ପୁରୀ, ୨୬/୨ : ଆଜି ଫଗୁ ଦଶମୀ। ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଫଗୁ ବା ଅବିର ଦେବତାଙ୍କ ସେବାରେ ଲାଗେ। ଏହା ହେଉଛି ହୋଲି ପର୍ବର ପୂର୍ବ ପର୍ବ। ଦଶାବତାରଙ୍କ ପାଇଁ ଦଶମୀ ଉଦ୍ଦିଷ୍ଟ ଖାସ କରି କାଳିଆ କଳା ଠାକୁର କୋଟି କବଲ୍ୟ ନାଥଙ୍କ ପାଇଁ ଯେତେ ଯାତ୍ରା ହୁଏ ସେଥିରେ ୧୦ ସଂଯୁକ୍ତ ଥାଏ। ସମସ୍ତେ ଜାଣନ୍ତି ରଥଯାତ୍ରା ହେଲେ ତା ନା ହେଲା ଦଶ ଅବତାର ଯାତ୍ରା। ବାହୁଡା ଦଶମୀରେ ଜଗନ୍ନାଥ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରନ୍ତି ଗ୍ରୁହକୁ। ତେଣୁ ଏ ଫଗୁ ଦଶମୀ ଏକ ବିଚିତ୍ର ପର୍ବ। ଗ୍ରାମେ ଗ୍ରାମେ ପୁରେ ପୁରେ ସହରରେ ସହରରେ ହିନ୍ଦୁ ଧର୍ମାବଲମ୍ୱୀମାନେ ଏହି ପର୍ବକୁ ବହୁଳ ଭାବରେ ପାଳନ କରିଥାନ୍ତି। ଏହି ସମୟରେ ଚୈତନ୍ୟ ମହାପ୍ରଭୁ ଆବିର୍ଭାବ ହେଇଥିଲେ। ତାଙ୍କ ଦେହରେ ରଧାଙ୍କର ପରିପୂର୍ଣ୍ଣ ଅବତାର ଏବଂ କୃଷ୍ଣଙ୍କର ଅଂଶ ମଧ୍ୟ ଥିଲା। ରାସ ଲୀଳା ଭଗବାନ କୃଷ୍ଣଙ୍କ ଲୀଲା ଭିତରେ ସବୁଠୁ ଶ୍ରେଷ୍ଠ ଲୀଳା। ରାସ ବର୍ଷକୁ ତିନିଥର ହୁଏ କାର୍ତ୍ତିକ ମାସ ପୂର୍ଣ୍ଣିମା ଦିନ ଶରତ ରାସ, ବସନ୍ତ ରାସ ଦୋଳ ପୂର୍ଣ୍ଣିମାରେ। ପ୍ରବ୍ରୁଡ଼ ରାସ ଝୁଲଣ ଯାତ୍ରାରେ। ଦୋଳରେ ଦୋଳଗୋବିନ୍ଦଙ୍କୁ ଦେଖ, ମଞ୍ଚରେ ମଧୁସୁଦନଙ୍କୁ ଦେଖ, ରଥରେ ବାମନ ରୂପରେ ଦେଖିଲେ ଆଉ ମଣିଷ ଜନ୍ମ ପାଇବନି, ମୁକ୍ତି ପାଇଜିବ ସେ ଜୀବ।କିମ୍ଭଦନ୍ତୀ :-
ହିରଣ୍ୟ କଶ୍ୟପର ପୁଅ ହେଲା ପ୍ରହ୍ଲାଦ ହରିଭକ୍ତ। ତେଣୁ ହିରଣ୍ୟ କଶ୍ୟପ କହିଲା ମୁ ହରିଭକ୍ତ ନୁହେଁ ହରି ବିମୁଖ ତେଣୁ ହରି ନାମ ଆଉ ନେଏନା । ପ୍ରହ୍ଲାଦ କହିଲା ବାପା ହରିଛଡା କିର୍ତ୍ତନ ନାହିଁ। ଉପରେ ହରି ତଳେ ହରି ଦଶଦିଗ ଜାକ ହରି। ଅତ୍ର ତତ୍ର ସର୍ବତ୍ର ଅଛନ୍ତି ମୋ ପ୍ରଭୁ । ସେ ଜଳ ସ୍ଥଳ ଅନଳ ସବୁଠି ଥାଆନ୍ତି। ବାପା ପୁଅକୁ କଣ ପାଠ ପଢ଼େଇବ ପୁଅ ବାପାକୁ ପାଠ ପଢେଇଲା। ହରିଙ୍କ ସେବା କରୁଥିବା ହରିଙ୍କ ପାଖରେ ସମର୍ପିତ ହେଉଥିବା ପୁଅମାନେ ମଧ୍ୟ ବାପାମାନଙ୍କୁ ବିଦ୍ୟା ଶିଖାଇ ଦିଅନ୍ତି। ହରିଙ୍କ ବିଦ୍ୟା ବଡ଼ ବିଚିତ୍ର ବିଦ୍ୟା । ପ୍ରହ୍ଲାଦକୁ ପାହାଡ ଉପରୁ ପେଲିଦେଲେ ମଲାନି। ହାତୀ ଚଢାଇଲେ ମଲାନି। ବିଷ ଦେଲେ ପ୍ରହ୍ଲାଦ ମଲାନି। ଯାହାକୁ ପ୍ରଭୁ ରକ୍ଷା କରିବେ ତାକୁ ମାରିବ କିଏ ?