ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସହରର ବିଭିନ୍ନ ସମସ୍ୟା କହିବା ପାଇଁ ଯାଇଥିବା ବରିଷ୍ଠ ନାଗରିକ ପରିଷଦ ସଦସ୍ୟଙ୍କୁ ଅସଦାଚରଣ, ଧାରଣାରେ ପରିଷଦ ସଦସ୍ୟ ଓ କର୍ମକର୍ତ୍ତା

Published By : Anindita Ratha | February 12, 2025 2:12 PM

ଗଞ୍ଜାମ,୧୨/୦୨:  ଗଞ୍ଜାମ ଏନଏସି ଜେଇ ମାନସ ରଞ୍ଜନ ପଣ୍ଡା ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଅସଦାଚରଣ କରିଥିବା ଅଭିଯୋଗ । ଏହାର ପ୍ରତିବାଦରେ  ଏନଏସି କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ଦେଇଛନ୍ତି ପରିଷଦ ସଦସ୍ୟ ଓ କର୍ମକର୍ତ୍ତା।ସେପଟେ ଘଟଣାର ତଦନ୍ତ କରାଯିବା ନେଇ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିବା ନିର୍ବାହୀ ଅଧିକାରୀ ମୌଖିକ ଭାବେ କହିଛନ୍ତି ।

ତେବେ ଲିଖିତ ଭାବେ ଏହି ଆଦେଶ ଦେବା ନେଇ ବରିଷ୍ଠ ନାଗରିକ ପରିଷଦ ସଦସ୍ୟମାନେ ଦାବି କରିଛନ୍ତି । ଆଜି ସକାଳୁ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କର୍ମକର୍ତ୍ତା ଓ ସଦସ୍ୟମାନେ ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ଭେଟି ତାଙ୍କ ପରିଷଦ ପାଇଁ ଦୀର୍ଘ ମାସ ଧରି ଆସିଥିବା ସାଂସଦ ପାଣ୍ଠିରୁ ଅର୍ଥ ମଞ୍ଜୁରୀ ହୋଇଛି ।  ତେବେ ଏହି କାମର କାର୍ଯ୍ୟାଦେଶ ଦିଆଯାଉନଥିବା ଜଣାଇଥିଲେ । ଏହି ସମୟରେ ଉପସ୍ଥିତ ଥିବା କନିଷ୍ଠଯନ୍ତ୍ରୀ ଶ୍ରୀ ପଣ୍ଡା ଉତକ୍ଷିପ୍ତ ହୋଇ ବରିଷ୍ଠ ନାଗରିକ ମାନଙ୍କ ସହ ସମ୍ପର୍କ ନଥିବା କିଛି କଥା କହିବା ସହ ଅସଦ ବ୍ୟବହାର କରିଥିଲେ । ଆଉ ସବୁ ଦେଖି ନୀରବ ରହିଥିଲେ ନିର୍ବାହୀ ଅଧିକାରୀ ।









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.