ନୂଆଦିଲ୍ଲୀ : ଗାନ୍ଧୀ ମୈଦାନରେ ପ୍ରଶାନ୍ତ କିଶୋରଙ୍କ ଅନଶନ ଉପରେ ପାଟନା ଡିଏମ୍ ଚନ୍ଦ୍ରଶେଖର ସିଂହଙ୍କ ବଡ଼ ବୟାନ। ଡିଏମ୍ ଏହି ଅନଶନକୁ ବେଆଇନ କହି ଆକ୍ସନ ନେବା କଥା କହିଛନ୍ତି। ସେ କହିଛନ୍ତି, ମାନନୀୟ ହାଇକୋର୍ଟଙ୍କ ଆଦେଶରେ ଗର୍ଦନିବାଗରେ ବିରୋଧ ପ୍ରଦର୍ଶନ ପାଇଁ ସ୍ଥାନ ଚିହ୍ନଟ ରହିଛି। ବିନା ଅନୁମତିରେ ଚାଲୁଥିବା ଏହି ଅନଶନକୁ ନେଇ ପ୍ରଶାନ୍ତ କିଶୋରଙ୍କ ଉପରେ ଏଫଆଇଆର ରୁଜୁ କରା ଯାଇ ସାରିଛି।
ପାଟନା ଜିଲ୍ଲା ପ୍ରଶାସନର ପଦାଧିକାରୀ ପ୍ରଶାନ୍ତ କିଶୋରଙ୍କୁ ଅନଶନ ଭାଙ୍ଗି ଗାନ୍ଧୀ ମୈଦାନ ଖାଲି ନକରିବା ଉପରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇ ସାରିଛନ୍ତି। ମୁଜଫରପୁର କୋର୍ଟରେ ମଧ୍ୟ ଜନ ସୁରାଜ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପିକେ ଦୁଇ ଜାନୁଆରୀ ସନ୍ଧ୍ୟାରୁ ଆମରଣ ଅନଶନରେ ଅଛନ୍ତି।
ଶନିବାର ସାମ୍ୱାଦିକଙ୍କ ପ୍ରଶ୍ନର ଜବାବ ଦେଇ ଚନ୍ଦ୍ରଶେଖର ସିଂହ କହିଛନ୍ତି ଯେ, ୨୦୧୫ ମସିହାରେ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଗର୍ଦନିବାଗରେ ବିରୋଧ ପ୍ରଦର୍ଶନ ପାଇଁ ସ୍ଥାନ ନିର୍ଦ୍ଧାରିତ କରାଯାଇଛି। ସବୁ ରାଜନୀତିକ ଦଳ ସେଠାରେ ପରମ୍ପରାଗତ ଭାବେ ଆନ୍ଦୋଳନ କରନ୍ତି । ଏଥିପାଇଁ ଅନୁମତି ମଧ୍ୟ ନେଇଥାନ୍ତି।
ଡିଏମ୍ କହିଛନ୍ତି, ଗାନ୍ଧୀ ମୈଦାନରେ ଏହି ପ୍ରକାରର ପରମ୍ପରା ନାହିଁ, କାରଣ ଏହା ପ୍ରତିବନ୍ଧିତ ଅଞ୍ଚଳ। ରାଲି ବା ପ୍ରଶେସନର ଆୟୋଜନ ପ୍ରଶାସନ ଠାରୁ ବିଧିବଦ୍ଧ ଭାବେ ଅନୁମତି ନେଇ କରାଯାଏ। କିନ୍ତୁ ପ୍ରତିବାଦ ଭଳି କିଛି ଏବେ ସୁଦ୍ଧା କିଛି ହୋଇନାହିଁ। ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ୍ ଦିଆଯାଇଛି। ଏବେ ପରୀକ୍ଷା ସଂପନ୍ନ କରାଇବା ସର୍ବୋଚ୍ଚ ପ୍ରାଥମିକତା। ପୁନଃ ପରୀକ୍ଷା (ରି ଏଗଜାମ) ପରେ ଏହି ଦିଗରେ ନିଷ୍ପତ୍ତି ନିଆଯିବ। ଡିଏମ୍ ଚନ୍ଦ୍ରଶେଖର ସିଂହ କହିଛନ୍ତି କି, ଗାନ୍ଧୀ ମୈଦାନ ଏକ ପବ୍ଲିକ୍ ପ୍ଲେସ୍ ଏବଂ ଏହିସବୁ ସ୍ଥାନରେ ଉଚିତ୍ ବ୍ୟବସ୍ଥା ଜାରି ରଖିବା ସମସ୍ତଙ୍କର ଦାୟିତ୍ୱ ହୋଇଥାଏ। ପ୍ରଶାନ୍ତ କିଶୋରଙ୍କର ଏହି ତର୍କ ଠିକ୍ ନୁହେଁ କି ପବ୍ଲିକ୍ ସ୍ଥାନରେ ଧାରଣା ଦେବେ।