ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାନାମା କେନାଲ ଆମର ଥିଲା ଓ ରହିବ, କାହାଠୁ ଉପହାରରେ ମିଳିନି: ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଏହି ଦେଶ ଦେଲା କଡ଼ା ପ୍ରତିକ୍ରିୟା

Published By : Harapriya Biswal | January 23, 2025 6:15 PM

ନୂଆଦିଲ୍ଲୀ,୨୩।୧ : ନିକଟରେ ପାନାମା କେନାଲକୁ ନେଇ ଆମେରିକା ରାଷ୍ଟ୍ରପତି ଦେଇଥିଲେ ବିବାଦୀୟ ମନ୍ତବ୍ୟ। ଏବେ ଏହାକୁ ନେଇ ପାନାମା ଓ ଚୀନ୍‌ ଉଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି।  ପାନାମାର ରାଷ୍ଟ୍ରପତି ଜୋସ୍ ରାଉଲ ମୁଲିନ୍ ବୁଧବାର ବିଶ୍ବ ଆର୍ଥିକ ମଞ୍ଚ(ଡବ୍ଲୁଇଏଫ୍) ରେ ସ୍ପଷ୍ଟ କରିଛନ୍ତି ଯେ, ପାନାମା କେନାଲ ମାଗଣାରେ ମିଳିନଥିଲା କିମ୍ବା ଏହା ଆମେରିକା ଦେଇଥିବା ଉପହାର।’ ଏହା ମଧ୍ୟରେ ଚୀନ୍ ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଉପରେ ପ୍ରତିକିୟା ରଖିଛି। ଚୀନ୍ କହିଛି ଏହି କେନାଲ ଉପରେ ତା’ର ନିୟନ୍ତ୍ରଣ ରହିଛି। ପାନାମାର ରାଷ୍ଟ୍ରପତି ମୁଲିନୋ କହିଛନ୍ତି, ଆମେ ମିଷ୍ଟର ଟ୍ରମ୍ପଙ୍କ ଦ୍ବାରା କୁହାଯାଇଥିବା ସବୁ କଥାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରୁଛୁ। ସବୁଠାରୁ ବଡ଼ କଥା ହେଲା ସେ ଯାହାବି କହିଛନ୍ତି ତାହା ମିଛ। ଅନ୍ୟପଟେ ପାନାମା କେନାଲ ପାନାମାର ସମ୍ପତ୍ତି ରହିଛି ଓ ସବୁବେଳେ ରହିବ। ଏହାକୁ ନା ଆମେରିକା ଉପହାରରେ ଦେଇଛି କିମ୍ବା ମାଗଣାରେ ମିଳିଥିଲା।

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ପାନାମା କେନାଲ ବ୍ୟବହାର ପାଇଁ ଅତ୍ୟଧିକ ଟିକସ ଆଦାୟ କରୁଥିବା ଅଭିଯୋଗ କରିଥିଲେ। ଟ୍ରମ୍ପ କହିଥିଲେ ଯଦି ପାନାମା କେନାଲକୁ ଠିକ୍ ଭାବେ ପରିଚାଳନା କରାନଯାଏ, ତେବେ ଆମେରିକା ଏହାକୁ ନିଜ ଅକ୍ତିଆରକୁ ନେଇପାରେ। ଆମେ ଏହାକୁ ଚୀନ୍‌କୁ ଦେଇନୁ। ଆମେ ଏହି କେନାଲକୁ ପାନାମକୁ ଦେଇଥିଲୁ। ପାନାମା କେନାଲକୁ ଚୀନ୍ ପରିଚାଳନା କରିବା ଉଚିତ ନୁହେଁ। ପନାମା କେନାଲକୁ ବିଶ୍ୱ ଭୂ-ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ୮୨ କିଲୋମିଟର ଲମ୍ବର ଏହି କେନାଲ ଆଟଲାଣ୍ଟିକ ମହାସାଗର ଓ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଛି। ପୃଥିବୀର ୬ ପ୍ରତିଶତ ସାମୁଦ୍ରିକ ବାଣିଜ୍ୟ ପାନାମା କେନାଲ ମାଧ୍ୟମରେ ହୋଇଥାଏ।

ଟ୍ରମ୍ପଙ୍କ ଏହି ବୟାନ ଉପରେ ପାନାମା କଡା ପ୍ରତିକ୍ରିୟା ଦେଇ ଜାତିସଂଘରେ ଅଭିଯୋଗ ଦାଖଲ କରିଛି। ପାନାମା ସିଟି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ୍‌ଙ୍କୁ ଲେଖିଥିବା ପତ୍ରରେ ଜାତିସଂଘ ଚାର୍ଟରର ସେହି ଅନୁଚ୍ଛେଦ ବିଷୟରେ କହିଛନ୍ତି, ଯେଉଁଥିରେ କୌଣସି ସଦସ୍ୟ ରାଷ୍ଟ୍ରଦ୍ବାରା ବଳ ପ୍ରୟୋଗର ଧମକ କିମ୍ବା ନିଷେଧ କରାଯାଇଛି। ସେଭଳି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବୁଧବାର ଟ୍ରମ୍ପଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି, ଚୀନ୍ ପାନାମା କେନାଲର ଓ ଅପରେସନ୍‌ର ଅଂଶ ନୁହେଁ କିମ୍ବା ଏହି ମାମଲାରେ କେବେ ହସ୍ତକ୍ଷେପ କରିନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.