ବାରିପଦା,୦୫/୧୧: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ଦାମୋଦରପୁର ନିକଟରେ ମାଛ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଜାତୀୟ ରାଜପଥ ଉପରେ ସାଲୁବାଲୁ ହୋଇ ଖେଳୁଛନ୍ତି ମାଗୁର ମାଛ l ଏହା ଦେଖି କିଏ ପଲିଥିନ ତ ଆଉ କିଏ ବ୍ୟାଗ୍ରେ ତ ପୁଣି କିଏ ନିଜ ଗାମୁଛାରେ ମାଛ ଗୋଟାଇ ଘରକୁ ନେବାରେ ଲାଗି ପଡିଲେ l ଦୁର୍ଘଟଣା ସ୍ଥଳ ନିକଟରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ନାମ ଯଜ୍ଞ ଚାଲିଥିବା ବେଳେ ଲୋକେ ମାଛ ଗୋଟାଇବାରେ ଲାଗି ପଡ଼ିଥିଲେ l
ସୂଚନା ମୁତାବକ, ଏକ ପିକଅପ୍ ଭ୍ୟାନ୍ରେ ଜିଅନ୍ତା ମାଗୁର ମାଛ ଭର୍ତ୍ତି ହୋଇ ପଶ୍ଚିମବଙ୍ଗ ଦୀଘାରୁ ଝାଡ଼ଖଣ୍ଡ ରାଞ୍ଚିକୁ ଯାଉଥିଲା । ମଙ୍ଗଳବାର ରାତି ପ୍ରାୟ ୧୦ ଟାରେ କୌଣସି କାରଣରୁ ବାରିପଦା ସହର ଉପକଣ୍ଠ ଦାମୋଦର ପୁର ନିକଟରେ ଜାତୀୟ ରାଜପଥ ଉପରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ପିକଅପ୍ ଭ୍ୟାନ୍ରୁ ସବୁ ମାଛ ରାସ୍ତାରେ ପଡ଼ି ଯାଇଥିଲା । ଏହା ଦେଖି କିଏ ପଲିଥିନ ତ ଆଉ କିଏ ବ୍ୟାଗ୍ରେ ତ ପୁଣି କିଏ ନିଜ ଗାମୁଛାରେ ମାଛ ଗୋଟାଇ ଘରକୁ ନେବାରେ ଲାଗି ପଡିଥିଲେ ।
ସେପଟେ ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ରେ ଥିବା ଦୁଇ ଡ୍ରାଇଭର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ। କେତେକ ଦୁର୍ବୃତ୍ତ ଏହି ଗାଡିକୁ ପିଛା କରି ଅଟକାଇବାକୁ ଚେଷ୍ଟା କରିବାରୁ ଏଭଳି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି l ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି l