ନୂଆଦିଲ୍ଲୀ : ବୁଧବାର ଆସିଛି ବୁଥ ବାହୁଡ଼ା ମତ । ଅନେକ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି କି, ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ । ୧୫୦-୧୬୦ ଆସନରେ ବିଜେପି ଜିତିବା ନେଇ ପ୍ରକାଶ କରାଯାଇଛି । କିନ୍ତୁ ଦୁଇଟି ସର୍ଭେ ସଂସ୍ଥା ଟିଏମସି ସପକ୍ଷରେ ମତ ଦେଇଛନ୍ତି । ଯାହାକି ମମତାଙ୍କ ପାଇଁ ଖୁସି ଖବର ଆଣି ଦେଇଛି ।

ପିପୁଲ୍ସ ପଲ୍ସ ମମତାଙ୍କ ସପକ୍ଷରେ ନିର୍ବାଚନୀ ଫଳାଫଳ ଯିବା ନେଇ ରିପୋର୍ଟରେ ପ୍ରକାଶ କରିଛି । ଟିଏମସି ୧୭୭-୧୮୭ ଆସନରେ ଜିତିବା ନେଇ ପୂର୍ବାନୁମାନ କରିଛି । ଏହା କେବଳ ମମତାଙ୍କ ବିଜୟ ସଂଖ୍ୟା ନୁହେଁ ବରଂ ୧୫ ବର୍ଷର ସରକାର ଲୋକାଭୀମୁଖୀ କାର୍ଯ୍ୟକୁ ଦର୍ଶାଉଥିବା ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେଜନମତ ସର୍ଭେ ମଧ୍ୟ ଟିଏମସିକୁ ବହୁମତ ଦେବ ବୋଲି ପୂର୍ବାନୁମାନ କରିଛି ।ଟିଏମସି ୧୯୫ ରୁ ୨୦୫ ଆସନ ମଧ୍ୟରେ ବିଜୟୀ ହେବାର ଆକଳନ କରିଛନ୍ତି । ଯେତେବେଳେ ବିଜେପି ୮୦ ରୁ ୯୦ ଆସନ ଜିତିବ ବୋଲି ଆକଳନ କରାଯାଇଛି । ଏହା ବ୍ୟତୀତ, କଂଗ୍ରେସ ୧ ରୁ ୩ ଆସନ ଏବଂ ବାମପନ୍ଥୀ ଦଳ ୦ ରୁ ୧ ଆସନ ଜିତିବାର ଆକଳନ କରାଯାଇଛି । ମାତ୍ର ଅଧିକାଂଶ ସର୍ଭେ ରିପୋର୍ଟରେ ବିଜେପି ସପକ୍ଷରେ ଯାଇଛି। ଯେଉଁଥିରୁ ଅନୁମାନ କରାଯାଉଛି କି, ରାଜ୍ୟରେ ବିଜେପି ଉପରେ ଲୋକଙ୍କ ଭରସା ଓ ବିଶ୍ବାସ ବଢ଼ିବାରେ ଲାଗିଛି ।

ଏହାସହ ପଢ଼ନ୍ତୁ : EXIT POLL : ପୁଡୁଚେରୀ ସରକାର ଗଠନ କରିବ NDA