ଶେଷରେ ଏହି ସମୟ ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ପୂର୍ଣ୍ଣିମା ମଧ୍ଯରେ ହିରଣ୍ୟ କଶ୍ୟପର ଗୋଟେ ଭଉଣୀ ଥିଲା ଭଉଣୀ ନା ହେଲା " ହୋଲିକା " ସେ ଗୋଟେ ବର ପାଇଥିଲା ଅଗ୍ନି ଦେବତା ତାର କିଛି କରିପାରିବେନି। ତେଣୁ ପ୍ରହ୍ଲାଦକୁ ଧରି ଅଗ୍ନିରେ ପ୍ରବେଶ କରିବାକୁ ହୋଲିକାକୁ ହିରଣ୍ୟ କଶ୍ୟପ କହିଲା। ହୋଲିକା ଏକ କାଠର ଘର ତିଆରି କଲା। ସେ କାଠର ନା ହେଲା " ଆଇଘରା "। ହୋଲକା ପ୍ରହ୍ଲାଦକୁ ନେଇ ସେ ଘରେ ପଶିଲା। ହୋଲିକାର ପୁଅ ନା ହେଲା ମେଷ। ସେ ଅଗ୍ନିଙ୍କ ବହାନ ତେଣୁ ଦୁହେଁ ଭିତରେ ବସିଲେ ଆଉ ଚାରିଆଡୁ ଅଗ୍ନି ସଂଯୋଗ କରାଗଲା । ଏଠି ପ୍ରଭୁଙ୍କର ଲୀଳା ବିଚିତ୍ର। ବିନା କାରଣରେ ଏକ ଅବୋଧ ବାଳକକୁ ପୋଡି ମାରିବାକୁ ଚିନ୍ତା କରିବାକୁ ହୋଲିକା ନିଜେ ଜଳିଗଲା। ତେଣୁ ହୋଲିକା ଦହନକୁ ମେଷ ପୋଡି କୁହାଯାଏ।
କୃଷ୍ଣ ଅବତାରରେ ବି ପୁତନା ନାମକ ଏକ ରାକ୍ଷାସୀ କ୍ଷୀରରେ କାଳ କୁଟ ବିଶ ଦେଇ କୃଷ୍ଣଙ୍କୁ ମାରିବାକୁ ଉଦ୍ୟମ କରିଥିଲା। ହେଲେ ଭଗବାନ କୃଷ୍ଣ କ୍ଷୀର ସାଙ୍ଗେ ପୁତନାର ପ୍ରାଣ ଶୋଷି ଦେଲେ। ହେଲେ ପୁତନା ମନରେ କୃଷ୍ଣଙ୍କ ପ୍ରତି ଭକ୍ତି ଥିବାରୁ ସେ ବୈକୁଣ୍ଠ ଗଲା।
ଫଗୁ ଦଶମୀ ଠାରୁ ବିମାନ ଉପରେ ଭଗବାନ ବସନ୍ତି। ପୁରୀରେ ଏହାକୁ ଚାଚେରୀ ବେଶ କୁହାଯାଏ। ଅବିର ରଙ୍ଗର ବସ୍ତ୍ରରେ ଶୋଭୀୟ ମାନ ହୁଅନ୍ତି। ଜଗନ୍ନାଥ ମହାପ୍ରଭୁ ଖଇ, କୋରା, ସାକାର, କଶି ଆମ୍ବ, ଚଣା ଏ ସବୁ ଭୋଗ ଲାଗି ହୁଏ। ଭଗବାନ ଦଶମୀ ଠାରୁ ଗାଁ ଗାଁରେ ବିମାନ ଉପରେ ବସି ରାଧା କୃଷ୍ଣ ହୁଅନ୍ତୁ କି ରାମ ହୁଅନ୍ତୁ ନୃସିଂହ ହୁଅନ୍ତୁ ଶଙ୍କର ହୁଅନ୍ତୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ବିରାଜମାନ ହୋଇ ଭ୍ରମଣ କରନ୍ତି। ଗାଁରେ ଘରେ ଘରେ ଦୁଆର ମୁହଁରେ ପନ୍ଥି ଭୋଗ ଖାଇବେ ଏବଂ ଦୋଳ ବେଦୀକୁ ଯିବେ।
