ମୁମ୍ବାଇ,୯।୪: ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟର ଆରମ୍ଭ। ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍ସିପି)ର ବରିଷ୍ଠ ନେତା ଓ ସ୍ବଗର୍ତ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପରଲୋକ ପରେ ପରିବାର ଓ ଦଳ ନୂଆ ନେତୃତ୍ବଙ୍କୁ ଦାୟିତ୍ବ ଦେଇଛି। ଗୋଟିଏ ପଟେ ଦଳର ଦାୟିତ୍ବ ସୁନେତ୍ରା ପାୱାର ନେଇଛନ୍ତି, ଅନ୍ୟପକ୍ଷେ ଆଜି ତାଙ୍କର ପୁଅ ପାର୍ଥ ପାୱାର ଅଫିସିଆଲି ଦେଶର ଉଚ୍ଚକକ୍ଷ ତଥା ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି।
Watch: NCP leader late Ajit Pawar's son Parth Pawar took the oath as a member of the Rajya Sabha
— IANS (@ians_india) April 9, 2026
(Source: Sansad TV) pic.twitter.com/1U3kFkBKv7
ଆଜି ସଂସଦ ଭବନର ବିଶାଳ କରିଡରରେ ଏକ ଗଭୀର ଭାବପ୍ରବଣ ଦିନ ଥିଲା। ଶପଥ ଗ୍ରହଣ ସମାରୋହ ସମୟରେ ସମସ୍ତଙ୍କ ନଜର ପାର୍ଥ ପାୱାରଙ୍କ ପୋଷାକ ଉପରେ ଥିଲା। ଏହି ବିଶେଷ ଅବସରରେ, ପାର୍ଥ ସେହି ନେହେରୁ ଜ୍ୟାକେଟ୍ ପିନ୍ଧିଥିଲେ ଯାହାକୁ ତାଙ୍କ ପିତା ଅଜିତ ପାୱାରଙ୍କ ଟ୍ରେଡମାର୍କ ଭାବରେ ବିବେଚନା କରାଯାଏ। ରାଜନୈତିକ ମହଲରେ, ଏହାକୁ କେବଳ ପୋଷାକ ଭାବରେ ନୁହେଁ, ବରଂ ‘ଐତିହ୍ୟର ହସ୍ତାନ୍ତର’ଭାବରେ ଦେଖାଯାଉଛି। ସମର୍ଥକମାନେ ବିଶ୍ୱାସ କରନ୍ତି ଯେ ଗୋଲାପୀ ଜ୍ୟାକେଟ୍ ପିନ୍ଧି, ପାର୍ଥ ଏକ ବାର୍ତ୍ତା ଦେଇଛନ୍ତି ଯେ ସେ ତାଙ୍କ ବାପାଙ୍କ ଅପୂର୍ଣ୍ଣ ସ୍ୱପ୍ନ ଏବଂ ତାଙ୍କର କଠିନ ପରିଶ୍ରମ ନୀତିକୁ ଆଗକୁ ବଢ଼ାଇବେ।
ଆଜି ସଂସଦ ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ କିନ୍ତୁ ଗାରିମାପୂର୍ଣ୍ଣ ଉତ୍ସବରେ ପାର୍ଥ ପାୱାରଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଲେ। ଶପଥ ଗ୍ରହଣ କରିବା ପରେ, ପାର୍ଥଙ୍କୁ ସଦନର ବରିଷ୍ଠ ନେତାମାନଙ୍କୁ ସ୍ୱାଗତ କରିଥିଲେ। ଶପଥ ଗ୍ରହଣ ସମୟରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର, ଏନ୍ସିପି ନେତା ପ୍ରଫୁଲ ପଟେଲ ଓ ସୁନିଲ ତାଟକରେ ଓ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଉପସ୍ଥିତ ଥିଲେ। ଅଜିତ ପାୱାରଙ୍କ ମୃତ୍ୟୁ ପରେ ଦଳ ଭିତରେ ନେତୃତ୍ବକୁ ନେଇ, ଯେଉଁ ଅନୁମାନ କରାଯାଉଥିଲା ଏବେ ତା ଉପରେ ବିରାମ ଲାଗି ସାହରିଛି। ସୁନେତ୍ରା ଯେଉଁଭଳି ଭାବରେ ସଂଗଠନକୁ ଏକଜୁଟ୍ ରଖିଛନ୍ତି, ତାହାଦ୍ବାରା କର୍ମଚାରୀଙ୍କ ଭିତରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି।
ଆହୁରି ପଢନ୍ତୁ : ଆପ୍ ସହ ବିବାଦ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ରାଘବଙ୍କ ସଙ୍କେତ, ସେୟାର ରିଲ୍ ବଢାଇଲା ଚର୍ଚ୍ଚା