ନୂଆଦିଲ୍ଲୀ : ବୁଥ୍ ବାହୁଡ଼ା ମତରେ ଏନଡିଏ ପାଇଁ ଖୁସି ଖବର । ପୁଡୁଚେରୀରେ ସରକାର ଗଠନ କରିବାକୁ ଯାଉଛି । ୩୦ ଆସନ ବିଶିଷ୍ଟ ବିଧାନସଭା ଆସନରୁ ଏନଡିଏକୁ ବହୁମତ ଯାଇଥିବା ଏଗଜିଟ୍ ପୋଲରେ ପ୍ରକାଶ ପାଇଛି । ଏପ୍ରିଲ୍ ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ଫଳାଫଳ । ମାତ୍ର ଏହା ପୂର୍ବରୁ ଅର୍ଥାତ ବୁଧବାର ଆସିଥିବା ଏଗଜିଟ୍ ପୋଲରେ ଏନଡିଏ ସରକାର ଗଠନ କରିବ ବୋଲି ଜଣାପଡ଼ିଛି ।

ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ ଅନୁଯାୟୀ, NDA ୧୬ ରୁ ୨୦ ଆସନ ଜିତିପାରେ । କଂଗ୍ରେସ-DMK ମେଣ୍ଟ ୬ ରୁ ୮ ଆସନ ପାଇପାରେ । ତେବେ ସର୍ଭେରେ TVK ୨ ରୁ ୪ ଆସନ ସହିତ ନିଜର ଖାତା ଖୋଲିବାର ମଧ୍ୟ ଆକଳନ କରାଯାଇଛି । ସହରାଞ୍ଚଳ ଏବଂ ଯୁବପିଢ଼ି ବହୁଳ ନିର୍ବାଚନମଣ୍ଡଳୀରେ ବିଜୟଙ୍କ ଦଳର ବଢ଼ୁଥିବା ପ୍ରଭାବ ବଢ଼ିଥିବା ଦର୍ଶାଇଛି ।

 

ପିପୁଲ୍ସ ପଲ୍ସ ସର୍ଭେ ରିପୋର୍ଟରେ NDA ଆଗୁଆ ରହିବ ବୋଲି ଆକଳନ କରିଛି । ମେଣ୍ଟ ପାଇଁ ୧୬-୧୯ ଆସନ ଏବଂ କଂଗ୍ରେସ+ ପାଇଁ ୧୦-୧୨ ଆସନ ରହିବ ବୋଲି ପୂର୍ବାନୁମାନ କରିଛି। ସେପଟେ ପ୍ରଜା ପୋଲରେ ପ୍ରକାଶ ପାଇଛି କି, ୧୯-୨୫ ଆସନ ସହିତ ଏନଡିଏ ସରକାର ଗଠନ କରିବ ବୋଲି ଦର୍ଶାଯାଇଛି ।

ଏହାସହ ପଢ଼ନ୍ତୁ : EXIT POLL : ଜାଣନ୍ତୁ ପଶ୍ଚିମବଙ୍ଗରେ କାହା ସରକାର, କଣ କହୁଛି ବୁଥ୍ ବାହୁଡ଼ା ମତ ?