ପ୍ରମୂଖ ଖବର
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

୫ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ମାର୍କୋସ୍, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପିଏମ୍ ମୋଦିଙ୍କ ସହ କରିବେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା

Published By : Rasmita Pradhan | August 4, 2025 8:57 AM

image source :ndtv

ନୂଆଦିଲ୍ଲୀ, ୦୪/୦୮ : ୫ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ବ୍ୟାଙ୍ଗବଙ୍ଗ ମାର୍କୋସ୍। ଅଗଷ୍ଟ ୮ ଯାଏଁ ମାର୍କୋସ୍ ଭାରତରେ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏସ୍ ଜୟଶଙ୍କର, ଜେପି ନଡ୍ଡା ଏବଂ ବେଙ୍ଗାଲୁରୁ ରାଜ୍ୟପାଳ ଥାବର ଚନ୍ଦ୍ର ଗେହେଲଟଙ୍କ ସହ ସାକ୍ଷାତ କରି ଆଲୋଚନା କରିବେ। ଅଗଷ୍ଟ ୫ରେ ମାର୍କୋସ୍ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ହାଇଦ୍ରାବାଦ ହାଉସ୍‌ରେ ପିଏମ୍ ମୋଦିଙ୍କ ସହ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ବିଭିନ୍ନ ବୁଝାମଣା ହେବ। ଭାରତ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅଗଷ୍ଟ ୭ରେ ମାର୍କୋସ୍ ବେଙ୍ଗାଲୁରୁ ଯିବେ। ମାର୍କୋସ୍‌ଙ୍କ ସହ ତାଙ୍କ ପତ୍ନୀ ଲୁଇସ୍ ଅରନେଟା ମାର୍କୋସ୍, କିଛି କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବ୍ୟବସାୟିକ ପ୍ରତିନିଧି, ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିବେ। 

ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ୧୯୪୯ରେ ପ୍ରଥମ ଥର ପାଇଁ ସହଯୋଗ ସ୍ଥାପନ ହୋଇଥିଲା। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ମାର୍କୋସ୍‌ ଭାରତ ଆସୁଛନ୍ତି। ଫିଲିପାଇନ୍ସର ରାଷ୍ଟ୍ରପତି ହେବା ପରେ ମାର୍କୋସ୍‌ଙ୍କ ଏହା ପ୍ରଥମ ଭାରତ ଗସ୍ତ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟାପାର, ଏବଂ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ସ୍ଥାପନ ପାଇଁ ଆଲୋଚନା ହେବ। ଏହା ପୂର୍ବରୁ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ମାର୍କୋସ୍‌ଙ୍କ ଭିତରେ ସାକ୍ଷାତକାର ହୋଇଥିଲା। ଦୁଇ ରାଷ୍ଟ୍ର ନେତା ଲାଓସ୍‌ରେ ଭେଟିଥିଲେ। ସେହିପରି ୨୦୨୩ରେ ଇଣ୍ଡୋନେସିଆ ରାଜଧାନୀ ଜାକର୍ତାରେ ଦୁଇ ନେତା ପରସ୍ପରକୁ ଭେଟିଥିଲେ। 

ଭାରତୀୟ ନୌସେନା ଏବଂ ଫିଲିପାଇନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସୁଦୃଢ ହେବାରେ ଲାଗିଛି। ଜୁଲାଇ ୩୦ରେ ଭାରତୀୟ ନୌସେନାର ଆଇଏନଏସ ମହୀଶୂର, ଆଇଏନଏସ କିଲ୍ଟନ, ଏବଂ ଆଇଏନଏସ ଶକ୍ତି ଫିଲିପାଇନ୍ସ ଗସ୍ତରେ ପହଞ୍ଚିଛନ୍ତି। ଏହି ଯୁଦ୍ଧ ପୋତ ଗୁଡ଼ିକ ଫିଲିପାଇନ୍ସ ନୌସେନା ସହ ମିଶି ପଶ୍ଚିମ ଫିଲିପାଇନ୍ସ ସାଗରେ ମିଳିତ ପାଟ୍ରୋଲିଂ କରିବେ। ରିଅର ଏଡମିରଲ ସୁଶିଲ ମେନନ ଏହାର ନେତୃତ୍ଵ ନେଉଛନ୍ତି। ଅପର ପକ୍ଷରେ ଭାରତ ଏବଂ ଫିଲିପାଇନ୍ସ ଉଭୟ ଦକ୍ଷିଣ ଚୀନ ସାଗରରେ ମୁକ୍ତ ନୌବାହନ ସପକ୍ଷରେ। ତେଣୁ ଏହି ଗସ୍ତକୁ ସାମୁଦ୍ରିକ ସହଯୋଗ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.