ଭୁବନେଶ୍ବର,୧୬।୭ : ଗୁରୁବାର ରାଜ୍ୟରେ ବନ୍ଦ ରହିବ ପେଟ୍ରୋଲ ପମ୍ପ। ୧୨ ଘଣ୍ଟା ବନ୍ଦ ରହିବ ପେଟ୍ରୋଲ ପମ୍ପ। ସକାଳ ୬ ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ ପେଟ୍ରୋଲ ପମ୍ପ। ଓଡ଼ିଶା ପେଟ୍ରୋଲିୟମ ଡିଲର୍ ଆସୋସିଏସନ୍ ସଭାପତି ଶଶାଙ୍କ ଶେଖର ସାହୁ ଏହି ସୂଚନା ଦେଇଛନ୍ତି। ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଗୁରୁବାର କଂଗ୍ରେସ ଦେଇଥିବା ଓଡିଶା ବନ୍ଦ ଡାକରା ଯୋଗୁ ସଂଘ ନୀତିଗତ ଭାବେ ଏହି ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ ବୋଲି ଅନୁମାନ କରିଛି ଆସୋସିଏସନ। ୩ ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଊର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ ।
ସୂଚନାଯୋଗ୍ୟ ଯେ, ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ଗୁରୁବାର ଓଡ଼ିଶା ବନ୍ଦ ଡ଼ାକରା ଦେଇଛନ୍ତି। ବାଲେଶ୍ୱର ପୀଡ଼ିତାଙ୍କ ନ୍ୟାୟ ପ୍ରଦାନ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ। ଏନେଇ ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।