ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାତ୍ୟା ‘ଦାନା’ ଦେଇଗଲା ଦୁଃଖ, ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ

Published By : Harapriya Sethi | October 28, 2024 11:00 AM

ଭଦ୍ରକ, ୨୮/୧୦: ବାତ୍ୟା ‘ଦାନା’ ପରେ ଭଦ୍ରକ ଜିଲ୍ଲା ସମେତ ଭଦ୍ରକ ସହର ଓ ସହରର ଆଖପାଖ ପଞ୍ଚାୟତ ମାନଙ୍କରେ ମଧ୍ୟ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗଛ ପଡି ଘର ଭାଙ୍ଗିବା ସହ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଆଉ କିଛି ସ୍ଥାନରେ ବିଦ୍ୟୁତ ତାର ମଧ୍ୟ ଛିଡି ଥିବାର ଦେଖିବାକୁ ମିଳିଛି । 

‘ଦାନା’ ପରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ବ୍ଲକ ଅଧିନରେ ଥିବା ଆର ଏନ ବେତରା ଗ୍ରାମ ପଞ୍ଚାୟତ ବର୍ତ୍ତମାନ ଜଳମଗ୍ନ ଅବସ୍ଥାରେ ରହିଛି । ୧୪ ଟି ୱାର୍ଡ କୁ ନେଇ ଗଠିତ ଏହି ଗ୍ରାମପଞ୍ଚାୟତରେ ପାଖା ପାଖି ୮ଟି ୱାର୍ଡ ସମ୍ପୂର୍ଣ ଜଳ ମଗ୍ନ ଥିବାର ଦେଖିବାକୁ ମିଳିଛି । ଉକ୍ତ ପଞ୍ଚାୟତକୁ କପାଳୀ ନଦୀ ଘେରି ରହିଛି । ଫଳରେ ନଈର ପାଣି ଉଛୁଳି ଗ୍ରାମ ମଧ୍ୟକୁ ପ୍ରବେଶ କରୁଛି। 

ଗ୍ରାମବାସୀଙ୍କ କହିବା ଅନୁସାରେ, ସେମାନଙ୍କର ଚାଷ ଜମି ସମେତ କିଛି ଆଜବେଷ୍ଟସ ଘର, ଯାତାୟାତ କରୁଥିବା ରାସ୍ତା ଏବଂ କିଛି ଦୋକାନ ପ୍ରଭାବିତ ହୋଇଛି । ଏପରିକି ରାସ୍ତା ଉପରେ ପାଣିର ସୁଅ ଚାଲୁଥିବାରୁ ଗ୍ରାମ ପଞ୍ଚାୟତ ମଧ୍ୟରେ ଗୋଟିଏ ୱାର୍ଡରୁ ଆଉ ଏକ ୱାର୍ଡକୁ ଯାତାୟତ କରିବା ସମ୍ଭବପର ହେଉନାହିଁ । ଏପରି ପରିସ୍ଥିତିରେ ଯଦି କୌଣସି ଡାକ୍ତରଖାନା ଆବଶ୍ୟକତା ଆସେ ତାହେଲେ ଆମ୍ବୁଲାନ୍ସ ବା କୌଣସି ଗାଡି ଗାଁ ଭିତରକୁ ଯାଇ ପାରିବନାହିଁ । ଉକ୍ତ ଗ୍ରାମର ଲୋକମାନେ ଅଣ୍ଟାଏ ଲେଖାଏଁ ପାଣିରେ ପଶି ସାହାରା ପାଇଁ ହାତରେ ବାଡ଼ି ଧରି ଘରୁ ବାହାରୁ ଥିବାର ଦେଖିବାକୁ ମିଳିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.