ଭୁବନେଶ୍ୱର ୨୬/୧୧: ଶୀତୁଆ ସକାଳରେ ପୁଣି ଦୁଲୁକିବ ରାଜଧାନୀ । ନାଚ, ଗୀତରେ ଝୁମିବେ ରାଜଧାନୀବାସୀ । କାରଣ ଡିସେମ୍ବରରେ ପୁଣି ଫେରୁଛି ପଥ ଉତ୍ସବ । ୩ଟି ଜୋନ୍ରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଏମ୍ସି କର୍ପୋରେସନ ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲା । ତେବେ ଷ୍ଟାଣ୍ଡିଂ କମିଟିରେ ପାସ ହେବା ପରେ ତାହା କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଏକ ସ୍ୱତନ୍ତ୍ର ବୈଠକ ବସିବ ।
ସାଉଥ- ଇଷ୍ଟ ଜୋନ୍ରେ ମାଷ୍ଟରକ୍ୟାଣ୍ଟିନ୍ରୁ ରାମ ମନ୍ଦିର ଏହି ପଥ ଉତ୍ସବ ଅନୁଷ୍ଠିତ ହେବ । ଅନ୍ୟ ୨ ଜୋନ୍ରେ ଜାଗା ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ । ପଥ ଉତ୍ସବରେ ସାଇକେଲିଂ, ପେଣ୍ଟିଂ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍କେଟିଂ ଆଦି ରହିବ । ବିଭିନ୍ନ ସ୍ଥାନରେ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିବ ।