ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସାଇବର ସୁରକ୍ଷାକୁ ନେଇ କଲର ଟ୍ୟୁନ୍‌ ବନ୍ଦ ପାଇଁ ଦାବି, ସବୁଠୁ ଲୋକପ୍ରିୟ ସ୍ବର ଏବେ ବିରକ୍ତିର କାରଣ

Published By : Tapas Panda | June 21, 2025 6:04 PM

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣି ବିରକ୍ତ ହେଉଛନ୍ତି । ସାଇବର ସୁରକ୍ଷା ଉପରେ ସଚେତନତା ପ୍ରସାର ପାଇଁ ପ୍ରତ୍ୟେକ କଲ୍ ପୂର୍ବରୁ ତାଙ୍କ ସ୍ୱର ସହିତ କଲର ଟ୍ୟୁନ୍ ଯୋଡା ଯାଇଥିଲା । ଯେତେ ଜରୁରୀ ପରିସ୍ଥିତି ଥିଲେ ବି ଆପଣଙ୍କୁ ୪୦ ସେକେଣ୍ଡ ପାଇଁ ଏହି ସ୍ବର ଶୁଣିବାକୁ ପଡ଼ୁଛି । ଯଦି ଆପଣ ଅସୁବିଧା ସମୟରେ କାହାକୁ କଲ୍‌ କରିବେ, ତେବେ ପ୍ରଥମେ ବଚ୍ଚନ ସାହେବଙ୍କ ସ୍ୱର ଣୁଭିବ । ପରେ ଆପଣ କଲ୍‌ କରିଥିବା ବ୍ୟକ୍ତିଙ୍କ ସହ କଥା ହେବେ । ଏବେ ଏହି କଲର ଟ୍ୟୁନ୍‌ ସମସ୍ତଙ୍କୁ ବିରକ୍ତ କରୁଥିବା ଜଣାପଡ଼ିଛି । ଏପରିକି ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି ଏହି କଲର ଟ୍ୟୁନ୍‌ । ଏହି କାରଣରୁ ଲୋକମାନେ ସାରା ଦେଶରେ ପସନ୍ଦ କରାଯାଉଥିବା ସ୍ୱର ବିଷୟରେ ଅଭିଯୋଗ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ଆପତ୍ତି ପ୍ରକାଶ କରୁଛନ୍ତି ।

ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ସମେତ ପ୍ରତ୍ୟେକ ପ୍ଲାଟଫର୍ମରେ ଲୋକମାନେ କହୁଛନ୍ତି ଯେ, ପରିସ୍ଥିତି ଯେତେ ବଡ଼ ହେଉନା କାହିଁକି, ବଚ୍ଚନ ସାହେବଙ୍କ କଥା ଶୁଣିବା ପରେ ସେମାନେ ଯାହାକୁ ଫୋନ୍ କରିଛନ୍ତି ତାଙ୍କ ସହ କଥା ହୋଇପାରୁଛନ୍ତି । ଟେଲିକମ୍ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ଯେତେବେଳେ କଲ୍ କରାଯାଏ, ବଚ୍ଚନ ସାହେବଙ୍କ ସ୍ୱର ଶୁଣନ୍ତି ଏବଂ ଅନ୍ୟ ପାର୍ଶ୍ୱରେ ରିସିଭରଙ୍କ ମୋବାଇଲରେ ଘଣ୍ଟି ବାଜେ । କିନ୍ତୁ ଟେଲିକମ୍ ବିଶେଷଜ୍ଞଙ୍କ ଅନୁଯାୟୀ, ଅନେକ ସମୟରେ କଲର୍ ଟ୍ୟୁନ୍ ପରେ ହିଁ ରିସିଭରଙ୍କ ମୋବାଇଲରେ ଘଣ୍ଟି ବାଜିଥାଏ । 

ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରୁଥିବା କ୍ୟକ୍ତି କହିବା କଥା ଯେ, ଯଦି ସାଇବର ସୁରକ୍ଷା ବାର୍ତ୍ତା ଗୋଟିଏ କିମ୍ବା ଦୁଇଟି କଲରେ ବାଜେ ତେବେ କୌଣସି ଅସୁବିଧା ନାହିଁ । ଆପଣ ଯଦି ସମାନ ନମ୍ବରକୁ ଅନେକ ଥର କଲ୍ କରନ୍ତି, ତେବେ ମଧ୍ୟ ଅମିତାଭ ବଚ୍ଚନଙ୍କ ସ୍ବର ଶୁଣିବାକୁ ମିଳୁଛି । ଏହା ବହୁତ ବିଚଳିତ କରେ । ଏଥିରେ ପରିବର୍ତ୍ତନ ହେବା ଦରକାର । ଏହାର ସମାଧାନ ହୋଇ ନପାରିଲେ ଏହାକୁ ବନ୍ଦ କରିଦିଆଯିବା ଉଚିତ ।

କରୋନା ସମୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ।  ପ୍ରତ୍ୟେକ କଲରେ ୩୦-ସେକେଣ୍ଡର ଏକ ବାର୍ତ୍ତା ଶୁଣିବାକୁ ମିଳୁଥିଲା । ନସାଧାରଣଙ୍କ ବିରୋଧ ପରେ, ଏହାକୁ ବନ୍ଦ କରିଦିଆ ଯାଇଥିଲା । ସେହି ସମୟରେ ମଧ୍ୟ ଲୋକମାନେ ସରକାରଙ୍କୁ ପରାମର୍ଶ ଦେଇଥିଲେ ଯେ, ପ୍ରତିଦିନ ପ୍ରଥମ କଲ୍ ପୂର୍ବରୁ ଏପରି କଲର ଟ୍ୟୁନ୍ ରହିବା ଉଚିତ । ଯଦି ଏହା ପ୍ରତ୍ୟେକ କଲରେ ଆସେ ତେବେ ଏହା ଏକ ବଡ଼ ସମସ୍ୟା । ଏବେ ସାଇବର ଅପରାଧ ସମ୍ପର୍କରେ ଏହି କଲର ଟ୍ୟୁନ୍କୁ ନେଇ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଲୋକମାନେ ଅମିତାଭ ବଚ୍ଚନଙ୍କ କଣ୍ଠରେ ଶୁଣିବାକୁ ମିଳୁଥିବା କଲର ଟ୍ୟୁନ୍ ବନ୍ଦ କରିବା ପାଇଁ ସୋସିଆଲ ମିଡିଆରେ ସ୍ୱର ଉଠାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.