ଜାଣ୍ଡଭର୍ଟ (ନେଦରଲାଣ୍ଡସ),୦୧/୦୯: ସିଜନର ୧୫ତମ ଫର୍ମୁଲା ୱାନ ରେସ୍ ଡଚ୍ ଗ୍ରାଁପ୍ରିରେ ମ୍ୟାକଲରେନ ଚାଳକ ଓସ୍କାର ପିଆଷ୍ଟ୍ରି ଚାମ୍ପିଅନ ହୋଇଛନ୍ତି । ୭୨ ଲାପ୍ ବିଶିଷ୍ଟ ରେସକୁ ସେ ୧:୩୮:୨୯.୮୪୯ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ ।
ହଙ୍ଗେରିଆନ ଗ୍ରାଁପ୍ରିରେ ଚାମ୍ପିଅନ ମ୍ୟାକଲରେନର ଲାଣ୍ଡୋ ନୋରିସ ଓ ପିଆଷ୍ଟ୍ରିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । କିନ୍ତୁ ନୋରିସଙ୍କ ଗାଡ଼ିରୁ ଅଏଲ ଲିକ୍ କରିବାରୁ ସେ ଓହରି ଯାଇଥିଲେ । ସେମିତି ଲୁଇସ ହାମିଲଟନଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା।
ରେଡ୍ବୁଲର ମ୍ୟାକ୍ସ ଭର୍ଷ୍ଟାପେନ +୧.୨୭୧ ଅତିରିକ୍ତ ସମୟ ନେଇ ଦ୍ୱିତୀୟ ଏବଂ ରେସିଂ ବୁଲର ଇସାକ ହାଦଜାର (+୩.୨୩୩) ତୃତୀୟ ସ୍ଥାନ ହାସଲ କରିଥିଲେ । ପିଆଷ୍ଟ୍ରି ସର୍ବାଧିକ ୩୦୯ ପଏଣ୍ଟ ସହ ଡ୍ରାଇଭର ଚାମ୍ପିଅନସିପ୍ ଷ୍ଟାଣ୍ଡିଂରେ ପ୍ରଥମ ଏବଂ ନୋରିସ (୨୭୫) ଦ୍ୱିତୀୟ ସ୍ଥାନରେ ଅଛନ୍ତି ।