ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣାରେ ବଡ଼ ଆକ୍ସନ୍, ଗିରଫ ହେଲେ ବୟଫ୍ରେଣ୍ଡ ପ୍ରମୋଦ

Published By : Manoj | August 10, 2025 2:10 PM

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୧୦/୦୮:  ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ ତଥ୍ୟକୁ ଏକାଠି କରି ପୁଲିସ ଛାନ୍‌ଭିନ୍ ଚଳାଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି। ଗତକାଲି ଛାତ୍ରୀଙ୍କ ବାପା ଗ୍ରାମାଞ୍ଚଳ ଥାନାରେ ପ୍ରେମିକ ପ୍ରମୋଦଙ୍କ ବିରୋଧରେ ସାନି ଏତଲା ଦେଇଥିଲେ।

ପ୍ରମୋଦକୁ ଜେରା ବେଳେ ତାଙ୍କଠାରୁ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରିଛି । ଛାତ୍ରୀଙ୍କ ସହ ସେ କେତେଦିନ ହେବ ପ୍ରେମ ସମ୍ପର୍କରେ ଥିଲେ, ଏ ନେଇ ତାଙ୍କ ପରିବାର ଓ ଛାତ୍ରୀଙ୍କ ପରିବାର ମଧ୍ୟରେ କ'ଣ ପ୍ରତିକ୍ରିୟା ଥିଲା, ସେମାନେ ଏହି ପ୍ରେମ ସମ୍ପର୍କକୁ ସମର୍ଥନ କରୁଥିଲେ କି ନାହିଁ, ପ୍ରେମିକାଙ୍କ ସହ ତାଙ୍କର ଘନିଷ୍ଠତା ଆଦି ବିଷୟରେ ପଚାରି ବୁଝିଛନ୍ତି । ମୃତ୍ୟୁ ଦିନ ସେମାନଙ୍କ ମଧ୍ୟରେ କ'ଣ କଥାବାର୍ତ୍ତା ହୋଇଥିଲା ତାହା ମଧ୍ୟ ପଚାରି ବୁଝିଛନ୍ତି ।

ଏଣେ ପ୍ରେମିକ ପ୍ରମୋଦ ବେହେରାଙ୍କ ମୋବାଇଲ  ଫୋନ୍‌କୁ ମଧ୍ୟ ପୁଲିସ ଜବତ କରିଛି । ତାଙ୍କ ମୋବାଇଲ ଫୋନ୍‌ରେ ମୃତା ଛାତ୍ରୀଙ୍କର କିଛି ଆପତ୍ତିଜନକ ଭିଡିଓ ଏବଂ ଫଟୋ  ଥିବା ପୁଲିସ ସୂଚନା ଦେଇଛି । ତାଙ୍କ ହ୍ୱାଟ୍‌ସଆପ୍‌ ଚାଟିଂ ଓ ଭିଡିଓ କଲ୍‌ ରେକର୍ଡ ମଧ୍ୟ ପୁଲିସ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.