ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଘୋର ଆର୍ଥିକ ସଂକଟରେ ପାକିସ୍ତାନ, ବନ୍ଦ ହେବାକୁ ବସିଲାଣି ଜାତୀୟ ଏୟାର ଲାଇନ୍‌ ପିଆଇଏ

Published By : Tapas Panda | December 14, 2024 5:13 PM

ନୂଆଦିଲ୍ଲୀ: ପାକିସ୍ତାନର ସରକାରୀ ଏୟାର ଲାଇନ୍‌ର ହାଲ୍‌ ବେହାଲ ହୋଇପଡ଼ିଛି । ଯନ୍ତ୍ରାଂଶ ଏବଂ ଅନ୍ୟ ଉପକରଣର ଅଭାବ ଯୋଗୁଁ ଏବେ ପାକିସ୍ତାନ ଇଣ୍ଟରନ୍ୟାସନାଲ୍‌ ଏୟାର ଲାଇନ୍ସ (ପିଆଇଏ) ବନ୍ଦ ହେବାକୁ ବସିଲାଣି । ମୋଟ ୩୪ ବିମାନରୁ ୧୭ଟି ଏବେ ଉଡ଼ାଣ ଭରିବାକୁ ସକ୍ଷମ ନାହିଁ । ବର୍ତ୍ତମାନ ଏୟାର ଲାଇନ୍‌ର ୧୨ଟି ୭୭୭ ବୋଇଂ ବିମାନ ମଧ୍ୟରୁ ୭ଟି ବିମାନ ଏୟାରପୋର୍ଟରେ ହିଁ ଛିଡ଼ା ହୋଇଛି । ପିଆଇଏ ପାଖରେ ଥିବା ୧୭ଟି ଏୟାରବସ୍‌ ଏ ୩୨୦ ବିମାନ ମଧ୍ୟରୁ ୭ଟି କାର୍ଯ୍ୟକ୍ଷମ ଅବସ୍ଥାରେ ନଥିବା ଜଣାପଡ଼ିଛି । ଏପରିକି ପିଆଇଏର ଛୋଟ ବିମାନଗୁଡ଼ିକର ମଧ୍ୟ ଅବସ୍ଥା ସମାନ ।  ୫ ଛୋଟ ବିମାନ ମଧ୍ୟରୁ କେବଳ ଦୁଇଟି ବିମାନ ଉଡ଼ାଣ ଭରିପାରୁଛି ।

ଉଡ଼ାଣ ଭରିବାକୁ ସକ୍ଷମ ନଥିବା ବିମାନରେ ଇଞ୍ଜିନ, ଲ୍ୟାଣ୍ଡିଂ ଗିୟର, ଏପିୟୁ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ଅଚଳ ହୋଇପଡ଼ିଛି । ଏୟାର ଲାଇନ୍‌ କର୍ତ୍ତୃପକ୍ଷଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ, ଆର୍ଥିକ ଦୂରାବସ୍ଥା ଏବଂ ସମ୍ପର୍କିତ ମନ୍ତ୍ରାଳୟ ପାଖରୁ ଉଚିତ ମଞ୍ଜୁରି ନମଳିବା ଯୋଗୁଁ ପିଆଇଏର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି । ରାଷ୍ଟ୍ରୀୟ ଏୟାର ଲାଇନ୍‌ର ପରିଚାଳନା କ୍ଷମତା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଦୀର୍ଘ ୪ ବର୍ଷର ପ୍ରତିବନ୍ଧକ ପରେ ଜାନୁଆରୀ ୧୦ରେ ୟୁରୋପ ଉଡ଼ିବାକୁ ପ୍ରସ୍ତୁତ ହେଉଥିବା ପିଆଇଏ ଲାଗି ଏହା ବଡ଼ ଆହ୍ବାନ ପାଲଟିଛି । ଯଦି ସ୍ଥିତି ଏଭଳି ଜାରି ରହେ ତେବେ ୟୁରୋପ ଲାଗି ବିମାନ ଉଡ଼ାଣ ପାଇଁ ଆହୁରି ବିଳମ୍ବ ହୋଇପାରେ । 

ସେପଟେ ପିଆଇଏ ସଂପୂର୍ଣ୍ଣ ଘରୋଇକରଣ ହେବାର ସମ୍ଭାବନା ପ୍ରତି ମଧ୍ୟ ବିପଦ ଘନେଇଛି । ପିଆଇଏର ୬୦ ପ୍ରତିଶତ ଅଂଶଧନ ଘରୋଇ କମ୍ପାନିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି ପାକିସ୍ତାନ ସରକାର । ସବୁଠୁ ବଡ଼ କଥା ହେଉଛି, ଘରୋଇ ସଂସ୍ଥା ପିଆଇଏରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ୬୦ ପ୍ରତିଶତ ଅଂଶଧନ ଲାଗି କମ୍ପାନି କେବଳ ୧୦ ବିଲିୟନ୍‌ ପାକିସ୍ତାନ ଟଙ୍କା ଦେବାକୁ ରାଜି ଥିବା କୁହାଯାଉଛି । ହେଲେ ଏଥିରେ ସରକାର ଖୁସି ନଥିବା ବେଳେ ପୁଣି ଥରେ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.