ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Panchayat 4: ପଞ୍ଚାୟତର ଚତୁର୍ଥ ସିଜିନ୍‌ରେ ନଜର ଆସିବେ ଗୋପୀ ବୋହୂ ! ରିଲିଜ୍‌ ଡେଟ୍‌ ଘୋଷଣା କଲେ ନିର୍ମାତା

Published By : Tapas Panda | April 3, 2025 5:56 PM

ମୁମ୍ବାଇ: ଟିଭିଏଫ୍ ଏବଂ ଆମାଜନ ପ୍ରାଇମର ସିରିଜ୍‌ ‘ପଞ୍ଚାୟତ’ର ପ୍ରଶଂସକଙ୍କ ସଂଖ୍ୟା ଅଗଣିତ। ପଞ୍ଚାୟତର ତୃତୀୟ ସିଜିନକୁ ଲୋକମାନେ ଏତେ ପସନ୍ଦ କରିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ଏହାର ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ସିରିଜର ପାଞ୍ଚ ବର୍ଷ ପୂରଣ ହେବା ପରେ ଏବେ ପଞ୍ଚାୟତର ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ମିଳିଛି । ପଞ୍ଚାୟତର ନିର୍ମାତା  ସ୍ବତନ୍ତ୍ର ଉପାୟରେ ଏହାର ସିଜିନ୍ ୪ ସଂପର୍କରେ ଘୋଷଣା କରିଛନ୍ତି। ସିଜିନ୍ ୩ ଦେଖିବା ପରେ ପ୍ରଶଂସକମାନେ ଏହାର ପରବର୍ତ୍ତୀ ସିଜିନ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏଥର ନିର୍ମାତା ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ ପରବର୍ତ୍ତୀ ସିଜିନର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି ।

ପଞ୍ଚାୟତ

ଏଥର 'ପଞ୍ଚାୟତ ୪' ରେ ଅଧିକ ଡ୍ରାମା, କମେଡି ଏବଂ ଭାବପ୍ରବଣ ମୁହୂର୍ତ୍ତ ରହିବ ବୋଲି ନିର୍ମାତା ଘୋଷଣା କରିଛନ୍ତି । ସରିଜ୍‌ର ପାଞ୍ଚ ବର୍ଷ ପୂରଣ ହୋଇଥିବା ବେଳେ ନିର୍ମାତା ମଜାଦାର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ, ଅଭିନେତା ଜିତେନ୍ଦ୍ର କୁମାର କିଛି ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ସହ ନଜର ଆସିଛନ୍ତି । ତାଙ୍କ ସହ ସାଥ ନିଭାନା ସାଥିଆର ଗୋପୀ ବୋହୂ ମଧ୍ୟ ନଜର ଆସିଛନ୍ତି। ଏହି ସମୟରେ ସେ ପଞ୍ଚାୟତ ୪ ର ରିଲିଜ୍‌ ତାରିଖ ବିଷୟରେ କହିଛନ୍ତି । ଜୁଲାଇ ୨ରେ Amazon Prime ରେ ମୁକ୍ତିଲାଭ କରିବ ପଞ୍ଚାଇତ-୪।




 ପଞ୍ଚାୟତରେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା, ରଘୁବୀର ଯାଦବ, ଫୈଜଲ ମଲିକ, ଚନ୍ଦନ ରୟ, ସାନଭିକା, ଦୁର୍ଗେଶ କୁମାର, ସୁନୀତା ରାଜୱାର ଏବଂ ପଙ୍କଜ ଝା ପ୍ରମୁଖ ଅଭିନୟ କରିଛନ୍ତି। ଲୋକମାନେ ଏହି ସମସ୍ତ ଚରିତ୍ରକୁ ବହୁତ ପସନ୍ଦ କରନ୍ତି ଏବଂ ଏହି ଚରିତ୍ରଗୁଡ଼ିକର ସଂଳାପ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଏହାକୁ 'ଦି ଭାଇରାଲ୍ ଫିଭର୍ (ଟିଭିଏଫ୍)' ଦ୍ବାରା ପ୍ରଯୋଜନା କରାଯାଇଛି। ଚନ୍ଦନ କୁମାର ଏହାର କାହାଣୀ ଲେଖିଛନ୍ତି ଏବଂ ଦୀପକ କୁମାର ମିଶ୍ର ଏବଂ ଅକ୍ଷତ ବିଜୟବର୍ଗୀୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.