ହରଭଙ୍ଗା,୨୩।୧୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ପଞ୍ଚାୟତ ଅନ୍ତର୍ଗତ ବାରିଙ୍ଗ ଖେଳ ପଡ଼ିଆ ଠାରେ ଦୁଇ ଦିନ ଧରି ଚାଲିଥିବା ପ୍ରଥମ ପଞ୍ଚାୟତ ସ୍ତରୀୟ ଲୋକ କଳା ମହୋତ୍ସବ ଉଦଯାପିତ ହୋଇ ଯାଇଛି। ପଞ୍ଚାୟତ ର କୋଣ ଅନୁକୋଣ ରୁ ଆସିଥିବା ପ୍ରାୟ ସହ ସହ କଳାକାର ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିଥିଲେ।

ଉଦଯାପନୀ ଦିବସ ରେ ବୌଦ୍ଧ ବିଧାୟକ ଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାନ୍ହୁ ଚରଣ ନାଥ, ବ୍ଲକ କଳାକାର ସଂଘର ସଭାପତି ବୈକୁଣ୍ଠ ମହାକୁଡ଼,ଶ୍ରୀକାନ୍ତ ବାବା ଯୋଗ ଦେଇଥିଲେ।ଗାଁ ଗହଳି ରେ ଲୁଚି ରହିଥିବା ସୁପ୍ତ ପ୍ରତିଭା କୁ ଜାଗ୍ରତ କରି ପଞ୍ଚାୟତ ସ୍ତରରୁ ବ୍ଲକସ୍ତରୀୟ ଏବଂ ପରବର୍ତ୍ତୀ ମୁହୂର୍ତ୍ତ ରେ ସେଇ କଳା କୁ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ପହଞ୍ଚେଇବା ପାଇଁ ଏକ ପ୍ରୟାସ ବୋଲି ଅତିଥି ମାନେ ନିଜ ଅଭିଭାଷଣ ରଖିଥିଲେ। ପରେ ମଞ୍ଚ ରେ ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ଏଭଳି ଏକ ମଞ୍ଚ ରେ କଳା ପ୍ରଦର୍ଶନ କରି କଳାକାର ମାନେ ମଧ୍ୟ ବେଶ ଖୁସି ଅନୁଭବ କରିଥିଲେ।