ପ୍ରଶଂସା ଶୁଣି ଖୁସିରେ ଗଦ ଗଦ ଶାହବାଜଙ୍କୁ ଟ୍ରମ୍ପ ଦେବେ ବଡ଼ ଚକମା , ପାକିସ୍ତାନୀଙ୍କୁ ହେବ ଆମେରିକାରେ ପ୍ରବେଶ ନିଷେଧ !
Published By :
pradesh
- Prameya Bureau |
October 11, 2025 05:22 PM
ନୂଆଦିଲ୍ଲୀ : ଗତ ଦିନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ଆତଙ୍କୀକୁ ଧରିବାରେ ସାହାଯ୍ୟ କରିବା ପାଇଁ ପାକିସ୍ତାନର ଖୁବ୍ ପ୍ରଶଂସା କରି ଥିଲେ। ଏହି ପ୍ରଶଂସା ପରେ ଖୁବ୍ ଉତ୍ସାହିତ ନଜର ଆସିଥିବା ଶାହବାଜ ସରିଫଙ୍କୁ ଟ୍ରମ୍ପ ଖୁବ୍ ଶୀଘ୍ର ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଉକ୍ତ ମାମଲା ସହ ସଂପର୍କିତ ସୂତ୍ରାନୁସାରେ , ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏମିତି ଆଦେଶରେ ଦସ୍ତଖତ କରି ପାରନ୍ତି , ଯେଉଁଥିରେ ଆଫଗାନିସ୍ତାନ ଓ ପାକିସ୍ତାନର ଲୋକଙ୍କ ଉପରେ ଆଗାମୀ ସପ୍ତାହରୁ ଆମେରିକାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିବ।
କହି ରଖୁଛୁ କି, ଟ୍ରମ୍ପ ପ୍ରଶାସନ ଦୁନିଆର ଅନେକ ଦେଶ ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇବାର ପ୍ରସ୍ତୁତିରେ। ଆମେରିକୀୟ ସରକାର ଏହା ପଛରେ ଦେଶର ସୁରକ୍ଷା କାରଣ କଥା କହିଛନ୍ତି।

ସୂତ୍ର ମୁତାବିକ , ଜାନୁଆରୀରେ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶ ଜାରି କରାଯାଇ ଥିଲା , ଯେଉଁଥିରେ ପାକ୍ ଓ ଆଫଗାନିସ୍ତାନ ବ୍ୟତୀତ ଅନ୍ୟ ଦେଶ ମଧ୍ୟ ସାମିଲ ହୋଇ ପାରନ୍ତି। ଟ୍ରମ୍ପ ଏହା ପୂର୍ବରୁ ନିଜର ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ୭ଟି ମିସଲିମ୍ ବହୁଳ ଦେଶର ଯାତ୍ରୀଙ୍କ ଉପରେ ଆମେରିକା ଆସିବାରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଦେଇ ଥିଲା। କେବଳ ଏହା ନୁହେଁ ୨୦୧୮ରେ ତାଙ୍କର ଏହି ନୀତିରେ ଆମେରିକାର ସୁପ୍ରିମକୋର୍ଟ ମଧ୍ୟ ଜାରି ରଖିଥିଲେ। ହେଲେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ୨୦୨୧ରେ ଏହି ପ୍ରତିବନ୍ଧକ ଗୁଡ଼ିକୁ ହଟେଇ ଦେଇ ଥିଲେ ଏବଂ ଏହାକୁ ରାଷ୍ଟ୍ରୀୟ ବିବେକ ଉପରେ ଏକ ମଇଳା ସଦୃଶ କହିଥିଲେ।

ଟ୍ରମ୍ପଙ୍କ ତାଲିକାରେ କେଉଁ କେଉଁ ଦେଶ ?
ଟ୍ରମ୍ପ ୧୨ ମାର୍ଚ୍ଚ ସୁଦ୍ଧା ସେହି ଦେଶ ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାର ନିର୍ଦ୍ଦେଶ ଦେଇ ଥିଲେ, ଯାହାଙ୍କ ଠାରୁ ଯାତ୍ରା ଆଂଶିକ ଭାବେ ବା ସଂପୂର୍ଣ୍ଣ ଭାବେ ନିଲମ୍ୱିତ କରାଯିବା ଉଚିତ୍। ଏହା ପୂର୍ବରୁ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ଉପରେ କଠୋର ପଦକ୍ଷେପ ନେବାକୁ ଚର୍ଚ୍ଚାରେ ରହିଛନ୍ତି। ସେପଟେ ଅକ୍ଟୋବର ୨୦୨୩ରେ ନିଜର ନିର୍ବାଚନୀ ଅଭିଯାନ ବେଳେ ମଧ୍ୟ ସେ ଗାଜା ପଟ୍ଟି, ଲିବିଆ , ସୋମାଲିଆ , ସିରିଆ ଓ ୟମନ ଭଳି ଦେଶର ଲୋକଙ୍କୁ ସୁରକ୍ଷା ପାଇଁ ବିପଦ ଭାବେ କହି ଥିଲେ।ଟ୍ରମ୍ପ ଯଦି ଏହିପରି କୌଣସି ପ୍ରତିବନ୍ଧକ ଲଗାନ୍ତି ତ ଏହା ସେହି ହଜାର ହଜାର ଆଫଗାନୀଙ୍କୁ ପ୍ରଭାବିତ କରିପାରେ , ଯାହାଙ୍କୁ ଶରଣାର୍ଥୀ ଭାବେ ବା ବିଶେଷ ପ୍ରବାସୀ ଭିସାରେ ଆମେରିକାରେ ପୁନର୍ବାସ ପାଇଁ ଅନୁମୋଦନ ଦିଆଯାଇ ଥିଲା।