କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୧୧/୦୮: ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣାରେ ନୂଆ ମୋଡ଼। ଛାତ୍ରୀ ଏବଂ ପ୍ରମୋଦଙ୍କ ପ୍ରେମ ସମ୍ପର୍କରେ ବାଧକ ସାଜିଥିଲେ ତୃତୀୟ ବ୍ୟକ୍ତି। ଉଭୟଙ୍କ ପ୍ରେମରେ କଣ୍ଟା ସାଜିଥିଲେ ଯୁବକ। ପ୍ରମୋଦଙ୍କ ସହ ବ୍ରେକ୍ ଅଫ୍ ପରେ ଅନ୍ୟ ଯୁବକଙ୍କ ସହ କଥା ହେଉଥିଲେ ଛାତ୍ରୀ। ଗିରଫ ହେବା ପରେ ଅଭିଯୁକ୍ତ ପ୍ରମୋଦ ପୁଲିସ ସାମ୍ନାରେ ଖୋଲିଛନ୍ତି ଗୁମର। କିଏ ସେ ଯୁବକ। ଛାତ୍ରୀଙ୍କ ସହ ସେ ଯୁବକଙ୍କ କ'ଣ ଥିଲା ସମ୍ପର୍କ। ଛାତ୍ରୀଙ୍କ ଜୀଅନ୍ତା ଜାଳିବା ପଛ କ'ଣ ସଂପୃକ୍ତି ରହିଛି। ଏବେ ଯୁବକ ଜଣକ ପୁଲିସ ସ୍କାନର୍‌ରେ ରହିଛନ୍ତି।

ଛାତ୍ରୀ ଓ ତାଙ୍କ ପ୍ରେମିକ ତେରୋହିର ପ୍ରମୋଦ ଓରଫ ଲିଟନ ବେହେରାଙ୍କ ମଧ୍ୟରେ କିଛି ବର୍ଷ ପୂର୍ବରୁ ବନ୍ଧୁତା ଗଢ଼ିଉଠିଥିଲା । ପ୍ରମୋଦ ଛାତ୍ରୀଙ୍କ ଘରକୁ କାମ କରିବା ପାଇଁ ଯାଇଥିବା ବେଳେ ତାଙ୍କ ସହ ପରିଚୟ ହୋଇଥିଲା । ଯାହା ପରେ ପ୍ରେମ  ସମ୍ପର୍କରେ ରୂପାନ୍ତରିତ ହୋଇଥିଲେ । ସମ୍ପର୍କ ଘନିଷ୍ଠ ହେବା ସହ ଫୋନ୍‌, ଚାଟିଂ ଓ ନ୍ୟୁଡ୍‌ ଭିଡିଓ କଲିଂ ନିରନ୍ତର ଉଭୟଙ୍କ ମଧ୍ୟରେ ଚାଲିଥିଲା । ଗୋପନରେ ବି ଏକାଧିକ ବାର ମିଳାମିଶା  କରିଥିଲେ ।  ଛାତ୍ରୀ ମଧ୍ୟ ପ୍ରମୋଦଙ୍କ ଘର ଲୋକଙ୍କ ସହ  କଥା ହୋଇଥିଲେ । ଉଭୟ କଥା ହୋଇ ବିବାହ କରିବା  ପାଇଁ ମଧ୍ୟ ରାଜି ହୋଇଥିଲେ । ପ୍ରମୋଦଙ୍କ ଘର ଲୋକ ବି  ଏଥିରେ ରାଜି ଥିଲେ । ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । ଏସବୁ ଭିତରେ କାହାଣୀରେ ହଠାତ ତୃତୀୟ ବ୍ୟକ୍ତି ଏଣ୍ଟ୍ରି ମାରିଥିଲେ । ଯାହାଙ୍କ ଯୋଗୁଁ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।  ଫିକା ପଡ଼ିଯାଇଥିଲା ପ୍ରେମ ସମ୍ପର୍କ । ଜେରା ବେଳେ ପୁଲିସକୁ  ପ୍ରେମିକ ପ୍ରମୋଦ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । 

