ମେଷ : ତୃତୀୟ ଚନ୍ଦ୍ର ଯୋଗୁଁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, ଦୂର ଯାତ୍ରା କରିପାରନ୍ତି, ବ୍ୟବସାୟରେ ଉନ୍ନତି, ନୂତନ ଆୟ ବୃଦ୍ଧି, ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ, ପରିବାରର ସହଯୋଗ ମିଳିବ, ମନ ଉତ୍ସାହିତ ହେବ, ଗୃହେ ଆନନ୍ଦ, ରାଜନୀତି କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ଲାଲ ଓ ହଳଦିଆ ।

ବୃଷ : ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଆର୍ଥିକ ଉନ୍ନତି, ବିନିଯୋଗରେ ଲାଭ, ଚାକିରୀ କ୍ଷେତ୍ରରେ ସଫଳତା ପ୍ରାପ୍ତି, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଅନାବଶ୍ୟକ ଖର୍ଚ୍ଚ ଯୋଗ, ଅର୍ଥ ବ୍ୟୟ ହୋଇପାରେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି ।

ଶୁଭ ରଙ୍ଗ : ଶାଗୁଆ ଓ ରୂପେଲି ।

ମିଥୁନ : ଶ୍ରୀଚନ୍ଦ୍ର ଯୋଗୁଁ ମନରେ ଉତ୍ସାହ ରହିବ, ସହକର୍ମୀଙ୍କ ସହଯୋଗ ପ୍ରାପ୍ତି, କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ, କାର୍ଯ୍ୟ କ୍ଷେତ୍ରରେ ସତର୍କ ରୁହନ୍ତୁ, ଶତ୍ରୁ ବୃଦ୍ଧି ହୋଇପାରନ୍ତି, ବାଦବିବାଦ ହେବାର ସମ୍ଭାବନା ରହିଛି, ଧନ ପ୍ରାପ୍ତି ଯୋଗ, ନୂତନ ଦ୍ରବ୍ୟ ଲାଭ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।

କର୍କଟ : ଦ୍ୱାଦଶ ଚନ୍ଦ୍ର, ଘାତବାର ଯୋଗୁ ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ, ମାନସିକ ଅଶାନ୍ତି, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ, ଧନ ହାନି, ଶରୀର ପ୍ରତି ସତର୍କ ରହିବେ, ଅଙ୍ଗେ ଆଘାତ ହେବାର ସମ୍ଭାବନା ଅଛି, ଯାତ୍ରା ନିଷେଧ ।

ଶୁଭ ରଙ୍ଗ : ଧଳା ଓ କ୍ରୀମ୍ ।

ସିଂହ : ଏକାଦଶ ଚନ୍ଦ୍ର ଯୋଗୁ ବ୍ୟବସାୟରେ ଉନ୍ନତି, ଅଟକି ରହିଥିôବା ଅର୍ଥ ପ୍ରାପ୍ତି, ଧନ ପ୍ରାପ୍ତି ଯୋଗ, ଆତ୍ମବିଶ୍ୱାସ ବୃଦ୍ଧି ହେବ, ଯାତ୍ରା ଲାଭ, ମାନସିକ ସ୍ଥିତି ସୁଦୃଢ଼ ହେବ, ଚାକିରୀ କ୍ଷେତ୍ରରେ ପ୍ରଶଂସା ପାଇବେ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ଓ ସହଯୋଗ ମିଳିବ, ଗୃହେ ଆନନ୍ଦ ।

ଶୁଭ ରଙ୍ଗ : ନାଲି ଓ ସୁନେଲି ।

କନ୍ୟା : ଦଶମ ଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ ଉନ୍ନତି, ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ମାନ, ସମ୍ମାନ ବୃଦ୍ଧି ପାଇବ, ରାଜନୀତି କ୍ଷେତ୍ରରେ ଉନ୍ନତି, କୋଟ କଚେରୀ ମାମଲାରେ ଜୟଯୁକ୍ତ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ, ଧ÷ର୍ଯ୍ୟ ରଖିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ସବୁଜ ଓ ନୀଳ ।