ବୈଷ୍ଣବ ଧର୍ମାବଲମ୍ବୀଙ୍କ ମତ ଅନୁଯାୟୀ :-ବୃନ୍ଦାବନ ଗୋପୀମାନେ ସେମାନଙ୍କର ପରମାରାଧ୍ୟ ଓ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ସହ ଚାଚେରି ଖେଳିଥିଲେ। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଫୁଲହାରରେ ମଣ୍ଡନ କରିଥିଲେ, ଦୋଳି ଖେଳାଇଥିଲେ ଏବଂ ତାଙ୍କ ସହ ଫଗୁ ଖେଳି ଆମୋଦ ପ୍ରମୋଦରେ ମଗ୍ନ ଥିଲେ। ତେଣୁ ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ। ପ୍ରାୟତଃ ପ୍ରତ୍ୟେକଙ୍କ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ଦକ୍ଷିଣା ମଧ୍ୟ ଦିଆଯାଏ। ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ‘ଦ୍ୱାରୀ ଭୋଗ’ କୁହାଯାଏ। ଭଗବାନ ସବୁବେଳେ ଭକ୍ତଙ୍କର- ଏହା ହିଁ ପ୍ରତିପାଦିତ କରିବା ବୋଧହୁଏ ଦ୍ୱାରୀ ଭୋଗର ଉଦ୍ଦେଶ୍ୟ। ଭକ୍ତମାନେ ସବୁବେଳେ ଠାକୁରଙ୍କୁ ଦର୍ଶନ କରୁଥିଲେ ମନ୍ଦିରରେ। ନୈବେଦ୍ୟ ଅର୍ପଣ କରୁଥିଲେ ଭଗବାନଙ୍କ ପୀଠସ୍ଥଳୀରେ; କିନ୍ତୁ ଦୋଳଉତ୍ସବ ପାଳନ କରାଯାଉଥିବା ବେଳେ ତାଙ୍କର ସୁଉଚ୍ଚ ସିଂହାସନ ଉପରୁ ଠାକୁରେ ଓହ୍ଲାଇ ଆସୁଥିଲେ ରାଜଦାଣ୍ଡ ଉପରକୁ। ଭକ୍ତର ଦ୍ୱାର ନିକଟକୁ । ସେମାନଙ୍କ ନିକଟକୁ ଯାଇ ଭକ୍ତି ନୈବେଦ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା; ଦୋଳ ବା ହୋଲି ଉତ୍ସବ। ରଥଯାତ୍ରା ବେଳେ ଯେଭଳି ଜଗତର ନାଥ ଜଗନ୍ନାଥ ନିଜ ସିଂହାସନ ଉପରୁ ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ଭକ୍ତବୃନ୍ଦକୁ ଦର୍ଶନ ଦେବା ପାଇଁ, ଶ୍ରୀକୃଷ୍ଣ ଭକ୍ତମାନଙ୍କଠାରୁ ଭୋଗ ନେବା ପାଇଁ ଠିକ୍ ସେହିପରି ଦୋଳ ଉତ୍ସବ ବେଳେ ଚାଲିଯାଇଥାନ୍ତି ଭକ୍ତମାନଙ୍କ ଅତି ନିକଟକୁ –ପାଖକୁ। ପୁରୀ ମନ୍ଦିର ଭଳି ଭୁବନେଶ୍ୱର ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଦୋଳଯାତ୍ରା ମହାସମାରୋହରେ ପାଳିତ ହୁଏ।
ଏ ଯାତ୍ରା ବଡ଼ ପ୍ରସିଦ୍ଧ ଯାତ୍ରା। ଯିଏ ଦଶମୀ ଠାରୁ ଏ ଯାତ୍ରାକୁ ଦେଖିବ ଏ ଯାତ୍ରାରେ ସାମିଲ ହେବ। ପ୍ରଭୁଙ୍କ ଲିଳାର ସହୋଚରୀ ହେବ ତାର ଦଶଦୋଷ କ୍ଷମା ହୋଇଯାଏ। ଦଶଦୋଷରୁ ସେ ମୁକ୍ତିପାଇବ। ଦୋଳ ପୂର୍ଣ୍ଣିମାର ପିର୍ବ ପାଞ୍ଚ ଦିନ ଠାରୁ ଦୋଳ ପୂର୍ଣ୍ଣିମାର ପର ପାଞ୍ଚ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଥାଏ।