ନୂଆଦିଲ୍ଲୀ: ପାରିବାରିକ କଳହର କରୁଣ ପରିଣତି । ବୋହୂ ପାଇଁ ଜୀବନ ହାରିଲେ ଶାଶୁ-ଶ୍ବଶୁର । ଶାଢ଼ୀ ବଦଳରେ ବୋହୂ ଡ୍ରେସ୍ ପିନ୍ଧିବା ସହ କରୁଥିଲେ ରିଲ୍ । ଛୋଟ ଝଗଡ଼ାରୁ ଜୀବନ ହାରିଦେଲେ ଦମ୍ପତ୍ତି । ପାନିପଥରୁ ଆସିଛି ଏଭଳି ଏକ ଖବର । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ବୋହୂ ଦିଲ୍ଲୀରେ ରହି ନିଜର ପିଲାଦିନ କାଟିଥିଲେ । ମାତ୍ର ବାହାଘର ପରେ ସେ ସ୍ବାମୀଙ୍କ ସହ ଗାଁରେ ରହୁଥିଲେ । ମାତ୍ର ସେ ମର୍ଡର୍ଣ୍ଣ ରହିଥିଲେ । ଯାହା ତାଙ୍କ ଶାଶୁ-ଶ୍ବଶୁରଙ୍କୁ ପସନ୍ଦ ନଥିଲା । ସବୁବେଳେ ରିଲ୍ କରିବା ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ବାର ଲୋକ ବାର କଥା କହିବା ପରେ ଉଭୟ ସବୁବେଳେ ବୋହୂକୁ ବାରଣ କରୁଥିଲେ । ଶାଢ଼ୀ ପିନ୍ଧିବା ପାଇଁ କହୁଥିଲେ । ମାତ୍ର ବୋହୂ ନିଜ ଜିଦରେ ଅଟଳ ଥିଲେ । ସେ ଜମା ଶୁଣିନଥିଲେ । ଶେଷରେ ବିଷ ପିଇ ଦେଇଥିଲେ ବୃଦ୍ଧ ଦମ୍ପତ୍ତି ।

ପରିବାର ଲୋକେ ସେମାନଙ୍କୁ ଦେକିବା ପରେ ମେଡିକାଲରେ ଭର୍ତ୍ତି କରିଥିଲେ ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।ପରିବାର ସଦସ୍ୟଙ୍କ ମତରେ, ଦିଲ୍ଲୀର ବୋହୂ ସ୍ନେହା ଏକ ଆଧୁନିକ ପରିବାରରୁ ଆସିଥିଲେ ଏବଂ ଗ୍ରାମୀଣ ପରିବେଶ ସହିତ ଖାପ ଖୁଆଇବାକୁ ଅନିଚ୍ଛୁକ ଥିଲେ। ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କ ଛୋଟ ପୋଷାକ ପାଇଁ ବିରକ୍ତ ଥିଲେ। ତାଙ୍କ ରୂପ ଏବଂ ଜୀବନଶୈଳୀକୁ ନେଇ ଘରେ ପ୍ରାୟତଃ ଝଗଡ଼ା ହେଉଥିଲା। ସୁମନ ଏବଂ ରାଜେଶ ଚାହୁଁଥିଲେ ଯେ ସେମାନଙ୍କ ବୋହୂ ସୁଟ୍ ଏବଂ ଶାଢ଼ୀ ପିନ୍ଧିବାକୁ ଚାହୁଁଥିଲେ, କିନ୍ତୁ ସ୍ନେହା ଏହି କଟକଣାଗୁଡ଼ିକୁ ଗ୍ରହଣ କରିବାକୁ ନାରାଜ ଥିଲେ।

ଏହାସହ ପଢ଼ନ୍ତୁ : RCB ଆଗରେ ୧୬୭ ରନର ଟାର୍ଗେଟ ରଖିଲା ମୁମ୍ବାଇ