କେନ୍ଦ୍ରାପଡ଼ା, ୧୬।୧୨ : ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଘଟିଛି ଏହି ଅଘଟଣ l ମୃତକ ଜଣକ ହେଲେ ଜଗବନ୍ଧୁ ମହାରଣା ।

କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁ ଜଗବନ୍ଧୁ ମହାରଣାଙ୍କ ନିଜ ଘରେ ଚାଲିଥିଲା ଗୁଣି ଗାରେଡ଼ି । ଗୁଣିଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ଚାଲିଥିଲା ପୂଜା l ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା l ମାଟିତଳେ ଚାପି ହୋଇ ଜଗବନ୍ଧୁ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଗ୍ରାମବାସୀ ଦୁଇ ଗୁଣିଆଙ୍କୁ ଅଟକ ରଖିଥିବା ବେଳେ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।