ମେଷ : ଷଷ୍ଠ ଚନ୍ଦ୍ର ଯୋଗୁ ବନ୍ଧୁ ମିଳନ, ବାଦବିବାଦ ହୋଇପାରେ, ରାଜନୀତି କ୍ଷେତ୍ରରେ ଉନ୍ନତି, କୋଟ କଚେରୀ ମାମଲାରେ ଜୟଯୁକ୍ତ, ଉଚ୍ଚ ପଦସ୍ଥ ସହକର୍ମୀଙ୍କ ସହଯୋଗ ପ୍ରାପ୍ତି, ଋଣ ମୁକ୍ତି, ଅଟକି ରହିଥିବା ଧନ ପ୍ରାପ୍ତି, ଶରୀର ପ୍ରତି ସମସ୍ୟା ଦେଖାଦେଇପାରେ । ଜଳୀୟ ଅଂଶ କମିବ, ପେଟ ଗରମ ହୋଇପାରେ ।
ଶୁଭ ରଙ୍ଗ : କେଶରୀ ଓ ନାଲି ।
ବୃଷ : ପଞ୍ଚମ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଅଧିକାରୀମାନେ ପ୍ରଶଂସା କରିବେ, ବିଦ୍ୟାର୍ଥୀମାନେ ଉପକୃତ ହେବେ, ଧନ ଲାଭ, ସ୍ୱାସ୍ଥ୍ୟ ସାମାନ୍ୟ ରହିବ, ଖାଦ୍ୟ ପ୍ରତି ସତର୍କ ରହିବେ, ମାନସିକ ଶାନ୍ତି, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ଗୃହେ ଆନନ୍ଦ, ବ୍ୟବସାୟରେ ଉନ୍ନତି, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।
ଶୁଭ ରଙ୍ଗ : ଧଳା ଓ କ୍ରିମ୍ ।
ମିଥୁନ : ଚତୁର୍ଥ ଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ଚାପ ଲାଗି ରହିବ, ମାଲିମକଦ୍ଦମାରେ ବିଫଳ, ରାଜନୀତି କ୍ଷେତ୍ରରେ ସତର୍କ ରହିବେ, ମନରେ ସାମାନ୍ୟ ଚିନ୍ତା ଲାଗି ରହିବ, ଶରୀର ପ୍ରତି ସତର୍କ ରହିବେ, ରକ୍ତଚାପ କିମ୍ବା ଗରମ ଯୋଗୁ କ୍ଳାନ୍ତି ଦେଖାଦେଇପାରେ, ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ, ସମାଜରେ ସମ୍ମାନ ପ୍ରାପ୍ତି ।
ଶୁଭ ରଙ୍ଗ : ସବୁଜ ଓ ଧଳା ।
କର୍କଟ : ତୃତୀୟ ଚନ୍ଦ୍ର, ଘାତବାର ଯୋଗୁ କର୍ମ କ୍ଷେତ୍ରରେ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଦୂର ଯାତ୍ରା ନିଷେଧ, ଶରୀର ପ୍ରତି ସତର୍କ ରହିବେ, ଅଙ୍ଗେ ଆଘାତ ହେବାର ସମ୍ଭାବନା ଅଛି, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ମନରେ ଚିନ୍ତା ଲାଗି ରହିବ, ପରିବାରରେ ମନୋମାଳିନ୍ୟ ହୋଇପାରେ, ଧୈର୍ଯ୍ୟ ରଖିବେ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ହେବ ।
ଶୁଭ ରଙ୍ଗ : ହଳଦିଆ ଓ ଧଳା ।
ସିଂହ : ଦ୍ୱିତୀୟ ଚନ୍ଦ ଯୋଗୁ କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଧନ ଲାଭ ଯୋଗ, ଆର୍ଥିକ ଉନ୍ନତି, ଖାଦ୍ୟ ପ୍ରତି ସତର୍କତା, ମନରେ ସାମାନ୍ୟ ଚିନ୍ତା ଲାଗି ରହିବ, ଶରୀରରେ ସାମାନ୍ୟ କ୍ଳାନ୍ତ ଦେଖାଦେଇପାରେ, ଗୃହେ ଆନନ୍ଦ, ନିଜ ବାଣୀ ମଧୁର ରଖିବେ, ସହକର୍ମୀଙ୍କ ସାହାଯ୍ୟ ମିଳିବ ।
ଶୁଭ ରଙ୍ଗ : ସୁନେଲି ଓ ନାଲି ।
କନ୍ୟା : ଶ୍ରୀଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ନୂତନ ବଡ଼ ଦାୟିତ୍ୱ ମିଳିପାରେ, ମାନ, ସମ୍ମାନ ବୃଦ୍ଧି ହେବ, ଆର୍ଥିକ ଲାଭ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଯାତ୍ରା କରିପାରନ୍ତି, ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ, ମନରେ ଉତ୍ସାହ ସୃଷ୍ଟି ହେବ, ଗୃହେ ଆନନ୍ଦ, ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ, ବ୍ୟବସାୟରେ ଲାଭ ।
