ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରଶଂସା ଶୁଣି ଖୁସିରେ ଗଦ ଗଦ ଶାହବାଜଙ୍କୁ ଟ୍ରମ୍ପ ଦେବେ ବଡ଼ ଚକମା , ପାକିସ୍ତାନୀଙ୍କୁ ହେବ ଆମେରିକାରେ ପ୍ରବେଶ ନିଷେଧ !

Published By : Prameya | March 6, 2025 4:41 PM

ନୂଆଦିଲ୍ଲୀ : ଗତ ଦିନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ଆତଙ୍କୀକୁ ଧରିବାରେ ସାହାଯ୍ୟ କରିବା ପାଇଁ ପାକିସ୍ତାନର ଖୁବ୍‌ ପ୍ରଶଂସା କରି ଥିଲେ। ଏହି ପ୍ରଶଂସା ପରେ ଖୁବ୍ ଉତ୍ସାହିତ ନଜର ଆସିଥିବା ଶାହବାଜ ସରିଫଙ୍କୁ ଟ୍ରମ୍ପ ଖୁବ୍‌ ଶୀଘ୍ର ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଉକ୍ତ ମାମଲା ସହ ସଂପର୍କିତ ସୂତ୍ରାନୁସାରେ , ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏମିତି ଆଦେଶରେ ଦସ୍ତଖତ କରି ପାରନ୍ତି , ଯେଉଁଥିରେ ଆଫଗାନିସ୍ତାନ ଓ ପାକିସ୍ତାନର ଲୋକଙ୍କ ଉପରେ ଆଗାମୀ ସପ୍ତାହରୁ ଆମେରିକାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିବ। 

କହି ରଖୁଛୁ କି, ଟ୍ରମ୍ପ ପ୍ରଶାସନ ଦୁନିଆର ଅନେକ ଦେଶ ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇବାର ପ୍ରସ୍ତୁତିରେ। ଆମେରିକୀୟ ସରକାର ଏହା ପଛରେ ଦେଶର ସୁରକ୍ଷା କାରଣ କଥା କହିଛନ୍ତି। 

ସୂତ୍ର ମୁତାବିକ ,  ଜାନୁଆରୀରେ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶ ଜାରି କରାଯାଇ ଥିଲା , ଯେଉଁଥିରେ ପାକ୍‌ ଓ ଆଫଗାନିସ୍ତାନ ବ୍ୟତୀତ ଅନ୍ୟ ଦେଶ ମଧ୍ୟ ସାମିଲ ହୋଇ ପାରନ୍ତି। ଟ୍ରମ୍ପ ଏହା ପୂର୍ବରୁ ନିଜର ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ୭ଟି ମିସଲିମ୍‌ ବହୁଳ ଦେଶର ଯାତ୍ରୀଙ୍କ ଉପରେ ଆମେରିକା ଆସିବାରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଦେଇ ଥିଲା। କେବଳ ଏହା ନୁହେଁ ୨୦୧୮ରେ ତାଙ୍କର ଏହି ନୀତିରେ ଆମେରିକାର ସୁପ୍ରିମକୋର୍ଟ ମଧ୍ୟ ଜାରି ରଖିଥିଲେ। ହେଲେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦୨୧ରେ ଏହି ପ୍ରତିବନ୍ଧକ ଗୁଡ଼ିକୁ ହଟେଇ ଦେଇ ଥିଲେ ଏବଂ ଏହାକୁ ରାଷ୍ଟ୍ରୀୟ ବିବେକ ଉପରେ ଏକ ମଇଳା ସଦୃଶ କହିଥିଲେ।

ଟ୍ରମ୍ପଙ୍କ ତାଲିକାରେ କେଉଁ କେଉଁ ଦେଶ ? 

ଟ୍ରମ୍ପ ୧୨ ମାର୍ଚ୍ଚ ସୁଦ୍ଧା ସେହି ଦେଶ ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାର ନିର୍ଦ୍ଦେଶ ଦେଇ ଥିଲେ, ଯାହାଙ୍କ ଠାରୁ ଯାତ୍ରା ଆଂଶିକ ଭାବେ ବା ସଂପୂର୍ଣ୍ଣ ଭାବେ ନିଲମ୍ୱିତ କରାଯିବା ଉଚିତ୍‌। ଏହା ପୂର୍ବରୁ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ଉପରେ କଠୋର ପଦକ୍ଷେପ ନେବାକୁ  ଚର୍ଚ୍ଚାରେ ରହିଛନ୍ତି। ସେପଟେ ଅକ୍ଟୋବର ୨୦୨୩ରେ ନିଜର ନିର୍ବାଚନୀ ଅଭିଯାନ ବେଳେ ମଧ୍ୟ ସେ ଗାଜା ପଟ୍ଟି, ଲିବିଆ , ସୋମାଲିଆ , ସିରିଆ ଓ ୟମନ ଭଳି ଦେଶର ଲୋକଙ୍କୁ ସୁରକ୍ଷା ପାଇଁ ବିପଦ ଭାବେ କହି ଥିଲେ।ଟ୍ରମ୍ପ ଯଦି ଏହିପରି କୌଣସି ପ୍ରତିବନ୍ଧକ ଲଗାନ୍ତି ତ ଏହା ସେହି ହଜାର ହଜାର ଆଫଗାନୀଙ୍କୁ ପ୍ରଭାବିତ କରିପାରେ , ଯାହାଙ୍କୁ ଶରଣାର୍ଥୀ ଭାବେ ବା ବିଶେଷ ପ୍ରବାସୀ ଭିସାରେ ଆମେରିକାରେ ପୁନର୍ବାସ ପାଇଁ ଅନୁମୋଦନ ଦିଆଯାଇ ଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.