ନୂଆଦିଲ୍ଲୀ,୦୨/୧୨; ସଂସଦ ଶୀତ ଅଧିବେଶନର ଦ୍ୱିତୀୟ ଦିନ ବି ଚାଲି ପାରୁନି ଗୃହ । ଏସଆଇଆର ତାତିରେ କମ୍ପୁଛି ଗୃହ । ସ୍ୱତନ୍ତ୍ର ଭୋଟର ସଂଶୋଧନ ଉପରେ ଚର୍ଚ୍ଚା ଡିମାଣ୍ଡ କରି ବିରୋଧୀ ପ୍ରବଳ ହଙ୍ଗାମା କରିଛନ୍ତି । ଶାନ୍ତିପୂର୍ଣ୍ଣରେ ଗୃହକାର୍ଯ୍ୟ ଚାଲିପାରୁ ନାହିଁ । ଫଳରେ ଅପରାହ୍ନ ୨ଟା ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା କରାଯାଇଛି । ସଂସଦ ବାହାରେ 'ଷ୍ଟପ ଏସଆଇଆର' ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ଏଥରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହୋଇଛି । ଲୋକତନ୍ତ୍ରକୁ ବଞ୍ଚାଇବାକୁ ହେବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇ ରାଜି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜିଜୁ ।
ସଂସଦ ଶୀତ ଅଧିବେଶନର ଦ୍ବିତୀୟ ଦିନରେ SIR ବିରୋଧରେ ବିରୋଧୀଙ୍କ ପ୍ରତିବାଦ ଜାରି ରହିଛି । ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମସ୍ତ ବିରୋଧୀ ସାଂସଦ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ସ୍ପିକର ପ୍ରଶ୍ନକାଳ ଜାରି ରଖିଲେ, କିନ୍ତୁ ବିରୋଧୀ ଦଳ ୨୦ ମିନିଟ୍ ପର୍ଯ୍ୟନ୍ତ 'ଭୋଟ୍ ଚୋର- ଗାଦି ଛାଡ଼' ସ୍ଲୋଗାନ ଦେଇଥିଲେ । ଏହାପରେ ପ୍ରଥମେ ମଧ୍ୟାହ୍ନ ୧୨ ଟା ଓ ପରେ ଅପରାହ୍ନ ୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ସେପଟେ ରାଜ୍ୟସଭାରେ ବି ବିରୋଧୀ ଜୋରଦାର ହୋହାଲ୍ଲା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଲୋକତନ୍ତ୍ରର ରକ୍ଷା କରିବାକୁ ବିରୋଧ ପ୍ରଦର୍ଶନ ଜରୁରୀ । ସରକାର ଆଲୋଚନା ପାଇଁ ରାଜି ହେଉନାହାନ୍ତି । ଦେଶପାଇଁ ଏହା ଦୁର୍ଭାଗ୍ୟଜନକ । ସେପଟେ ସଂସଦ ପରିସରର ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ଏସଆଇଆର ଉପରେ ସରକାର ତୁରନ୍ତ ଚର୍ଚ୍ଚା କରନ୍ତୁ ବୋଲି ଦାବି କରିଛନ୍ତି ।
#WATCH | Delhi | On the issue of SIR, Congress President Mallikarjun Kharge says, "The opposition is raising it, and they want to discuss this SIR matter very seriously, but the Chairman did not allow, and the government is not ready to discuss. This is very unfortunate for the… pic.twitter.com/TTH5BWdjSF
— ANI (@ANI) December 2, 2025
ଡିମାଣ୍ଡକୁ ନେଇ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି,'' ଗୃହ ଲୋକତନ୍ତ୍ରର ମନ୍ଦିର । ପ୍ରଥମ ଦିନରୁ ଆମେ ରାଜଧାନୀର ପ୍ରଦୂଷଣକୁ ନେଇ ଏସଆଇଆର ଉପରେ ଚର୍ଚ୍ଚା କରିବାକୁ ଦାବି କରୁଛୁ । ସେମାନେ ଚର୍ଚ୍ଚା ପାଇଁ ରାଜି ହେଉନାହାନ୍ତି । ତ ଆମେ କଣ ଚୁପ ହୋଇଯିବୁ । ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଗମ୍ଭୀର । ପ୍ରଧାନମନ୍ତ୍ରୀ କହୁଛନ୍ତି ପାଣିପାଗ ଭଲ ଅଛି । ଆମେ କିଛି କହିବୁ ନାହିଁ ଏମିତି କିପରି ହେବ ?''
#WATCH | Delhi | Congress MP Priyanka Gandhi Vadra says, "We have been demanding a discussion on so many issues, SIR, air pollution and others, since the last session. But they (govt) are not ready to hold a discussion on any issue. So should we remain silent?..." pic.twitter.com/xuleRUmzmk
— ANI (@ANI) December 2, 2025
ବିରୋଧୀଙ୍କ ଏସଆଇଆର ମୁଦ୍ଦାକୁ ନେଇ ବିଜେପି ସାଂସଦ ଦିଲ୍ଲୀପ ସାଇକିଆ କହିଛନ୍ତି, '' ବିରୋଧୀଙ୍କ ମନୋଭାବ ସବୁବେଳେ ସମାନ । ଗତ ସେସନ୍ରେ ବି ଏସଆଇର ପ୍ରସଙ୍ଗରେ ପାର୍ଲାମେଣ୍ଟକୁ ଠପ କରିଥିଲେ । ଯଦି ସେମାନଙ୍କ ପାଖରେ କିଛି ପ୍ରମାଣ ଅଛି ତେବେ ସୁପ୍ରିମକୋର୍ଟ ଯାଆନ୍ତୁ । ଗୃହ ତ ଜନତାଙ୍କର ସେଥିରେ କାହିଁକି ବାଧା ସୃଷ୍ଟି କରୁଛନ୍ତି । ଆମେ ବିଶ୍ୱାସ କରୁ ଯେ SIR ରହିବା ଉଚିତ । ଆମେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି । ସରକାର ବି ରାଜି ଆଲୋଚନା ପାଇଁ । ହେଲେ ପାର୍ଲାମେଣ୍ଟାରୀ ବିଜେନେସ୍ ଛାଡି କି କିପରି ହେବ । ବିରୋଧୀଙ୍କର ଏପରି ମନୋଭାବ ଠିକ୍ ନୁହେଁ । ''
#WATCH | Delhi: BJP MP Dilip Saikia says, "Even in the previous session of Parliament, their (Opposition's) attitude was the same. They had stalled the entire Parliament over the issue of SIR If they have a valid legal issue, they should go to the Supreme Court. They should fight… pic.twitter.com/13ZQNesRjf
— ANI (@ANI) December 2, 2025