ମୁମ୍ୱାଇ,୦୫/୦୨: ରାନୀ ମୁଖାର୍ଜୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ମର୍ଦାନୀ ୩" ଗତ ୩୦ ତାରିଖରେ ମୁକ୍ତିଲାଭ କରିଛି । ଅଭିନେତ୍ରୀ ଶିବାନୀ ଶିବାଜୀ ରୟ ଭାବେ ଫେରିଛନ୍ତି । ଏଥର, ସେ ଯୁବତୀମାନଙ୍କୁ ଅପହରଣ କରୁଥିବା ଏକ ମାନବ ଚାଲାଣକାରୀ ଦଳକୁ ଠାବ କରିଛନ୍ତି । ଫିଲ୍ମରେ ରାନୀ ମୁଖାର୍ଜୀଙ୍କ ଖାକି ପୋଷାକରେ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ଅବତାର ପ୍ରଦର୍ଶିତ ହୋଇଛି । ତେବେ ଅଭିରାଜ ମିନାୱାଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ କେବଳ ଏହାର କାହାଣୀ ପାଇଁ ନୁହେଁ ବରଂ ଏହାର ଷ୍ଟାରକାଷ୍ଟଙ୍କୁ ଦିଆଯାଇଥିବା ମୋଟା ପାରିଶ୍ରମିକ ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରୁଛି। ତେବେ ଆସନ୍ତୁ ଜାଣିବେ କେଉଁ କେଉଁ ଷ୍ଟାର କାଷ୍ଟଙ୍କୁ ମିଳିଛି ମୋଟା ଅଙ୍କର ଟଙ୍କା ।
୧. ରାନୀ ମୁଖାର୍ଜୀ (ଶିବାନୀ ଶିବାଜୀ ରୟ)- ଖାକି ପୋଷାକରେ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ପୁଲିସ ଅଧିକାରୀ ଶିବାନୀ ରୟ ଭୂମିକାରେ ଅଭିନୟ କରୁଥିବା ରାଣୀ ମୁଖାର୍ଜୀ ହେଉଛନ୍ତି ଫିଲ୍ମର ସର୍ବାଧିକ ପାରିଶ୍ରମିକ ପାଇଥିବା ଅଭିନେତ୍ରୀ। ରିପୋର୍ଟ ଅନୁସାରେ, ଏହି ଶକ୍ତିଶାଳୀ ଭୂମିକା ପାଇଁ ରାଣୀ ୭ କୋଟି ଚାର୍ଜ କରିଥିଲେ। ଏହା ତାଙ୍କର ୩୦ ବର୍ଷର ଚମତ୍କାର ଫିଲ୍ମ କ୍ୟାରିଅର ଏବଂ ଫ୍ରାଞ୍ଚାଇଜର ଲୋକପ୍ରିୟତାର ପ୍ରମାଣ।
୨.ଜାନକୀ ବଡିୱାଲା-ଗୁଜରାଟୀ ସିନେମାର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଏବଂ "ଶୈତାନ" ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଜାନକୀ ବୋଡିୱାଲା ଏହି ଚଳଚ୍ଚିତ୍ରରେ ଜଣେ ପ୍ରମୁଖ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଜାନକୀଙ୍କ କାମକୁ ବହୁଳ ଭାବରେ ପ୍ରଶଂସା କରାଯାଇଛି ଏବଂ ଏହି ଭୂମିକା ପାଇଁ ପ୍ରଯୋଜକମାନେ ତାଙ୍କୁ ୧ କୋଟି ଟଙ୍କା ଦେଇଛନ୍ତି।
୩. ମିଖାଏଲ ୟାୱାଲକର - ମିଖାଇଲ, ଯିଏ ଏହି ଧାରାବାହିକର ପୂର୍ବ ଭାଗରେ ଶିବାନୀ ରୟଙ୍କ ଦଳର ଅଂଶ ଥିଲେ। ସେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ଭୂମିକା ପାଇଁ ସେ ପ୍ରାୟ ୭୦ ଲକ୍ଷ ପାରିଶ୍ରମିକ ପାଇଥିଲେ।
୪. ମଲ୍ଲିକା ପ୍ରସାଦ ( ଭିଲେନ୍ 'ଆମ୍ମା')-"ମର୍ଦାନୀ" ଫ୍ରାଞ୍ଚାଇଜ୍ ସବୁବେଳେ ଖଳନାୟକମାନଙ୍କ ପାଇଁ ଜଣାଶୁଣା। ଏଥର ମଲ୍ଲିକା ପ୍ରସାଦ "ଆମ୍ମା" ଭାବରେ ଏକ ବିଶେଷ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଏହି ମୁଖ୍ୟ ଖଳନାୟକ ଭୂମିକା ପାଇଁ ମଲ୍ଲିକାଙ୍କୁ ପ୍ରାୟ ୪୦ ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ପାରିଶ୍ରମିକ ଦିଆଯାଇଛି।
ଆହୁରି ପଢନ୍ତୁ-‘ବାରାଣସୀ’କୁ ହଁ କହିବା ପୂର୍ବରୁ ଏହି ସର୍ତ୍ତ ରଖିଥିଲେ ପ୍ରିୟଙ୍କା, ଫସିଗଲେ ମହେଶ ବାବୁ
ପ୍ରକାଶ ଥାଉକି, "ମର୍ଦାନୀ ୩"ର ମୋଟ ବଜେଟ୍ ପ୍ରାୟ ୭୫ କୋଟି ବୋଲି ରିପୋର୍ଟ କରାଯାଇଛି। ଏହି ଚଳଚ୍ଚିତ୍ରଟି ଆଦିତ୍ୟ ଚୋପ୍ରା ଦ୍ୱାରା ପ୍ରଯୋଜିତ। ଏହା ଏପର୍ଯ୍ୟନ୍ତ ଫ୍ରାଞ୍ଚାଇଜର ସବୁଠାରୁ ମହଙ୍ଗା ଫିଲ୍ମ। ଏହା ଶିଶୁ ଚାଲାଣ ଭଳି ଗମ୍ଭୀର ସାମାଜିକ ସମସ୍ୟାର ସମାଧାନକୁ ନେଇ ଆଧାରିତ।ଜାନୁଆରୀ ୩୦ ,୨୦୨୬ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ସନି ଦେଓଲଙ୍କ "ବର୍ଡର ୨" ସହିତ ଟକ୍କର ଦେଉଛି। ଯଦିଓ "ବର୍ଡର ୨" ବହୁତ ଲୋକପ୍ରିୟ ଦର୍ଶକ ଏବଂ ଗମ୍ଭୀର କାହାଣୀ ସହିତ ନିଜର ଛାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।