ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଫୁଲଝର ହଦହଦି: ଆକର୍ଷଣ ସାଜିଛି ପାହାଡ଼ି ଝରଣା, ବଣଭୋଜି ପାଇଁ ଭିଡ଼

Published By : Prameya | December 2, 2024 2:25 PM

ମହାବିରୋଡ଼,୦୨/୧୨: ପ୍ରାକୃତିକ  ସୌନ୍ଦର୍ଯ୍ୟର ଗନ୍ତାଘର ଢେଙ୍କାନାଳ ଜିଲ୍ଲା  କଙ୍କଡ଼ାହାଡ଼ ବ୍ଲକ୍‌ ଫୁଲଝର ଗାଁ ହଦହଦି ।  ସବୁଜ ବନାନୀ ପରିବେଶରେ କୁଳୁକୁଳୁ  ନାଦରେ ବୋହି ଯାଉଥିବା ପାହାଡ଼ି ଝରଣା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ମନୋରମ  ପରିବେଶରେ ବଣଭୋଜି କରିବାକୁ ଲୋକଙ୍କ  ଭିଡ଼ ଜମିଲାଣି । ଲୋକେ ସପରିବାରେ ଏଠାରେ  ବଣଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର  ଭରପୁର ମଜା ଉଠାଉଛନ୍ତି । ଝରଣା ପାଣିରେ  ସ୍ନାନ କରି ଉଲ୍ଲସିତ ହେଉଛନ୍ତି । ନିକଟରେ  ଥିବା ବନଦୁର୍ଗାଙ୍କ ପୀଠରେ ପୂଜାର୍ଚ୍ଚନା କରି  ଏହି ଝରଣାରେ ସ୍ନାନ କଲେ ଚର୍ମରୋଗରୁ  ମୁକ୍ତି ମିଳିଥାଏ ବୋଲି ସ୍ଥାନୀୟ ଲୋକଙ୍କ  ବିଶ୍ୱାସ ରହିଛି । ନଭେମ୍ବରରୁ ଫେବୃଆରୀ  ମାସ ପର୍ଯ୍ୟନ୍ତ ଏଠାରେ ବଣଭୋଜି ପାଇଁ ଭିଡ଼  ଲାଗିଥାଏ । ବର୍ଷର ଅନ୍ୟ ସମୟରେ ମଧ୍ୟ  ଭୋଜିଭାତର ଆସର ଜମିଥାଏ । ଲୋକେ  ସପରିବାରେ ଏହି ମନୋରମ ସ୍ଥାନକୁ ବୁଲି  ଆସିଥାନ୍ତି । ଏହା ପର୍ଯ୍ୟଟକଙ୍କ ଆକର୍ଷଣର  କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ପ୍ରଚାରପ୍ରସାର  ଅଭାବରୁ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି ।  କଙ୍କଡ଼ାହାଡ଼ ବ୍ଲକ୍‌ ସଦର ମହକୁମାଠାରୁ ୧୨  କିମି ଦୂରରେ ଏହି ସ୍ଥାନ ରହିଥିବା ବେଳେ  ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ ହୋଇପାରିନି ।  

ଆବୁଡ଼ାଖାବୁଡ଼ା ମାଟିମୋରମ ରାସ୍ତାରେ ଲୋକ  ଯାତାୟାତ କରିଥାନ୍ତି । ଏହି ପର୍ଯ୍ୟଟନ ସ୍ଥାନର  ଉନ୍ନତିକରଣ କରିବା ସହ ଏହାକୁ ପର୍ଯ୍ୟଟନ  ସ୍ଥଳ ମାନ୍ୟତା ଦେବାକୁ ଅଞ୍ଚଳବାସୀ ଦାବି  କରିଛନ୍ତି । ବଣଭୋଜି ପିଣ୍ଡି, ରାସ୍ତା ନିର୍ମାଣ,  ଆଲୋକୀକରଣ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା  କରିବାକୁ ଦାବି ହୋଇଛି । ପର୍ଯ୍ୟଟନ ସ୍ଥଳର  ମାନ୍ୟତା ପାଇବା ସହ ପ୍ରଚାରପ୍ରସାର ହେଲେ ପର୍ଯ୍ୟଟକ ସଂଖ୍ୟା ବଢ଼ିବା ସହ ସ୍ଥାନୀୟ  ଲୋକଙ୍କ ରୋଜଗାର ମିଳିପାରନ୍ତା ବୋଲି ମତ  ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.