ପ୍ରମୂଖ ଖବର
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପୋଷା କୁକୁରକୁ ଫେରି ପାଇବା ଲାଗି ଆବେଦନ , ପିଟିସନରଙ୍କୁ ୧ହଜାରର ଜରିମାନା ନିର୍ଦ୍ଦେଶ

Published By : Prameya | March 25, 2025 6:25 PM

ଭୁବନେଶ୍ବର,୨୫/୩ : ପୋଷା କୁକୁରକୁ ଫେରି ପାଇବା ଲାଗି ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀଙ୍କୁ ଆଜି ଜରିମନା ଭରିବାକୁ ନିର୍ଦ୍ଦେଶ ହୋଇଛି । ଏଭଳି ଆବେଦନ ହାଇକୋର୍ଟରେ କରିବାର ଆବଶ୍ୟକତା ନ ଥିଲା, ବରଂ ଏହାଦ୍ୱାରା ଅଦାଲତି ସମୟ ନଷ୍ଟ ହୋଇଛି ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ୨୦୨୩ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା ।  ଏତଲା ଆଧାରରେ ପୋଲିସ ଯୌତୁକ ସାମଗ୍ରୀ ଆଦି ଜବତ କରିଥିଲା, ତେବେ ଏତଲାକାରୀ ବୋହୁ ଯିବା ସମୟରେ ଶାଶୁ ଘର ପୋଷା କୁକୁରକୁ ସାଙ୍ଗରେ ନେଇଯାଇଥିଲା। 

ନିଜ ପୋଷା କୁକୁରକୁ ଫେରି ପାଇବା ଲାଗି ଆବେଦନକାରୀ ଟିଳୋତ୍ତମା ପଢିହାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହା ସମ୍ପୂର୍ଣ୍ଣ ରୂପେ ପୋଲିସର କାମ, ଅଯଥାରେ ହାଇକୋର୍ଟଙ୍କ ସମୟ ସାରିଥିବାରୁ ପିଟିସନରଙ୍କ ଉପରେ ଖୁବ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ ଏବଂ ତୁରନ୍ତ ମାମଲା ପ୍ରତ୍ୟାହାର କରିବା ସହ ୧ ହଜାର ଟଙ୍କାର ଜରିମନା ଭରିବା ଲାଗି ଆଜି ନିର୍ଦ୍ଦେଶ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.