ନୂଆଦିଲ୍ଲୀ : ଅଣ୍ଡାକୁ ପ୍ରୋଟିନ୍‌ର ସବୁଠୁ ଭଲ ଉତ୍ସ ଭାବେ ମନେକରାଯାଏ। କିନ୍ତୁ ଅନେକ ଲୋକ ଅଣ୍ଡାକୁ କୁକିଂ କରିବା ବେଳେ କିଛି ଏମିତି ଭୁଲ କରି ବସନ୍ତି , ଯେଉଁଥିରେ କେବଳ ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇ ନଥାଏ , ଏହାସହ ଏଥିରୁ ଯଥେଷ୍ଟ ପରିମାଣରେ ନ୍ୟୁଟ୍ରିସନ ମଧ୍ୟ ମିଳି ନଥାଏ। ଯଦି ଆପଣ ମଧ୍ୟ ଅଣ୍ଡାକୁ କୁକିଂ କରିବା ସମୟରେ ୭ଟି ଭୁଲ କରନ୍ତି ତ, ଆଜି ଠାରୁ ଏହାକୁ ଛାଡ଼ି ଦିଅନ୍ତୁ। ଜାଣନ୍ତୁ ସେହି ସବୁ ଭୁଲ୍‌ କଣ ରହିଛି। 

ଅଣ୍ଡାକୁ ଅଧିକ ସିଝାଇବା ( ଓଭର କୁକିଂ) – ଅଣ୍ଡାକୁ ଅନେକ ଲୋକେ ଓଭର କୁକ୍‌ କରି ଦିଅନ୍ତି , ଯେଉଁଥି ପାଇଁ ସେଥିରେ ଥିବା ଅଧିକ ନ୍ୟୁଟ୍ରିସନ ଶେଷ ହେବାକୁ ଲାଗେ। ଯଦି ଅଣ୍ଡାର ହଳଦିଆ ଅଂଶର ଆଖପାଖରେ ସବୁଜ ରଙ୍ଗର ଲାଇନିଂ ରହିଥାଏ ତ , ଏହାର ଅର୍ଥ କି ଆପଣଙ୍କ ଅଣ୍ଡା ଅଧିକ ସିଝି ଯାଇଛି। ଅନ୍ୟପଟେ ଅଣ୍ଡାକୁ କଞ୍ଚା ବା ଅଧା ସିଝା ଖାଇବା ଭୁଲ୍‌ ବି କେବେ କରନ୍ତୁ ନାହିଁ। ନୁହେଁ ତ ପେଟର ସଂକ୍ରମଣ (ଇନଫେକ୍ସନ)ରେ ରୋଗାଗ୍ରସ୍ତ ହୋଇ ପାରନ୍ତି। 

ଅଣ୍ଡାର ଫ୍ରେଶନେସ୍‌କୁ ଚେକ୍‌ ନକରିବା – 

ଅଣ୍ଡାକୁ କୁକିଂ ପାଇଁ ବ୍ୟବହାର କରିବା ସମୟରେ ଖୁବ୍‌ କମ୍‌ ଲୋକ ଅଣ୍ଡାର ଫ୍ରେଶନେସ୍‌ ଚେକ୍‌ କରନ୍ତି। ଯଦି ସ୍ୱାସ୍ଥ୍ୟକର ଓ ସ୍ୱାଦଯୁକ୍ତ ଅଣ୍ଡା ଖାଉଛନ୍ତି ତ ଫ୍ରେଶନେସ୍‌ ନିଶ୍ଚୟ ଚେକ୍‌ କରନ୍ତୁ ଏବଂ ସର୍ବଦା ଫ୍ରେଶ୍‌ ଅଣ୍ଡା ହିଁ ଖାଆନ୍ତୁ। ଯଦି ଅଣ୍ଡା ବାସି ହୋଇ ଥାଏ ତ , ଏହାର ଟେଷ୍ଟ ମଧ୍ୟ କମ୍‌ ଭଲ ହେବ ଏବଂ ନ୍ୟୁଟ୍ରିସନ ମଧ୍ୟ କମ୍‌ ମିଳିବ। 

