ଭୁବନେଶ୍ବର, ୧୫।୧ : ବିଜେଡିରୁ ସସପେଣ୍ଡ ହେବା ପରେ ପ୍ରତିକ୍ରିୟା ରଖିଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। କାହିଁକି ମୋତେ ନିଲମ୍ବନ କରାଗଲ ମୁଁ ଜାଣି ନାହିଁ ବୋଲି କହିଲେ। ଦଳ ତରଫରୁ ମୋତେ କିଛି ଜଣାଯାଇନି, ସୋସିଆଲ୍ ମିଡିଆରୁ ଜାଣିଲି । ମୁଁ କୌଣସି ଦଳବିରୋଧୀ କାମ କରିନି । ଦଳକୁ ଅସୁବିଧାରେ ପକାଇବା ଭଳି କିଛି କାର୍ଯ୍ୟ କରିନି। ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରୁଥିଲି। ମୁଁ କୌଣସି ମେଳିକୁ ଯାଇନି କି ଭୋଜି ଖାଇନି ।ଦଳକୁ କ୍ଷତି ପହଞ୍ଚାଇବା ଭଳି ମନ୍ତବ୍ୟ ଦେଇ ନାହିଁ। ଦଳର ସଭାପତିଙ୍କୁ ଭେଟି ଏ ନେଇ ଆଲୋଚନା କରିବି ବୋଲି ଅରବିନ୍ଦ କହିଛନ୍ତି।
ସୂଚନାଯୋଗ୍ୟ ଯେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ସସପେଣ୍ଡ କରିଛନ୍ତି।