ପ୍ରମୋଦ ପୁଲିସକୁ ଦେଇଥିବା ସୂଚନା ଅନୁସାରେ, ଗତ କିଛି  ମାସ ହେବ ଛାତ୍ରୀ ପୂର୍ବଭଳି ତାଙ୍କ ସହ କଥା ହେଉ ନଥିଲେ ।  ଦୂରେଇ ଯିବାକୁ ଚେଷ୍ଟା କରୁଥିଲେ । ଏକପ୍ରକାର ସେ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦେଇଥିଲେ । ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ  ଯୋଡ଼ିଥିଲେ । ଯାହାକୁ ନେଇ ପ୍ରମୋଦ ମାନସିକ ଚାପରେ ଥିଲେ । ଛାତ୍ରୀଙ୍କୁ ଭୁଲି ପାରୁନଥିଲେ । କୌଣସି ମତେ ସେ ଛାତ୍ରୀଙ୍କୁ ପାଇବା ଚାହୁଁଥିଲେ । ହେଲେ ଛାତ୍ରୀ ଆଉ ପ୍ରମୋଦଙ୍କ ସହ  ସମ୍ପର୍କକୁ ଆଗକୁ ନେବା ପାଇଁ ଚାହୁଁନଥିଲେ । ଯାହା ପ୍ରମୋଦଙ୍କୁ ବେଶ୍‌ ବାଧିଥିଲା । ଯେତେ ବୁଝାବୁଝି କରିବାକୁ ଚେଷ୍ଟା କରିଥିଲେ  ମଧ୍ୟ ଛାତ୍ରୀ ନଶୁଣିବାରୁ ସେ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ  କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ମୋବାଇଲ୍‌ ଫୋନ୍‌ରେ  କଥାହେବା ବେଳେ ପାଖରେ ରଖିଥିବା ଭିଡିଓ କଲ୍‌ର ସ୍କ୍ରିନ୍‌ ରେକର୍ଡିଂକୁ ସେ ପ୍ରଥମେ ଛାତ୍ରୀ ଓ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ପରେ ଅନ୍ୟ ସମ୍ପର୍କୀୟ ଓ ବନ୍ଧୁମାନଙ୍କ ନିକଟକୁ ଏହାକୁ ପଠାଇ ସେ ଭାଇରାଲ୍‌ କରିଥିଲେ । ଜୁଲାଇ ୧୭ ତାରିଖରେ ସେ ଏସବୁ ଭିଡିଓ ଭାଇରାଲ୍‌ କରିଥିବାବେଳେ ଏହା  ପୂର୍ବରୁ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଥିବା କୁହାଯାଉଛି । 

ଛାତ୍ରୀଙ୍କ ଦ୍ୱିତୀୟ ପ୍ରେମିକ ବିଷୟରେ ପ୍ରମୋଦ ପୁଲିସକୁ  ସୂଚନା ଦେଇଛି । ଉକ୍ତ ଯୁବକ ଏବେ ପୁଲିସ ସ୍କାନର୍‌ରେ ରହିଛି  ଓ ତାଙ୍କର କ’ଣ ଭୂମିକା ରହିଛି ସଂଗୀତାଙ୍କ ଆତ୍ମାହୁତି ମାମଲାରେ  ପୁଲିସ ତାହା ତନ୍ନତନ୍ନ କରି ଯାଞ୍ଚ କରୁଛି । ତେବେ ଛାତ୍ରୀ, ପ୍ରମୋଦଙ୍କୁ ଦୂରେଇ ଦେବା ପଛରେ ତାଙ୍କ ପରିବାର ଲୋକଙ୍କ ହାତ ଥିଲା ନା ସେ ସ୍ୱଇଚ୍ଛାରେ ଏପରି କରିଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ରହିଛି । ଛାତ୍ରୀ ତାଙ୍କୁ ଦୂରେଇବାକୁ ଚେଷ୍ଟା କରୁଥିବା ପ୍ରମୋଦ କେଉଁଠି ନା କେଉଁଠି ଜାଣିବାକୁ ପାଇଥିଲେ  ଓ ତାଙ୍କର ପ୍ରାୟ ୬୦ଟିରୁ  ଅଧିକ ନ୍ୟୁଡ୍‌ ଭିଡିଓର  ସ୍କ୍ରିନ୍‌ କଲିଂ ରେକର୍ଡ କରିଥିଲେ ବୋଲି ପୁଲିସକୁ କହିଥିବା  ସୂଚନା ମିଳିଛି ।