ତୁଳା : ନବମ ଚନ୍ଦ୍ର ଯୋଗୁ ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଆର୍ଥିକ ଉନ୍ନତି ଘଟିବ, ବିନିଯୋଗରେ ଲାଭ ମିଳିବ, ଦୂର ଯାତ୍ରା କରିପାରନ୍ତି, ମାନସିକ ସ୍ଥିରତା, ଭାଗ୍ୟରେ ସହଯୋଗ ମିଳିବ, ଆୟ ବୃଦ୍ଧି, କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି, ସତର୍କ ରହିବେ ।

ଶୁଭ ରଙ୍ଗ : ଅକାଶୀ ନୀଳ ଓ ଧଳା ।

ବିଛା : ଅଷ୍ଟମ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା, ମନରେ ଅଯଥା ଭୟ ଲାଗି ରହିବ, ଦୂର ଯାତ୍ରା ନିଷେଧ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, କଳହ ହେବାର ସମ୍ଭାବନା ଅଛି, ପରିବାରରେ ମନାନ୍ତର ହେବାର ସମ୍ଭାବନା ରହିଛି, ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ଧର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ।

ଶୁଭ ରଙ୍ଗ : ହଳଦିଆ ଓ ଗେରୁଆ ।

ଧନୁ : ସପ୍ତମ ଚନ୍ଦ୍ର ଯୋଗୁ ବ୍ୟବସାୟରେ ଉନ୍ନତି, ଆର୍ଥିକ ଲାଭ, ସମାଜରେ ସମ୍ମାନ ବୃଦ୍ଧି, ଦୂର ଯାତ୍ରା କରିପାରନ୍ତି, କୌଣସି ବଡ଼ ନିବେଶ କରିବା ବେଳେ ଚିନ୍ତା କରନ୍ତୁ, ଅପରିଚିତ ବ୍ୟକ୍ତିଙ୍କୁ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ । ପରିବାରରେ ସହଯୋଗ ମିଳିବ, ମାନସିକ ପ୍ରସନ୍ନତା ସୃଷ୍ଟି ହେବ ।

ଶୁଭ ରଙ୍ଗ : ହଳଦିଆ ଓ ଧଳା ।

ମକର : ଷଷ୍ଠ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ ଲାଭ, ଶତ୍ରୁମାନେ ପରାଜିତ ହେବେ, କୋଟ କଚେରୀ ମାମଲାରେ ଜୟଯୁକ୍ତ, କର୍ମ କ୍ଷେତ୍ରରେ ପ୍ରଶଂସା ମିଳିପାରେ, ଋଣ ମୁକ୍ତି, ରୋଗ ମୁକ୍ତ ହେବେ, ଶରୀର ସୁସ୍ଥ ରହିବ, ଅତ୍ୟଧିକ ଆତ୍ମବିଶ୍ୱାସ କରନ୍ତୁ ନାହିଁ, ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ ।

ଶୁଭ ରଙ୍ଗ : ନୀଳ ଓ ଧଳା ।

କୁମ୍ଭ : ପଞ୍ଚମ ଚନ୍ଦ୍ର ଯୋଗୁ ମାନସିକ ସ୍ଥିରତା ରହିବ, କୌଣସି ଶୁଭ ଖବର ମିଳିପାରେ, ଧନ ଲାଭ, ଆର୍ଥିକ ଉନ୍ନତି, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, ଯାନବାହନ ପ୍ରତି ସତର୍କତା, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ଶାଗୁଆ ଓ ଧଳା ।

ମୀନ : ଚତୁର୍ଥ ଚନ୍ଦ ଯୋଗୁ ମାନସିକ ଅଶାନ୍ତି, ଶରୀର ପ୍ରତି ସତର୍କ ରହିବେ, ଥଣ୍ଡା କିମ୍ବା ଛାତିଜନିତ ସମସ୍ୟା ଦେଖାଦେଇପାରେ, କାର୍ଯ୍ୟ କ୍ଷେତ୍ରରେ ମନୋମାଳିନ୍ୟ ହୋଇପାରେ, ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, ଜମିବାଡ଼ି କ୍ରୟ କରିପାରନ୍ତି, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ ।

ଶୁଭ ରଙ୍ଗ : ହଳଦିଆ, କ୍ରିମ୍ ଓ ଧଳା ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