ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

Published By : Prameya | May 16, 2025 5:49 PM

କଟକ, ୧୬/୫ :  ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା (ପିଏମଏସଟି )-୨୦୨୪ ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷା ଫଳ ମାଧ୍ୟ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବସାଇଟରେ ଉପଲବଧ ରହିଛି। ପରୀକ୍ଷାର୍ଥୀମାନେ ବୋର୍ଡ଼ର ୱେବସାଇଟରୁ ଡାଉନଲୋଡ଼ କରି ସେମାନଙ୍କ ଫଳ ପାଇପାରିବେ।

ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ପରୀକ୍ଷାରେ ମୋଟ ୯୪ ହଜାର ୩୩୫ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଷ୍ଟେଜ -୧ ରେ ୫୦ହଜାର ୮୦ ଜଣ  ଓ ଷ୍ଟେଜ- ୨ରେ  ୪୪ ହଜାର ୨୫୫ ଜଣ ପରୀକ୍ଷା ଦେଇଥିଲେ। ରାଜ୍ୟରେ ୫୫୩ ଟି ସେଣ୍ଟରରେ ଗତ ମେ ୯ ତାରିଖରେ ଏହି ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଟିତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.