ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମରଣଯନ୍ତା ପାଲଟିଛି ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା

Published By : Suraj Kumar | July 7, 2025 7:02 PM

ପାଟଣାଗଡ, ୭|୬(ଆପ୍ର ):  ପାଟଣାଗଡ଼ରୁ କଣ୍ଟାବାଞ୍ଜିକୁ ଯାଉଥିବା ସହରର ମୁଖ୍ୟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି।   ଏପରିକି ଏହି ରାସ୍ତା ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀ,ଉପ ଜିଲ୍ଲାପାଳ, ଜିଲ୍ଲାପାଳ ମଧ୍ୟ ଯାତାୟାତ କରିଥାନ୍ତି। କିନ୍ତୁ ଏହି ରାସ୍ତା ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା ଏକ ଅନୁତାପର ବିଷୟ ବୋଲି ସହରବାସୀ ଅଭିଯୋଗ ଆଣିଛନ୍ତି।  ମରାମତି ଅଭାବରୁ ଏହି ରାସ୍ତା ଏବେ ଶୋଚନୀୟ ହୋଇପଡିଛି। ନିମ୍ନମାନର କାମ ଯୋଗୁଁ ଏହି ରାସ୍ତାର ଅବସ୍ଥା ବାରମ୍ବାର ଶୋଚନୀୟ ହୋଇପଡୁଥିବା ସହରବାସୀ ଅଭିଯୋଗ କରିଛନ୍ତି। 

ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଏହି ରାସ୍ତାରୁ ପିଚୁ ଉଠି ଖାଲଖମାରେ ଭର୍ତ୍ତି ହୋଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ଏପରିକି ରାସ୍ତାର ଅନେକ ସ୍ଥାନରେ ହୋଇଥିବା ଖାଲ ଗୁଡ଼ିକରେ ବର୍ଷା ପାଣି ରହୁଥିବା ଯୋଗୁଁ ସେହି ରାସ୍ତାଦେଇ ଯାଉଥିବା ଯାତ୍ରୀ, ଛାତ୍ରଛାତ୍ରୀ, ପଥିକମାନେ ଜାଣିନପାରି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି। ଅନ୍ୟ ପଟେ ଉକ୍ତ ରାସ୍ତା ଦେଇ ପ୍ରାୟତଃ ଭାରିଯାନ ଗୁଡ଼ିକ ମଧ୍ୟ ଚଳାଚଳ କରୁଥିବାରୁ ରାସ୍ତା ଆହୁରି ଶୋଚନୀୟ ହୋଇ ମରଣଯନ୍ତା ପାଲଟିଛି।ରାସ୍ତାର ଏକ  ପାର୍ଶ୍ୱରେ ଡ୍ରେନେଜ  ବ୍ୟବସ୍ଥା ନଥିବାରୁ ବ୍ରହ୍ମପୁର ପଟୁ ଆସୁଥିବା ଡ୍ରେନ ପାଣି ରାସ୍ତା ଉପରେ ବୋହିବାରେ ଲାଗିଛି। ଏପଟେ ଡ୍ରେନ ପାଣି ସାଙ୍ଗକୁ ବର୍ଷା ପାଣି ବିଭିନ୍ନ ଖାଲି ଢିପ ସ୍ଥାନ ଗୁଡିକରେ ଏକତ୍ରିତ ହେବାରୁ ଏଥିରୁ ପୂତ୍ତିମୟ ଗନ୍ଧ ବାହାରୁଛି। ଆଗାମୀ ଦିନରେ ଏହି ଡ୍ରେନ ପାଣି ଯୋଗୁଁ ମଶା ମାଛିଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସହରରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ରହିଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପାଖାପାଖି ବର୍ଷେ ତଳେ ଏହି ରାସ୍ତାରେ ପିଡ୍ବୁଡି  ବିଭାଗ କାମ କରିଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ରାସ୍ତାରେ ପିଚୁ ଉଠିଯାଇ ଶୋଚନୀୟ ହୋଇପଡିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସହରବାସୀ ଦାବୀ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.