ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଳିଗଲା ପେନାଲ ବକ୍ସ, ୨ ଘଣ୍ଟା ହେଲା ଅନ୍ଧାରରେ ମାତୃ ଏବଂ ଶିଶୁ ବିଭାଗ

Published By : Rasmita Pradhan | May 27, 2025 2:27 PM

ନୂଆପଡ଼ା, ୨୭।୫ : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଟ ସର୍କିଟ୍‌ରୁ ଜଳିଗଲା ପେନାଲ ବକ୍ସ। ୨ ଘଣ୍ଟା ହେଲା ଅନ୍ଧାରରେ ମାତୃ ଏବଂ ଶିଶୁ ବିଭାଗ। ମଙ୍ଗଳବାର ଦିନ ୧୧ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପେନାଲ ବକ୍ସରେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। 

ପେନାଲ ବକ୍ସ ଜଳିଯିବାରୁ ମାତୃ ଏବଂ ଶିଶୁ ବିଭାଗରେ ଦୁଇ ଘଣ୍ଟା ହେଲା ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହିଛି। ଫଳରେ ୱାର୍ଡରେ ଥିବା ଗର୍ଭବତୀ, ପ୍ରସୂତୀ ଏବଂ ନବଜାତ ଶିଶୁ ହନ୍ତସନ୍ତ ହେଉଛନ୍ତି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ ପେନାଲ ବକ୍ସକୁ ମରାମତି କରୁଛନ୍ତି। ଆହୁରି ଘଣ୍ଟାଏ ପରେ ବିଦ୍ୟୁତ୍ ସଂଯୋଗ ସ୍ଵାଭାବିକ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.