- ରାଜ୍ୟସଭାରେ ପିଏମ୍ ମୋଦିଙ୍କ ଅଭିଭାଷଣ
- ଆମେ ଏକା ସାଙ୍ଗରେ ୨୭ଟି ଦେଶ ସହିତ ଚୁକ୍ତି କରିଛୁ
- ମୋଦିଙ୍କ ସମ୍ବୋଧନ ବେଳେ ବିରୋଧୀଙ୍କ ନାରାବାଜି
ନୂଆଦିଲ୍ଲୀ : ଭାରତୀୟ ସଂସଦର ବଜେଟ୍ ଅଧିବେଶନ ଏହି ସମୟରେ ଖୁବ୍ ହଙ୍ଗାମାପୂର୍ଣ୍ଣ ମାହୋଲ ମଧ୍ୟରେ ଚାଲିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଖୁବ୍ ଯୁକ୍ତିତର୍କ ଜାରି ରହିଛି। ଲୋକସଭାରେ ଲଗାତାର ଅନେକ ଦିନରୁ ବିରୋଧୀ ସାଂସଦଙ୍କ ହଙ୍ଗାମା କାରଣରୁ କାର୍ଯ୍ୟବାହୀ ଶୁକ୍ରବାର ଯାଏ ସ୍ଥଗିତ କରିଦିଆ ଯାଇଛି। ପିଏମ ମୋଦି ଆଜି ରାଜ୍ୟସଭାରେ ଉତ୍ତର ଦେଉଛନ୍ତି । ଏହି ସମୟରେ ବିରୋଧୀ ପାର୍ଟିର ସାଂସଦ ମାନେ ନାରାବାଜି କରୁଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ରୁଷ୍ ପରିବର୍ତ୍ତେ ଭେନେଜୁଏଲା ଠାରୁ ତେଲ କିଣିବ ଭାରତ : ଟ୍ରମ୍ପଙ୍କ ଏହି ଦାବିରେ ବୈଦେଶିକ ମନ୍ତ୍ରଣାଳୟ କହିଲା ...
ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜବାବ ଦେଇ କହିଛନ୍ତି , ଆମେ ନା ଅଟକିବାର ଅଛି, ନା କି ପଛକୁ ବୁଲି ଚାହିଁବାର ଅଛି। ଆମେ ଲକ୍ଷ୍ୟକୁ ପ୍ରାପ୍ତ କରିବାର ଅଛି। ପିଏମ୍ ମୋଦି କହିଛନ୍ତି ଦେଶର ବିକାଶ ନୂଆ ଉଚ୍ଚତାକୁ ଛୁଇଁବ। ବିଶ୍ୱ ପ୍ରତି ଭାରତର ଆକର୍ଷଣ ବଢିଛି। ଆଜି ଦୁନିଆ ଭରସାର ସହ ଭାରତ ମୁହାଁ ହେଉଛି। ମୋଦି କହିଛନ୍ତି ଆମେ ଏକା ସାଙ୍ଗରେ ୨୭ଟି ଦେଶ ସହିତ ଚୁକ୍ତି କରିଛୁ। ୯ଟି ବଡ଼ ବଡ଼ ଦେଶ ସହିତ ଭାରତ ଟ୍ରେଡ୍ ଡିଲ୍ ହୋଇଛି। ଟ୍ରେଡ୍ ଡିଲ୍ରେ ବିଶେଷ କରି ଯୁବବର୍ଗ ଉପକୃତ ହେବେ। ଆମେ ବିଶ୍ବର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛୁ। ଆମର ଟ୍ରେଡ୍ ଡିଲ୍କୁ ସାରା ବିଶ୍ୱ ପ୍ରଶଂସା କରୁଛି। ନିଜର ଅଭିଭାଷଣରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପିଏମ୍ ମୋଦି। କହିଛନ୍ତି କଂଗ୍ରେସ ନା ଇଚ୍ଛାଶକ୍ତି ଥିଲା , ନା ହିଁ ଭିଜନ।
ଏହା ପୂର୍ବରୁ , ରାଜ୍ୟସଭାରେ ଜେପି ନଜ୍ଜା ଓ ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ କଡ଼ା ତର୍କ ହୋଇଥିଲା। ଖଡଗେ ରାଜ୍ୟସଭାର କାର୍ଯ୍ୟବାହୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଲୋକସଭାରେ ହୋଇଥିବା ଘଟଣାକ୍ରମର ପ୍ରସଙ୍ଗ ଉଠାଇ କହିଥିଲେ ଯେ, ସେଠାରେ ବିରୋଧୀ ନେତାଙ୍କୁ କହିବାକୁ ଦିଆ ଗଲା ନାହିଁ । ଏହା ଉପରେ ନଡ୍ଡା ତାଙ୍କୁ ମଝିରେ ରୋକି କହିଥିଲେ , ଅନ୍ୟ ଗୃହର କଥା ଏଠାରେ କହି ପାରିବ ନାହିଁ।