ନୂଆଦିଲ୍ଲୀ,୦୨/୧୨: ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ବିରୋଧୀଙ୍କ ହୋ ହାଲ୍ଲାରେ କମ୍ପିଲା ଗୃହ । ଆଦାନୀ, ମଣିୁପୁର ପ୍ରସଙ୍ଗରେ ଆଲୋଚନା ଦାବି କରି ହଙ୍ଗାମା କରିଥିଲେ ବିରୋଧୀ । ସୁରୁଖୁରୁରେ ଗୃହ ଚଳାଇବାକୁ ବାଚସ୍ପତି ଅନୁରୋଧ କରିବା ପରେ ବି କେହି କର୍ଣ୍ଣପାତ କରିନଥିଲେ । ଶେଷରେ ଉଭୟ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା ହୋଇଛି । ସେପଟେ ସରକାର ଆଲୋଚନା କରିବାକୁ ଚାହୁଁନଥିବା । ସଂସଦ ଚର୍ଚ୍ଚା ପାଇଁ ମାତ୍ର ସେଠାରେ ଚର୍ଚ୍ଚା ହେଉନାହିଁ ବୋଲି କହିଛନ୍ତି ବିରୋଧୀ ।

ପୂର୍ବାହ୍ନ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିରୋଧୀ ଆଦାନୀ ପ୍ରସଙ୍ଗ, ମଣିପୁର ହିଂସା ଓ ସମ୍ବଲ ହିଂସାକୁ ନେଇ ଆଲୋଚନା କରିବାକୁ ଦାବି କରିଥିଲେ । ଏହାକୁ ପ୍ରବଲ ହଟ୍ଟଗୋଳ ହୋଇଥିଲା । ପ୍ରଥମେ ପୂର୍ବାହ୍ନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ । ଏହା ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଚାଲିପାରିନଥିଲା । ସମାନ ପ୍ରସଙ୍ଗରେ ଆଲୋଚନା ଦାବି କରି ହଙ୍ଗାମା କରିଥିଲେ ବିରୋଧୀ । ଶେଷରେ ଉଭୟ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ବିରୋଧୀଙ୍କ ହୋ ହାଲ୍ଲାକୁ ନେଇ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଯେ ବିରୋଧୀ ଚାହୁଁନାହାନ୍ତି ସଂସଦରେ ଦେଶର ମୁଦ୍ଦା ଉଠୁ । ବିରୋଧୀ ନେତା ପ୍ରଶ୍ନ କରନ୍ତି ସରକାର ଉତ୍ତର ଦିଅନ୍ତି ହେଲେ ମୋତେ ଲାଗୁଛି ବିରୋଧୀ ଦୁର୍ବଳ ହୋଇଯାଇଛନ୍ତି । ଆଜି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଥିଲେ ହେଲେ ଗୃହ ଚାଲି ପାରିଲା ନାହିଁ ।

ଉଭୟ ଗୃହ ମୁଲତବୀକୁ ନେଇ କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରଭଙ୍କୁ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ସ୍ବୀକାର କରିବାକୁ ହେବ । ଆଦାନୀ ଉପରେ ଆମେରିକା ଆକ୍ସନ ନେଉଛି ମାତ୍ର ଭାରତ ଶୋଇଛି । ବିଶ୍ବରେ ଭାରତର ଛବି ଖରାବ ହେଉଛି ।

ସେହିପରି ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଲ ଯାଦବ କହିଛନ୍ତି , ସରକାର ଆଲୋଚନା କରିବାକୁ ଚାହୁଁନାହାନ୍ତି । ଆମେ କେବଳ ଚର୍ଚ୍ଚା ଦାବି କରୁଛୁ । ମାତ୍ର ସରକାର ଚାହୁଁନାହାନ୍ତି । ଆମେ ଆଲୋଚନା ପାଇଁ ଦାବି କରିବା ଜାରି ରଖିବୁ । ସଂସଦ ଚର୍ଚ୍ଚା ପାଇଁ ମାତ୍ର ସରକାର ଚାହୁଁନାହାନ୍ତି ।