ନୂଆଦିଲ୍ଲୀ,୧୯।୧୦: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ଲୁଭ୍ର ମ୍ୟୁଜିୟମ୍କୁ ଆଜି ସକାଳୁ ବନ୍ଦ କରି ଦିଆଯାଇଛି। ସଂଗ୍ରାହାଳୟ ଭିତରୁ ବହୁମୂଲ୍ୟ ଆଭୂଷଣ ଚୋରି କରି ନିଆଯାଇଛି। ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରଶିଦ ଦାତି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଲୁଟେରାମାନେ ସିନ୍ ନଦୀ ପାର୍ଶ୍ୱରୁ ସଂଗ୍ରହାଳୟ କୋଠାରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଯେଉଁଠି ନିର୍ମାଣ କାର୍ଯ୍ୟ ଚାଲିଛି, ତାହାର ସେମାନେ ସୁଯୋଗ ନେଇଥିଲେ। ତା'ପରେ ସେମାନେ ଆପୋଲୋ ଗ୍ୟାଲେରୀରେ ପହଞ୍ଚିବା ପାଇଁ ମାଲ୍ ପରିବହନ ଲିଫ୍ଟ ବ୍ୟବହାର କରିଥିଲେ। ଡକାୟତମାନେ ନେପୋଲିଅନ ଏବଂ ମହାରାଣୀଙ୍କ ଅଳଙ୍କାର ସଂଗ୍ରହରୁ ନଅଟି ମୂଲ୍ୟବାନ ଅଳଙ୍କାର ଚୋରି କରିଥିଲେ।
ଏହି କାରଣରୁ ରବିବାର ମ୍ୟୁଜିୟମ୍କୁ ବନ୍ଦ କରି ଦିଆଯାଇଛି। ଫରାସୀ ସଂସ୍କୃତି ମନ୍ତ୍ରୀ ରଚିଦା ଦାତି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଆଜି ସକାଳେ ଲୁଭ୍ର ମ୍ୟୁଜିୟମ୍ ଖୋଲିବା ସମୟରେ ଚୋରି ହୋଇଥିଲା। ଚୋରି ଖବର ପରେ ଜାରି ଭିଡିଓ ଫୁଟେଜରେ ସଂଗ୍ରାହଳୟ ବାହାରକୁ ଯାଉଥିବା କିଛି ଆଗନ୍ତୁକଙ୍କ ଲମ୍ବା ଲାଇନ୍ ଲାଗିଥିବାର ଦେଖିବାକୁ ମିଳିଛି।
ଏଏଫ୍ପି ନ୍ୟୁଜ ଏଜେନ୍ସିର ଅଧିକାରୀ ସୂଚନା ଦେଇଛନ୍ତି ଯେ, ଲୁଟେରାମାନେ କଥିତ ଭାବରେ ଆଭୂଷଣକୁ ନେଇ ସଂଗ୍ରାହାଳୟରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଲୁଭ୍ରେକୁ ପୁରା ଦିନକ ପାଇଁ ବନ୍ଦ କରି ଦିଆଯାଇଛି। ସଂଗ୍ରାହାଳୟର ଅଧିକାରୀ କହିଛନ୍ତି ଡକାୟତଙ୍କ ବିଷୟରେ ଯଦିଓ ଅତିରିକ୍ତ ସୂଚନା ମିଳିପାରିନି, କିନ୍ତୁ ଦିନକ ପାଇଁ ମ୍ୟୁଜିୟମକୁ ବନ୍ଦ ରଖାଯାଇଛି।