ମୁମ୍ୱାଇ,୧୨/୧୨:୨୦୨୩ରେ 'ପଠାନ' ସହ କମବ୍ୟାକ କରିଥିଲେ ଶାହାରୁଖ ଖାନ । ଯାହା ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା । ଆଉ ସେବେଠାରୁ ଫିଲ୍ମର ସିକ୍ୱେଲ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶିତ ହୋଇନଥିଲା। କିନ୍ତୁ ବର୍ତ୍ତମାନ 'ପଠାନ ୨' ଆନୁଷ୍ଠାନିକ ଘୋଷଣା କରାଯାଇଛି । ଦୁବାଇରେ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଛି।ଯେଉଁଠାରେ ଶାହାରୁଖ ଖାନ ମଧ୍ୟ ଉପସ୍ଥିତ ଥିଲେ। 

ଏହି ଘୋଷଣା ଦୁବାଇରେ ଏକ ରିଅଲ୍ ଇଷ୍ଟେଟ୍ ଲଞ୍ଚ ସମୟରେ ହୋଇଥିଲା। ଯେଉଁଠାରେ ଶାହାରୁଖ ଖାନଙ୍କ ନାମରେ ନାମିତ ଏକ ଟାୱାର ଉନ୍ମୋଚନ କରାଯାଇଥିଲା ।  କାର୍ଯ୍ୟକ୍ରମ ସମୟରେ, ଡେଭଲପର ମଞ୍ଚ ଉପରେ ଘୋଷଣା କରିଥିଲେ ଯେ, 'ପଠାନ ୨' ନିର୍ମାଣ କରାଯାଉଛି । ଲଞ୍ଚ ଇଭେଣ୍ଟର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଡେଭଲପର କହିଛନ୍ତି, "ଯେ କୌଣସି ବ୍ଲକବଷ୍ଟର ସିନେମାର ଏକ ସିକ୍ୱେଲ୍ ଥାଏ, ଠିକ୍ ନା ? ପଠାନ ପରି । ପଠାନ ୨ ଆସୁଛି । ତେଣୁ, ଯଦି ଆପଣ ଯେକୌଣସି ସିନେମା ଦେଖନ୍ତି, ତେବେ ଏହାର ଏକ ସିକ୍ୱେଲ୍ ହେବ।" ତାଙ୍କ ବକ୍ତବ୍ୟର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ସେହି କାର୍ଯ୍ୟକ୍ରମରେ କିଙ୍ଗ ଖାନ ମଧ୍ୟ ତାଙ୍କର ସଫଳତା ବିଷୟରେ କହିଥିଲେ । ଏଥିରେ ଜାତୀୟ ପୁରସ୍କାର, ଲଣ୍ଡନରେ ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଏବଂ ବର୍ତ୍ତମାନ, ତାଙ୍କ ନାମରେ ନାମିତ ଏକ ବଡ଼ କୋଠା ଅନ୍ତର୍ଭୁକ୍ତ । ତେବେ ଶାହାରୁଖ ଖାନଙ୍କ ୱାର୍କପ୍ରଣ୍ଟ କଥା କହିଲେ, ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ "କିଙ୍ଗ୍"ର ସୁଟିଂରେ ବ୍ୟସ୍ତ ଅଛନ୍ତି ଶାହାରୁଖ  । ଏହି ଫିଲ୍ମରେ ସୁହାନା ଖାନ, ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଅଭୟ ବର୍ମା, ଅନିଲ କପୁର, ଅର୍ଶଦ ୱାର୍ସୀ, ରାଣୀ ମୁଖାର୍ଜୀ ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି । "କିଙ୍ଗ୍"ର ପ୍ରଥମ ଲୁକ୍ ଚଳିତ ବର୍ଷ କିଙ୍ଗ୍ ଖାନଙ୍କ ଜନ୍ମଦିନରେ ରିଲିଜ୍ ହୋଇଥିଲା।