ସମ୍ବଲପୁର, ୦୮/୦୬ : ସମ୍ବଲପୁରରେ ଡବଲ ମର୍ଡର। ଶାସନ ଥାନା ଗିରିପାଲିରେ ଡବଲ ମର୍ଡର। ମା' ଓ ଝିଅକୁ ହତ୍ୟା। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଶୋଇଥିବା ଅବସ୍ଥାରେ ଟାଙ୍ଗିଆ ହାଣି ହତ୍ୟା କରାଯାଇଥିବା କୁହାଯାଉଛି।
ସୂଚନାନୁଯାୟୀ, ସମ୍ବଲପୁର ଶାସନ ଥାନା ଅଧିନ ଗିରିପାଲିରେ ଜଣେ ମା ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ କରୁଛି। ଘର ଅଗଣାରେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ଟାଙ୍ଗିଆ ହାଣି ହତ୍ୟା କରାଯାଇଛି। ହତ୍ୟାରେ ସଂପୃକ୍ତି ସନ୍ଦେହରେ ପଡ଼ୋଶୀ ଘର ଯୁବକଙ୍କୁ ପୁଲିସ ଅଟକ ରଖିଛି। ଅଟକ ଯୁବକ ଜଣଙ୍କ ହେଲେ ଅଜୟ ପ୍ରଧାନ।
ଆହୁରି ପଢନ୍ତୁ- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଟ୍ୱିଷ୍ଟ୍, ଚନ୍ଦ୍ରକାଙ୍କ ସହ କଥା ହେବା ପରେ ନୂଆ ପ୍ରେମିକାକୁ କଲ କରିିଥିଲେ OAS ପ୍ରେମିକ