ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଭୁଲ୍‌ରେ ହେପାଜତକୁ ନିଆଯାଇ ଥିବା ବ୍ୟକ୍ତି ଏବେ ଅଡ଼ୁଆରେ : ଆସୁ ନାହିଁ ବିବାହ ପ୍ରସ୍ତାବ , ଚାକିରି ବି ଚାଲିଗଲା

Published By : Prameya | January 26, 2025 7:53 PM

ମୁମ୍ୱାଇ : ବଲିଉଡ୍ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ଘରେ ହୋଇଥିବା ଆକ୍ରମଣର ଯାଞ୍ଚରେ ମୁମ୍ୱାଇ ପୁଲିସ୍‌ ଭୁଲ୍‌ ଯୋଗୁଁ, ଅନ୍ୟ ଜଣେ ଆକାଶ କୈଳାଶ କନୌଜିଆ ନାମକ ବ୍ୟକ୍ତି ହେଉଛନ୍ତି ହଇରାଣ। ତାଙ୍କୁ ଅଭିଯୁକ୍ତ ଭାବି ହେପାଜତକୁ ନେଇ ଯାଇଥିଲା ପୁଲିସ। କିନ୍ତୁ ପୁଲିସର ଏହି ଭୁଲର ସଜା ଆକାଶଙ୍କୁ ଏବେ ଭୋଗିବାକୁ ପଡ଼ୁଛି। ଅଭିଯୁକ୍ତ ଭାବି ଯାହାକୁ ହେପାଜତକୁ ନିଆ ଯାଇଥିଲା , ତାଙ୍କୁ ଚାକିରିରୁ ବାହାର କରି ଦିଆ ଯାଇଛି। ବିବାହର ପ୍ରସ୍ତାବ ଆସିବା ବନ୍ଦ ହୋଇ ଯାଇଛି। 

ସୂଚନା ଆଧାରରେ , ଆକାଶଙ୍କୁ ୧୮ ଜାନୁଆରୀରେ ଦୁର୍ଗ ରେଲୱେ ଷ୍ଟେସନରୁ ଆରପିଏଫ ସେହି ସମୟରେ ହେପାଜତକୁ ନେଇଥିଲା , ଯେତେବେଳେ ସେ ମୁମ୍ୱାଇରୁ ଛତିଶଗଡ଼ର ନେହଲା , ନିଜର ରୋଗିଣା ଜେଜେମାଆଙ୍କୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ତାଙ୍କ ଫଟୋ ମିଡ଼ିଆରେ ଟେଲିକାଷ୍ଟ କରାଗଲା, ଏଥିରେ ତାଙ୍କ ଭାବମୂର୍ତ୍ତୀ ଖରାପ ହୋଇଛି।

ଆକାଶ ହିନ୍ଦୁସ୍ତାନ ଟାଇମ୍ସ ସହ କଥାବାର୍ତ୍ତା ବେଳେ କହିଛନ୍ତି , ଆରପିଏଫ୍ କେବଳ ମୋତେ ଗିରଫ କରି ନାହିଁ ବରଂ ମୋର ଫଟୋ ପ୍ରେସ୍‌ ରିଲିଜରେ ସେୟାର କରିଛି। ଟିଭି ଚ୍ୟାନେଲ ଗୁଡ଼ିକ ଓ ମିଡ଼ିଆରେ ଏହି ଖବର ପ୍ରସାରିତ ପରେ ମୋର ଚାକିରୀ ଚାଲିଗଲା ଏବଂ ମୋର ବିବାହର ପ୍ରସ୍ତାବ ମଧ୍ୟ ରଦ୍ଦ ହୋଇ ଯାଇଛି। 

ଏହି ଘଟଣାର ମୁଖ୍ୟ କାରଣ ମୁମ୍ୱାଇ ପୁଲିସ ପକ୍ଷରୁ ଆରପିଏଫ୍‌କୁ ପଠାଯାଇ ଥିବା ଭୁଲ୍‌ ଆଲର୍ଟ ଥିଲା, ଯେଉଁଥିରେ ଆକାଶଙ୍କୁ ସୈଫ୍‌ ଅଲ୍ଲୀ ଖାନଙ୍କ ଘରେ ଆକ୍ରମଣର ଅଭିଯୁକ୍ତ ଭାବେ ସଦିଗ୍ଧ କୁହାଯାଇ ଥିଲା। ହେଲେ ବାସ୍ତବିକ ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦକୁ ପରେ ମୁମ୍ୱାଇ ପୁଲିସ ଥାନେରୁ ଗିରଫ କରିଥିଲା। 

ଆକାଶ ପୁଲିସକୁ ନିଜର ନିର୍ଦ୍ଦୋଷତା ସାବ୍ୟସ୍ତ କରିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଜ କରିବା ଓ ତାଙ୍କର ପରିଜନଙ୍କ ସହ କଥା ହେବାକୁ ଅନୁରୋଧ କରିଥିଲା , କିନ୍ତୁ ତାଙ୍କ କଥାକୁ ଶୁଣା ଯାଇ ନଥିଲା। ହେପାଜତରୁ ବାହାରିବା ପରେ   ଆକାଶ କହିଛନ୍ତି ,ମୋ ମାଆ ଖୁବ୍‌ ଚିନ୍ତିତ ଥିଲେ , ଏବଂ ମୋର ଜେଜେ ମାଆ କହିଲେ କି ବିବାହ ପ୍ରସ୍ତାବ ଆସିଥିବା ପରିବାର ଲୋକେ ଏହି ଘଟଣା ପରେ ମୋତେ ଭେଟିବାକୁ ମନା କରି ଦେଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.