ଅଣ୍ଡାକୁ ଫ୍ରିଜ୍‌ର ଡୋରରେ ଷ୍ଟୋର କରିବା – ଅଧିକାଂଶ ଲୋକ ଅଣ୍ଡାକୁ ଫ୍ରିଜ୍‌ର ଡୋରରେ ଷ୍ଟୋର କରନ୍ତି। ଯାହାକୁ ସଂପୂର୍ଣ୍ଣ ଭୁଲ୍‌। ଫ୍ରିଜ୍‌ର ଡୋର୍‌ ଦିନ ଭିତରେ ଅନେକ ଥର ଖୋଲା ହୁଏ ଏବଂ ଏଥିରେ ରଖା ଯାଇଥିବା ଜିନିଷର ତାପମାତ୍ରା କମ୍‌ ଅଧିକ ହୋଇ ଥାଏ। ଯେବେ ଆପଣ ଅଣ୍ଡାକୁ ଡୋରରେ ରଖନ୍ତି ତ ଏହାର ତାପମାତ୍ରା ଏକା ଭଳି ରହି ନଥାଏ ଏବଂ ଅଣ୍ଡା ଶୀଘ୍ର ଖରାପ ହେବାର ଚାନ୍ସ ଅଧିକ ବଢି ଯାଏ।

ଅଣ୍ଡାକୁ ଧୋଇବା – ଯଦି ଆପଣ ମାର୍କେଟ୍‌ରୁ ଅଣ୍ଡା ଆଣିବା ପରେ ଧୋଇ ଥାନ୍ତି ତ ଏହା ସଂପୂର୍ଣ୍ଣ ରୂପେ ଭୁଲ୍‌। ଉଲ୍ଲେଖନୀୟ ଯେ, ଅଣ୍ଡା ଉପରେ ନ୍ୟାଚୁରାଲ ପରସ୍ତ ରହିଥାଏ , ଯାହା ତାକୁ ବାହାରର ବ୍ୟାକ୍ଟେରିଆ ଠାରୁ ସୁରକ୍ଷା ଦେଇ ଥାଏ। ଯେମିତି ହିଁ ଆପଣ ପାଣିରେ ଏହାକୁ ଧୋଇ ଥାନ୍ତି ,ତ ଏହି ପରସ୍ତ ହଟି ଯାଏ ଏବଂ ଅଣ୍ଡା ଶୀଘ୍ର ଖରାପ ହେବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଏ। ଅଣ୍ଡାକୁ ବ୍ୟବହାର ଯଦି କରୁଛନ୍ତି, ସେତିକି ବେଳେ ଧୁଅନ୍ତୁ। 

ଅଣ୍ଡାକୁ ସିଧା ପ୍ୟାନରେ ଭାଙ୍ଗିବା – 

ଅଣ୍ଡାକୁ ସିଧା ପ୍ୟାନରେ ବା କୁକିଂର ବାସନରେ ଭାଙ୍ଗିବା ଉଚିତ୍‌ ନୁହେଁ। କାରଣ ଅଣ୍ଡାର ଖୋଳରେ ବ୍ୟାକ୍ଟେରିଆ ଥାନ୍ତି। ଯଦି ଅଣ୍ଡାର ଛୋଟ ଖଣ୍ଡ ମଧ୍ୟ ଖାଇବାରେ ଚାଲିଯାଏ ଏବଂ ଏହି ବ୍ୟାକ୍ଟେରିଆ ପେଟକୁ ଗଲେ ଇନଫେକ୍ସନ ହେବାର ବିପଦ ରହିଥାଏ। 

କ୍ରାକ୍‌ ଅଣ୍ଡା ବ୍ୟବହାର କରିବା –

କେବେ ବି ହାଲକା ଭାବେ କ୍ରାକ୍‌ ଅଣ୍ଡାକୁ ଅଧିକ ଦିନ ଯାଏ ରଖି ବ୍ୟବହାର କରନ୍ତୁ ନାହିଁ । କାରଣ କ୍ରାକ୍ (ଭଙ୍ଗା) ହେବା ପରେ ଏହା ଭିତର ବ୍ୟାକ୍ଟେରିଆ ଖୁବ୍‌ ଜୋରରେ ଅବଜର୍ବ ହୋଇଥାଏ ଏବଂ ଏହା କ୍ଷତିକାରଣ ହୋଇ ପାରେ। 

ଅଧିକ ତେଲରେ ଫ୍ରାଏ କରିବା-

ଅଣ୍ଡାକୁ କୁକିଂ କରିବା ବେଳେ ଏହାକୁ ଅଧିକ ତେଲରେ ଫ୍ରାଏ କରନ୍ତୁ ନାହିଁ। ଏମିତି କରିବାରେ ଅଣ୍ଡାର ନ୍ୟୁଟ୍ରିସନ ଶେଷ ହେବାକୁ ଲାଗେ। ଅଣ୍ଡାକୁ କମ୍‌ ତେଲ ବା ଏହାକୁ  ସିଝାନ୍ତୁ । ଏଥିରେ ଏହାର ନ୍ୟୁଟ୍ରିସନ ରହିଥାଏ ।