ନୂଆଦିଲ୍ଲୀ,୮।୯: ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଏଆଇଏଡିଏମ୍କେର ସାଧାରଣ ସମ୍ପାଦକ ପଲାନିସ୍ୱାମୀ ଆଗାମୀ ନିର୍ବାଚନକୁ ତାଙ୍କ ଦଳ ଏବଂ ଶାସକ ଡିଏମ୍କେ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ଭାବରେ ବର୍ଣ୍ଣନା କରିଛନ୍ତି। ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ସେହି ବୟାନ ପରେ ଆସିଛି, ଯେଉଁଥିରେ ସେ କହିଥିଲା ଆଗାମୀ ବର୍ଷର ନିର୍ବାଚନୀ ପ୍ରତିଯୋଗିତା ଟିଭିକେ ପାର୍ଟି ଏବଂ ଶାସକ ଡିଏମ୍କେ ମଧ୍ୟରେ ହେବ।
ବିଜୟଙ୍କ ବୟାନ ଉପରେ କଟାକ୍ଷ କରି ପଲାନିସ୍ୱାମୀ କହିଛନ୍ତି, ସମସ୍ତ ଦଳର ନେତାମାନଙ୍କର ନିଜସ୍ୱ ଆକାଂକ୍ଷା ଅଛି । ଏହା ସେମାନଙ୍କର ବ୍ୟକ୍ତିଗତ ଇଚ୍ଛା, କିନ୍ତୁ କେଉଁ ଦଳ ମୁଖ୍ୟ ପ୍ରତିଯୋଗିତାରେ ଅଛନ୍ତି ତାହା ପୂର୍ବରୁ ସ୍ପଷ୍ଟ ହୋଇଯାଇଛି। ରାଜ୍ୟର ଲୋକମାନେ ଜ୍ଞାନୀ, ସେମାନେ ଜାଣନ୍ତି ଯେ କ୍ଷମତା ହାସଲ ପାଇଁ ଲଢ଼େଇ କେବଳ ଏହି ଦୁଇଟି ବଡ଼ ଦଳ ମଧ୍ୟରେ ରହିଛି। ଡିଏମକେ ସରକାର ଲୋକଙ୍କ ମଧ୍ୟରେ ନିଜର ପ୍ରଭାବ ହରାଇଛି। ୨୦୨୬ ବିଧାନସଭା ନିର୍ବାଚନରେ, ଏଆଇଏଡିଏମକେ ନେତୃତ୍ୱାଧୀନ ମେଣ୍ଟ ୨୧୦ ଆସନ ଜିତିବ ଏବଂ ବହୁମତ ଆଧାରରେ ସରକାର ଗଠନ କରିବ।
ଏହି ସମୟରେ ସେ ତାଙ୍କ ଦଳର ପୂର୍ବ କାର୍ଯ୍ୟକାଳ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପଲାନିସ୍ୱାମୀ କହିଥିଲେ ଯେ ଏଆଇଏଡିଏମକେ ପ୍ରାୟ ୩୧ ବର୍ଷ ଧରି ତାମିଲନାଡୁରେ ଶାସନ କରିଛି। ଶାସନ ସମୟରେ ଅନେକ ଯୋଜନା ପରିଚାଳିତ ହୋଇଥିଲା ଯାହା ଲୋକଙ୍କ ପାଇଁ ଲାଭଦାୟକ ହୋଇଥିଲା। ଫଳସ୍ୱରୂପ, ତାମିଲନାଡୁ ଦେଶର ସର୍ବୋତ୍ତମ ରାଜ୍ୟ ହୋଇଗଲା।ଡିଏମ୍କେ ଚାରି ବର୍ଷ ଧରି କ୍ଷମତାରେ ଅଛି କିନ୍ତୁ ସେମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିନାହାଁନ୍ତି। ଡିଏମକେ ଶାସନକୁ ଜନବିରୋଧୀ ବୋଲି କହିବା ସହ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିଲେ ପଲାନୀସ୍ବାମୀ। ସେ କହିଛନ୍ତି ଯେ ଷ୍ଟାଲିନଙ୍କ ସରକାର ସମୟରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ପାଇଛି।