ନୂଆଦିଲ୍ଲୀ : ଗତ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୈଳ ଆମଦାନୀକୁ ନେଇ କରିଥିବା ଦାବି ଉପରେ ଭାରତ ଦେଇଛି ଉତ୍ତର। ଟ୍ରମ୍ପ କହିଥିଲେ ଯେ,ଭାରତ ରୁଷ୍ ପରିବର୍ତ୍ତେ ଭେନେଜୁଏଲାରୁ ତେଲ କ୍ରୟ କରିବ, ଏହା ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭେନେଜୁଏଲା ହେଉଛି ଭାରତର ଏକ ପୁରୁଣା ପାର୍ଟନର। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ , ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସୱାଲ କହିଥିଲେ – ଯେପର୍ଯ୍ୟନ୍ତ ଭେନେଜୁଏଲା କଥା କହିବା ତ, ଏହା ଏନର୍ଜୀ (ଶକ୍ତି) କ୍ଷେତ୍ରରେ ବ୍ୟାପାର ଓ ନିବେଶ ଉଭୟ ଦିଗରୁ ଆମର ପୁରୁଣା ପାର୍ଟନର ଭାବେ ରହିଛି। ଆମେ ୨୦୧୯-୨୦ ପର୍ଯ୍ୟନ୍ତ ଭେନେଜୁଏଲ ଠାରୁ ଏନର୍ଜୀ ଓ ଅଶୋଧିତ ତୈଳ ଆମଦାନୀ କରୁ ଥିଲୁ, ଏହାପରେ ଆମେ ଏହାକୁ ରୋକିବାକୁ ପଡ଼ି ଥିଲା। ପୁଣି , ଆମେ ୨୦୨୩-୨୪ ରେ ଭେନେଜୁଏଲା ଠାରୁ ତୈଳ କ୍ରୟ କରିବା ଆରମ୍ଭ କଲୁ, ହେଲେ ପ୍ରତିବନ୍ଧକ ପୁଣି ଥରେ ଲାଗିବା ପରେ ଆମେ ଏହାକୁ ରୋକିବାକୁ ପଡ଼ିଲା...ଏନର୍ଜୀ ସିକ୍ୟୁରିଟି ପ୍ରତି ଆମର ଦୃଷ୍ଟଭଙ୍ଗୀ ଅନୁସାରେ , ଭାରତ ଭେନେଜୁଏଲା ସହ କୌଣସି ବି ଅଶୋଧିତ ତୈଳର ଯୋଗାଣର କମର୍ସିଆଲ ଲାଭକୁ ଦେଖବା ପାଇଁ ପ୍ରସ୍ତୁତ।
ଆହୁରି ମଧ୍ୟ ପଢନ୍ତୁ : ଚୀନର ଦବଦବା ଶେଷ କରିବାକୁ ଆମେରିକା ପ୍ରସ୍ତୁତି; ୫୦ ଦେଶ ପାଇଁ ଚକ୍ରବ୍ୟୁହ ଗଢ଼ୁଛନ୍ତି ଟ୍ରମ୍ପ, ଲିଷ୍ଟରେ ଅଛି କି ଭାରତ ?
ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି , ବଜାରର ସ୍ଥିତି ଓ ଅନ୍ତର୍ଜାତୀୟ ପରିବର୍ତ୍ତନର ହିସାବରେ ଏନର୍ଜି ସୋର୍ସିଂରେ ବିବିଧତା ଆଣିବା ଏନର୍ଜୀ ପ୍ରୋକ୍ଯୋରମେଣ୍ଟ ପାଇଁ ଆମ ରଣନୀତିର ମୁଖ୍ୟ ଅଂଶ।ଜାୟସୱାଲ କହିଛନ୍ତି ,ଯେପର୍ଯ୍ୟନ୍ତ ଭାରତର ଏନର୍ଜୀ ସୋର୍ସିଂର ପ୍ରଶ୍ନ , ସରକାର ଅନେକ ଅବସରରେ ସାର୍ବଜନିକ ଭାବେ କହିଛନ୍ତି ଯେ, ୧.୪ ବିଲିୟନ ଭାରତୀୟଙ୍କ ଏନର୍ଜୀ ସିକ୍ୟୋରିଟି ସ୍ପଷ୍ଟ କରିବା ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା।
ଭାରତ-ଆମେରିକା ଟ୍ରେଡ୍ ଡିଲର ଘୋଷଣା ପରେ , ଟ୍ରମ୍ପ ଦାବି କରିଥିଲେ ଯେ, ଭାରତ ରୁଷୀୟ ତୈଳ କ୍ରୟ କରିବା ବନ୍ଦ କରିଦେବ ଏବଂ ଏହା ପରିବର୍ତ୍ତେ ଭେନେଜୁଏଲାର ତୈଳରେ ନିବେଶ କରିବ। ଟ୍ରମ୍ପ ଏହି ସପ୍ତାହର ଆରମ୍ଭରେ ଟ୍ରୁଥ ଲେଖି ଥିଲେ , ଆମେ ଟ୍ରେଡ୍ ସହ ଅନେକ ଜିନିଷ ଉପରେ କଥା ହୋଇଛୁ , ଏବଂ ରୁଷ୍ ଓ ୟୁକ୍ରେନ୍ ସହ ଯୁଦ୍ଧ ବନ୍ଦ କରିବା ଉପରେ ସହମତି ହୋଇଛି ଯେ, ରୁଷୀୟ ତୈଳ କ୍ରୟ କରିବା ବନ୍ଦ କରାଯିବ, ଏବଂ ୟୁନାଇଟେଡ୍ ଷ୍ଟେଟ୍ସ , ବୋଧହୁଏ ଭେନେଜୁଏଲା ଠାରୁ ବହୁତ ଅଧିକ ତୈଳ କ୍ରୟ କରାଯିବ।ଏଥିରେ ୟୁକ୍ରେନରେ ଚାଲୁଥିବା ଯୁଦ୍ଧରେ ସାହାଯ୍ୟ ହେବ , ଯେଉଁଥିରେ ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଏହା ବ୍ୟତୀତ ଟ୍ରମ୍ପ କହିଥିଲେ ଯେ, ଆମେରିକା ଭାରତ ଉପରେ ଲଗେଇଥିବା ଟାରିଫ୍କୁ ହ୍ରାସ କରି ୧୮ ପ୍ରତିଶତ କରୁଛି, ପ୍ରଥମେ ଏହା ମୋଟ ୫୦ ପ୍ରତିଶତ ଥିଲା। ଏଥିରେ ୨୫ ପ୍ରତିଶତ ରୁଷୀୟ ତୈଳ ଆମଦାନୀ ପାଇଁ ଲଗାଯାଇ ଥିଲା।