ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସାର୍‌ଙ୍କ ବିଚିତ୍ର ନିୟମ, ଟଏଲେଟ୍‌ ନଗଲେ ମିଳିବ ଅଧିକ ମାର୍କ

Published By : Rasmita Pradhan | October 10, 2024 1:52 PM

ନୂଆଦିଲ୍ଲୀ, ୧୦/୧୦ : କାଲିଫର୍ଣ୍ଣିଆର ଜଣେ ଶିକ୍ଷକ ଏକ ଅଜବ ନିୟମ ଲାଗି ବିବାଦରେ ଅଛନ୍ତି। ତାଙ୍କ କ୍ଲାସ୍‌ ଚାଲିଥିବା ସମୟରେ ଯେଉଁ ପିଲା ଟଏଲେଟ୍‌ ଯାଆନ୍ତି ନାହିଁ ସେମାନଙ୍କୁ ବୋନସ୍‌ ଭାବେ ସେ ଅତିରିକ୍ତ ମାର୍କ ଦେଇଥାନ୍ତି । ଜଣେ ମା’ ତାଙ୍କର ଏହି ବିଚିତ୍ର ଶୌଚାଳୟ ନୀତି ସଂପର୍କରେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ୍‌ ହେଉଛି । ସେଥିରେ ମହିଳାଜଣକ ଲେଖିଛନ୍ତି ଯେ, ଝିଅର ଗଣିତ ଶିକ୍ଷକ ଏକ ଅଜବ କଥା କଠିନ ଶୌଚାଳୟ ନିୟମ ରଖିଛନ୍ତି । ସେ ଅନୁସାରେ, ପିଲାମାନେ ତାଙ୍କ କ୍ଲାସ୍‌ ଚାଲିଥିବା ସମୟରେ ସପ୍ତାହକୁ ଥରେ ମାତ୍ର ଶୌଚାଳୟ ଯାଇପାରିବେ । ସେଥିଲାଗି ପିଲାମାନଙ୍କୁ ପାସ୍‌ ବି ଦିଆଯାଇଥାଏ । ଯଦି ସେମାନେ ସେହି ଥରକର ସୁବିଧାକୁ ବି ନ ନିଅନ୍ତି ତେବେ ସେମାନଙ୍କୁ ଅଧିକ ମାର୍କ ଦିଆଯାଏ । ଏହି ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ସେ ଲେଖିଛନ୍ତି । 

ଏ ନେଇ ମହିଳା ଜଣଙ୍କ ଝିଅର ଶିକ୍ଷକ, ସ୍କୁଲ ଅଧ୍ୟକ୍ଷଙ୍କୁ ଇ-ମେଲ୍‌ ପଠାଇବେ ବୋଲି କହିଛନ୍ତି । ଗତ ମାସରେ ସେ ସୋସିଆଲ୍‌ ମିଡିଆରେ ଏହି ପୋଷ୍ଟ କରିଥିବାବେଳେ ତାହା ଭାଇରାଲ୍‌ ହେଉଛି । ପୋଷ୍ଟକୁ ୧୬ ନିୟୁତ ଥର ଦେଖାଯାଇଛି । ଅନ୍ୟ ଜଣେ ମା’ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ତାଙ୍କ ଝିଅ ଏଭଳି ସ୍ଥିତିର ସାମ୍ନା କରିସାରିଥିବା ଲେଖିଛନ୍ତି । ସମାନ ଶିକ୍ଷକ ତାଙ୍କ ଝିଅଙ୍କୁ କ୍ଲାସ୍‌ର ଶେଷ ୩୦ ମିନିଟ୍‌ ଯାଏ ପରିସ୍ରା ରୋକିବାକୁ ବାଧ୍ୟ କରିଥିଲେ ବୋଲି ସେ ଦର୍ଶାଇଛନ୍ତି । ସେହିଭଳି ଅନେକ ୟୁଜର ସେହି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାଦ୍ୱାରା ପିଲାମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବେ ବୋଲି ସେମାନେ ଆଶଙ୍କା କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.