରେସନ ଏବଂ ଫରେନର୍ସ ଆକ୍ଟ ୨୦୨୫ ଅନୁଯାୟୀ, ଅଧିକ ସମୟ ରହିବା, ଭିସା ସର୍ତ୍ତାବଳୀ ଉଲ୍ଲଂଘନ କରିବା କିମ୍ବା ପ୍ରତିବନ୍ଧିତ ଅଞ୍ଚଳରେ ଅନଧିକୃତ ପ୍ରବେଶ ପାଇଁ ତିନି ବର୍ଷ ଜେଲ୍ ଦଣ୍ଡ ରହିଛି। ସେଭଳି  ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଜରିମାନା ହୋଇପାରେ।  

ପହଲଗାମ୍ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଫୋନ୍ କରି ଦେଶ ଛାଡିବା ପାଇଁ ନିର୍ଦ୍ଧାରିତ ସମୟସୀମା ପରେ ଯେପରି କୌଣସି ପାକିସ୍ତାନୀ ନାଗରିକ ଭାରତରେ ନ ରହନ୍ତି ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଟେଲିଫୋନ୍ ଆଲୋଚନା ପରେ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମୁଖ୍ୟ ସଚିବମାନଙ୍କ ସହିତ ଏକ ଭିଡିଓ କନଫରେନ୍ସିଂ କରିଥିଲେ ଏବଂ ସେମାନଙ୍କୁ ନିଶ୍ଚିତ କରିବାକୁ କହିଥିଲେ ଯେ ଯେଉଁ ପାକିସ୍ତାନୀ ନାଗରିକମାନଙ୍କର ଭିସା ବାତିଲ କରାଯାଇଛି ସେମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭାରତ ଛାଡିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.