ନୂଆଦିଲ୍ଲୀ: କେଉଁଠି ପେଟ୍ରୋଲପମ୍ପ ବନ୍ଦ ରହିଛି ତ ଆଉ କେଉଁଠି ଲମ୍ବା ଲାଇନ୍। ଖରାକୁ ଖାତିର ନାହିଁ କି,ରାତିରେ ନିଦ ହେଉନି।ତୈଳ ସଙ୍କଟ ଚର୍ଚ୍ଚା ଭିତରେ ଲୋକେ ପେଟ୍ରୋଲପମ୍ପରେ ଲଗାଉଛନ୍ତି ଲମ୍ବା ଲାଇନ୍। ପେଟ୍ରୋଲ ଉପରେ ୩ଟଙ୍କା ବୃଦ୍ଧି ହେବା ପରେ ଲୋକଙ୍କ ଚାହିଦା କମିନାହିଁ।ତେବେ ଯେବେ ମଧ୍ୟ ପେଟ୍ରୋଲ-ଡିଜେଲ ସହ ନିୟମ ପରିବର୍ତ୍ତନ ଘଟେ ସେବେ ସାଧାରଣ ଜନତାଙ୍କ ପକେଟ ଉପରେ ପଡ଼େ ପ୍ରଭାବ।ଏବେ ସରକାର ପେଟ୍ରୋଲ,ଡିଜେଲ ଏବଂ ଏଟିଏଫ ଉପରେ ଶୁଳ୍କରେ ପରିବର୍ତ୍ତନ କରିଛନ୍ତି।
କହି ରଖୁଛୁକି, ଶୁକ୍ରବାର କେନ୍ଦ୍ର ସରକାର ପେଟ୍ରୋଲ,ଡିଜେଲ ଏବଂ ବିମାନ ଇନ୍ଧନ ଉପରେ ଏସଏଇଡି ଦ୍ବାରା ପରିବର୍ତ୍ତନ କରିଛନ୍ତି। ଯାହାକୁ ଶନିବାରଠାରୁ ଲାଗୁ ହୋଇଛି।କିନ୍ତୁ ଏକ ଆଶ୍ବସ୍ତିକର ଖବର ହେଉଛି କି,ଏହା ଘରୋଇ ବଜାରରେ ବିକୁଥିବା ପେଟ୍ରୋଲ-ଡିଜେଲ ଦର ଉପରେ ପ୍ରଭାବ ପକାଇବ ନାହିଁ।
ନୂଆ ନିୟମରେ କଣ ପରିବର୍ତ୍ତନ ହୋଇଛି ?
ନୂତନ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ଲିଟରପିଛା ୩ଟଙ୍କାର SAED ଆଦାୟ କରାଯିବ
ଡିଜେଲ ଲିଟର ପିଛା ୧୬.୫ ଟଙ୍କାର SAED ଆଦାୟ କରାଯିବ
ବିମାନ ଇନ୍ଧନ ଏଟିଏଫରେ ଲିଟର ପିଛା ୧୬ଟଙ୍କା ଆଦାୟ କରାଯିବ
SAED କ’ଣ, କିପରି କରାଯାଏ ଆଦାୟ ?
SAED ହେଉଛି ଏକ ଅତିରିକ୍ତ ଉତ୍ପାଦ ଶୁଳ୍କ ଯାହା ସରକାର ପ୍ରତି ଦୁଇ ସପ୍ତାହରେ ହାରାହାରି ଆନ୍ତର୍ଜାତୀୟ ଅଶୋଧିତ ତୈଳ ଏବଂ ଇନ୍ଧନ ମୂଲ୍ୟ ଉପରେ ଆଧାର କରି ସ୍ଥିର କରନ୍ତି। ଯେତେବେଳେ ବିଶ୍ୱ ତୈଳ ମୂଲ୍ୟ ବୃଦ୍ଧି ପାଏ, ରିଫାଇନାରୀଗୁଡ଼ିକ ରପ୍ତାନିରୁ ଅଧିକ ଲାଭ ପାଆନ୍ତି, ଯାହା ଫଳରେ ସେମାନେ ଘରୋଇ ପରିବର୍ତ୍ତେ ବିଦେଶରେ ଅଧିକ ଇନ୍ଧନ ବିକ୍ରୟ କରନ୍ତି ।
ଏହା ଘରୋଇ ଯୋଗାଣକୁ ପ୍ରଭାବିତ କରିପାରେ। ଏହାକୁ ରୋକିବା ପାଇଁ, ସରକାର ରପ୍ତାନିକୁ ଅଧିକ ମହଙ୍ଗା କରିବା ଏବଂ ଘରୋଇ ଯୋଗାଣ ବଜାୟ ରଖିବା ପାଇଁ SAED ଲାଗୁ କରନ୍ତି । ଏହି ବ୍ୟବସ୍ଥା ୨୭ ମାର୍ଚ୍ଚ, ୨୦୨୬ ରେ କାର୍ଯ୍ୟକାରୀ ହୋଇଥିଲା। ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଘରୋଇ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଥମେ ଏହି ଚାର୍ଜ ଲାଗୁ କରିଥିଲେ ।
ଏପ୍ରିଲ ମାସରେ, ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପ୍ରତି $୧୨୦ଅତିକ୍ରମ କରିଥିଲା, ସରକାର ଡିଜେଲ ଉପରେ SAED ପ୍ରତି ଲିଟର ୫୫.୫ ଟଙ୍କା ଏବଂ ATF ଉପରେ ୪୨ ଟଙ୍କା ବୃଦ୍ଧି କରିଥିଲେ। ପରବର୍ତ୍ତୀ ସମୟରେ, ମେ ୧ ରେ, ଯେତେବେଳେ ମୂଲ୍ୟ କମ ହୋଇଥିଲା, SAED ଡିଜେଲ ଉପରେ ୨୩ ଟଙ୍କା ଏବଂ ATF ଉପରେ 33 ଟଙ୍କା ହ୍ରାସ କରାଯାଇଥିଲା। ଏବେ, ମେ୧୬ରେ ଆଉ ଏକ ହ୍ରାସ ପରେ, ଡିଜେଲ ୧୬.୫ ଟଙ୍କା ଏବଂ ATF ପ୍ରତି ଲିଟର ୧୬ ଟଙ୍କାରେ ପହଞ୍ଚିଛି।
ଏହାସହ ପଢ଼ନ୍ତୁ : Asia Cup: ବିବାଦ ପରେ ଭାରତ ଆସିପାରନ୍ତି ପିସିବି ଅଧ୍ୟକ୍ଷ