ବୌଦ୍ଧ,୧୯/୨(ଆପ୍ର): ଦରମା ବୃଦ୍ଧି ଦାବି ନେଇ ଜିଲ୍ଲାର ସମସ୍ତ ପାରା ମେଡିକାଲ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଲ୍ ଓଡିଶା ପାରା ମେଡିକାଲ କର୍ମଚାରୀ ସଂଘର ବୌଦ୍ଧ ଜିଲ୍ଲା ଶାଖାର ପ୍ରଭୁଦତ୍ତ ପୁରୋହିତ,କିଶୋର ମେହେର,ସରିତା ନାଏକ, ସ୍ଵର୍ଣ୍ଣଖିନୀ ତ୍ରିପାଠୀ,ରିନି ଆଚାର୍ଯ୍ୟ,ସୋନାଲିକା ଗାଇଗୌରିଆ,ନର୍ମଦା ନାୟକ, ବୀଣାପାଣି ଭୋଇ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି,ଯେ ଦୀର୍ଘ ୨୦ ବର୍ଷ ହେବ ଅତି କମ୍ ଦରମାରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମ ରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ସରକାର ଏ ବିଷୟରେ ବିଚାର କରି ଏକା ସାଙ୍ଗରେ କାମ କରୁଥିବା ତଥା ସମାନ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଥିବା ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି କରିଛନ୍ତି।କିନ୍ତୁ ଏଏନ୍ଏମ୍ ଓ ଫାର୍ମାସିଷ୍ଟ୍ ମାନଙ୍କ ଦରମା ବୃଦ୍ଧି କରାଯାଇନାହିଁ।ସମାନ କାମକୁ ସମାନ ଦରମା ଅସ୍ଥାୟୀ ଚାକିରୀକୁ ନିୟମିତ କରାଯିବା,ଚାକିରୀ ସ୍ଥାନରେ ସୁରକ୍ଷା ପ୍ରଦାନ,ନିୟମିତ ପଦୋନ୍ନତିର ବ୍ୟବସ୍ଥା, ମାହାଙ୍ଗା ଭତ୍ତା,ଘରଭଡ଼ା ଆଦି ପ୍ରଦାନ ଦାବିରେ ଦାବିପତ୍ର ପ୍ରଦାନ କରିଛନ୍ତି ।