ଶୁଭ ରଙ୍ଗ : ଧଳା ।
ତୁଳା : ଦ୍ୱାଦଶ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଚାପ ବଢ଼ିପାରେ, ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ, ନିବେଶ କରନ୍ତୁ ନାହିଁ, ମାନସିକ ଚିନ୍ତା ଲାଗି ରହିବ, ଶରୀରରେ କ୍ଳାନ୍ତି ଅନୁଭବ କରିବେ, ପରିବାରରେ କଳହ ଲାଗିପାରେ, ଧୈର୍ଯ୍ୟ ରଖନ୍ତୁ ।
ଶୁଭ ରଙ୍ଗ : ନୀଳ ଓ ଧଳା ।
ବିଛା : ଏକାଦଶ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟ ପ୍ରାପ୍ତି, ନିବେଶରୁ ଲାଭ ମିଳିପାରେ, ଆର୍ଥିକ ଲାଭ ହେବ, ସ୍ୱାସ୍ଥ୍ୟ ଉତ୍ତମ ରହିବ, ରୋଗ ମୁକ୍ତ ହୋଇପାରନ୍ତି, ମନରେ ଉତ୍ସାହ ଲାଗି ରହିବ, ବନ୍ଧୁଙ୍କଠାରୁ ସହଯୋଗ ପ୍ରାପ୍ତି, ସମାଜରେ ଲୋକପ୍ରିୟତା ବଢ଼ିବ ।
ଶୁଭ ରଙ୍ଗ : ନାଲି ଓ କେଶରୀ ।
ଧନୁ : ଦଶମ ଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ ଉନ୍ନତି, କର୍ମ କ୍ଷେତ୍ରରେ ପ୍ରତିପତ୍ତି ବଢ଼ିବ, ଶୁଭ ଖବର ମିଳିପାରେ, ବ୍ୟବସାୟରେ ନୂଆ ଚୁକ୍ତି କାର୍ଯ୍ୟକାରୀ ହେବ, ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତି, ଆୟ ବୃଦ୍ଧି, ସ୍ୱାସ୍ଥ୍ୟ ଉତ୍ତମ ରହିବ, ପରିବାର ଏବଂ ଗୁରୁଜନଙ୍କଠାରୁ ସାହାଯ୍ୟ ପ୍ରାପ୍ତି ।
ଶୁଭ ରଙ୍ଗ : ହଳଦିଆ ଓ ସୁନେଲି ।
ମକର : ନବମ ଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ ସଫଳତା ମିଳିପାରେ, କର୍ମ କ୍ଷେତ୍ରରେ ପରିଶ୍ରମ କରିବେ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି, କୌଣସି ଶୁଭ ସୂଚନା ମିଳିପାରେ, ବିଦ୍ୟାର୍ଥୀମାନେ ଉପକୃତ ହେବେ, ଯାତ୍ରା ଶୁଭ, ଆର୍ଥିକ ଉନ୍ନତି, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ମନରେ ଉତ୍ସାହ ଲାଗି ରହିବ ।
ଶୁଭ ରଙ୍ଗ : ଗୋଲାପି ଓ ଧଳା ।
କୁମ୍ଭ : ଅଷ୍ଟମ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, କୌଣସି ନୂତନ ପ୍ରାଜେକ୍ଟ ଆରମ୍ଭ କରନ୍ତୁ ନାହିଁ, ଧନ ହାନି, ଆୟଠାରୁ ବ୍ୟୟ ଅଧିକ ରହିବ, ଶରୀର ପ୍ରତି ସଚେତନ ରହିବେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଦୁର୍ଘଟଣା ଭୟ, ମାନସିକ ଚିନ୍ତା ଲାଗି ରହିବ, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ ।
ଶୁଭ ରଙ୍ଗ : ନୀଳ ଓ ଧଳା ।
ମୀନ : ସପ୍ତମ ଚନ୍ଦ୍ର ଯୋଗୁ ବ୍ୟବସାୟରେ ସଫଳତା ପ୍ରାପ୍ତି, କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ, ଆୟ ବୃଦ୍ଧି ଯୋଗ, ବ୍ୟବସାୟରେ ଲାଭ ମିଳିବ, ଅର୍ଥ ବ୍ୟୟ ହୋଇପାରେ, ମନ ସ୍ଥିର ରହିବ, ଯାତ୍ରା କରିବା ସମୟରେ ସତର୍କ ରହିବେ, ବନ୍ଧୁ ମିଳନ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
ଶୁଭ ରଙ୍ଗ : ହଳଦିଆ ଓ ସୁନେଲି ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