ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ହ୍ବାଇଟ୍ ହାଉସ ନିକଟରେ ବିମାନ ଦୁର୍ଘଟଣା, ଯାତ୍ରା କରୁଥିଲେ ୬୦ ଯାତ୍ରୀ

Published By : Anindita Ratha | January 30, 2025 10:11 AM

ନୂଆଦିଲ୍ଲୀ, ୩୦/୦୧: ଆମେରିକାର ହ୍ବାଇଟ୍ ହାଉସ ନିକଟରେ ବଡ଼ ବିମାନ ଦୁର୍ଘଟଣା ।  ଘଟଣା  ପରେ ବିମାନଟି  ପୋଟୋମେକ ନଦୀରେ ଖସି ପଡିଥିଲା । ଯାତ୍ରୀବାହୀ ବିମାନ ସହ ଏକ ହେଲିକପ୍ଟର ଧକ୍କା ହେବା ଫଳରେ ଏତେ ବଡ଼ ଘଟଣା ଘଟିଥିବା ଜଣାପଡ଼ିଛି । ଏଥିରେ ପ୍ରାୟ ୬୦ଜଣ ଯାତ୍ରୀ ଯାତ୍ରା କରୁଥିଲେ । ହେଲେ ଏହି ବିମାନ ଦୁର୍ଘଟଣାରେ ମୃତାହତ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ ।  ମେରିକାର କାନସାସ ସିଟିରୁ ୱାଶିଂଟନକୁ ଆସୁଥିବା ବେଳେ ଏହି ଘଟଣା ଘଟିଛି ।  

ତେବେ ଏହା ଏକ କାନାଡିଆନ୍ ଏୟାର ବିମାନ ଥିଲା ।ବର୍ତ୍ତମାନ ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଯେଉଁ ହେଲିକପ୍ଟର ସହିତ ବିମାନଟି ଧକ୍କା ହୋଇଥିଲା ତାହା  ଆମେରିକାର ସେନା ହେଲିକପ୍ଟର ବ୍ଲେକହଙ୍କ। ଦୁର୍ଘଟଣା ପରେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ରେଗାନ୍ ଜାତୀୟ ବିମାନ ବନ୍ଦର ବନ୍ଦ ହୋଇଯାଇଛି। ହ୍ବାଇଟ ହାଉସ୍ ଏବଂ ବିମାନବନ୍ଦର ମଧ୍ୟରେ ଦୂରତା ୩ କିଲୋମିଟରରୁ କମ୍ ଅଟେ । ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ଟ୍ରମ୍ପ ହ୍ବାଇଟ ହାଉସରେ ଉପସ୍ଥିତ ଥିଲେ। ଏହା ଏକ ଦୁର୍ଘଟଣା କି ଷଡଯନ୍ତ୍ର ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ହେଲିକପ୍ଟରର ହଠାତ୍ ଆସିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ପୋଟୋମେକ୍ ନଦୀ ବରଫ ପରି ଜମି ରହିଥିବାରୁ ଯାତ୍ରୀଙ୍କ ବଞ୍ଚିବା ଆଶା କମ୍ ରହିଛି। ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଛି। ତେବେ ହେଲିକପ୍ଟର ହଠାତ୍ କିପରି ପହଞ୍ଚିଲା ଓ ହେଲିକପ୍ଟରରେ କିଏ ଥିଲେ? ଏନେଇ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନଟିଏସବି) ରୋନାଲଡ ରେଗାନ ଜାତୀୟ ବିମାନବନ୍ଦର ନିକଟରେ ଆକାଶ ମାର୍ଗରେ ଘଟଣାର ଯାଞ୍ଚ କରିବେ ବୋଲି ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.