ନୂଆଦିଲ୍ଲୀ: ସରକାର କହୁଛନ୍ତି ତେଲ ଅଛି, ହେଲେ ପେଟ୍ରୋଲ ପମ୍ପରେ ଲାଗୁଛି ଭିଡ଼ । କେଉଁଠି ସରି ଗଲାଣି ତ ଆଉ ଯେଉଁଠି ଅଛି ସେଠି ପଶି ହେଉନି । ତୈଳ ସଙ୍କଟ ସାରା ଦେଶରେ ଦେଖିବାକୁ ମିଳିଛି । ସବୁଠି ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଲାଗୁଛି ସଂଘର୍ଷ । ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବା ପରେ ମିଳୁଛି ତେଲ । ତେଲ ପକାଇବା ପାଇଁ କେତେ କଷ୍ଟ କରିବାକୁ ପଡ଼ୁଛି ତାହା ସମସ୍ତେ ବେଶ ଭଲଭାବେ ବୁଝିଛନ୍ତି । ତେବେ ଏଭଳି ଏକ ଘଡ଼ିସନ୍ଧି ସମୟରେ ଟାଙ୍କି ଫୁଲ୍ ପାଇଁ ମିଳିବ କି ତେଲ ? ଏମିତି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି । କାରଣ ଅନେକ ଟାଙ୍କିରେ ଲିମିଟରେ ତେଲ ଦିଆଯାଉଥିବା ଦେଖିବାକୁ ମିଳିଛି ।
ତେବେ କିଛି ଟାଙ୍କିରେ ୧୦୦ ଟଙ୍କା ତ ଆଉ କେତେକ ସ୍ଥାନରେ ୨୦୦ ଟଙ୍କାରେ ଦିଆଯାଉଛି ପେଟ୍ରୋଲ । ଲମ୍ବା ଧାଡ଼ି ପରେ ମାତ୍ର ଏତିକି ଟଙ୍କାର ମିଳୁଛି । କିନ୍ତୁ ଯଦି କେହି ଟାଙ୍କି ଫୁଲ୍ କରିବା ପାଇଁ ଚାହେଁ ଏଭଳି ହେବା ଅସମ୍ଭବ ଲାଗୁଛି । ତେବେ କେତେକ ଲୋକ ଗୋଟିଏ ପରେ ଅନ୍ୟ ଏକ ଟାଙ୍କିକୁ ଯାଇ ତେଲ ପକାଉଛନ୍ତି । ତେବେ ପାଟନାର ଜଣେ ପେଟ୍ରୋଲ ପମ୍ପ ମାଲିକ ଅରବିନ୍ଦ ସ୍ପଷ୍ଟଭାବେ ଜଣାଇଛନ୍ତି କି, କୌଣସି ଲିମିଟ୍ ପାଇଁ କିଛି କୁହାଯାଇନାହିଁ । ଟାଙ୍କି ଫୁଲ୍ କରିବା ପାଇଁ ଚାହୁଁଥିବା ଗ୍ରାହକୁ ତେଲ ମିଳିପାରିବ ।
ଅରବିନ୍ଦ କହିଛନ୍ତି କି, ଏବେ ଏକ ଗୁଜବ ଚାଲିଛି କି, ଦେଶରେ ପେଟ୍ରୋଲ-ଡିଜେଲର ଅଭାବ ରହିଛି । ଆଗକୁ ମିଳିନପାରେ ସେଥିପାଇଁ ଲୋକେ ଆବଶ୍ୟକତାଠାରୁ ଅଧିକ ଟଙ୍କାର ତେଲ ପକାଉଛନ୍ତି । ଏକ ପ୍ୟାନିକ୍ ସୃଷ୍ଟି ହୋଇଛି । ଯେଉଁ କାରଣରୁ ସମସ୍ତଙ୍କ ପାଖରେ ତେଲ ପହଞ୍ଚାଇବା ପାଇଁ ଟାଙ୍କିରେ ଲିମିଟ୍ ନିୟମ ଆପଣାଉଛନ୍ତି । ଯଦି କେହି ନପାଇ ଫେରନ୍ତି ତାହେଲେ ସେ ଜଣାଇବେ କି ତେଲ ନାହିଁ । ଲୋକେ ଅଧିକ ଚିନ୍ତିତ ହେବେ । ସେଥିପାଇଁ ଏଭଳି ନିୟମ କରାଯାଉଛି ।
ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି। ଯୁଦ୍ଧ ପୂର୍ବରୁ, ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ $70 ଥିଲା, କିନ୍ତୁ ବର୍ତ୍ତମାନ ଏହା ବ୍ୟାରେଲ ପିଛା $100 ଅତିକ୍ରମ କରିସାରିଛି। ଏହିନିରନ୍ତର ଉଚ୍ଚ ମୂଲ୍ୟ ତେଲ କମ୍ପାନୀଗୁଡ଼ିକ ଉପରେ ଆର୍ଥିକ ଚାପ ବୃଦ୍ଧି କରୁଛି।ଯେଉଁ କାରଣରୁ ପେଟ୍ରୋଲ ମୂଲ୍ୟ ୩ ଟଙ୍କା ବୃଦ୍ଧି ପାଇଛି । ଯାହାକି ସିଧା ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଇଛି । ସେହିପରି ଡିଜେଲରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି ।
ଏହାସହ ପଢ଼ନ୍ତୁ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜୁରାଟ, ବ୍ୟାଟିଂ କରିବ KKR